ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪: ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁ, ପାକିସ୍ତାନ-ଶ୍ରୀଲଙ୍କା, ବାଂଲାଦେଶ-ସ୍କଟଲାଣ୍ଡ ଉଦ୍‌ଘାଟନୀ ମୁକାବିଲା

Published By : Prameya | October 3, 2024 8:06 AM

ଦୁବାଇ, ୦୩/୧୦: ଆଜି ଠାରୁ ୟୁଏଇର ଦୁବାଇ ଓ ସାରଜାରେ ଆରମ୍ଭ  ହେବାକୁ ଯାଉଛି ମହିଳା କ୍ରିକେଟ୍‌ର ମହାପର୍ବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ନବମ ସଂସ୍କରଣ । ମୋଟ୍‌ ୧୦ଟି ଦଳ ଟୁର୍ଣ୍ଣାମେଣ୍ଟରେ ୨୩ଟି  ମ୍ୟାଚ୍‌ ଖେଳିବେ । ବିଶ୍ୱକପ୍‌ ୩ରୁ ଆରମ୍ଭ ହୋଇ ୨୦ ତାରିଖରେ ଉଦ୍‌ଯାପିତ ହେବ ।  ବାଂଲାଦେଶ ଏହି ବିଶ୍ୱକପ୍‌ର ଆୟୋଜକ ରହିଥିଲା । କିନ୍ତୁ ଦେଶରେ ରାଜନୈତିକ ଅସ୍ଥିରତା ଓ ସୁରକ୍ଷା ସମସ୍ୟାକୁ ଦୃଷ୍ଟିରେ ରଖି  ଆଇସିସି ଶେଷରେ ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତରିତ କରିଥିଲା । 

ମୋଟ ୧୦ଟି ଦଳ ନବମ ସଂସ୍କରଣରେ  ଭାଗ ନେଇଛନ୍ତି । ସେମାନଙ୍କୁ ୨ଟି ଗ୍ରୁପ୍‌ରେ  ଭାଗ କରାଯାଇଛି । ଗ୍ରୁପ୍‌ ଏ’ ଭାରତ,  ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ  ଶ୍ରୀଲଙ୍କା ଏବଂ ଗ୍ରୁପ୍‌ ବି’ରେ ବାଂଲାଦେଶ,  ଇଂଲଣ୍ଡ, ସ୍କଟଲାଣ୍ଡ,ଦକ୍ଷିଣ ଆଫ୍ରିକା ଓ  ୱେଷ୍ଟଇଣ୍ଡିଜ । ଉଦ୍‌ଘାଟନୀ ଦିବସରେ  ପାକିସ୍ତାନ ଓ ଶ୍ରୀଲଙ୍କା ଏବଂ ବାଂଲାଦେଶ ଓ  ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଗ୍ରୁପ୍‌  ପର୍ଯ୍ୟାୟ ଅକ୍ଟୋବର ୩ରୁ ଆରମ୍ଭ ହୋଇ  ୧୫ ତାରିଖରେ ଶେଷ ହେବ  । ଉଭୟ  ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସେମି ଫାଇନାଲକୁ  ଉନ୍ନୀତ ହେବେ । ଅକ୍ଟୋବର ୧୭ ଓ ୧୮ ତାରିଖରେ ସେମି ଫାଇନାଲ ଖେଳାଯିବ। 




ଆସନ୍ତା ୪ ତାରିଖରୁ ନ୍ୟୁଜିଲାଣ୍ଡ  ବିପକ୍ଷରେ ଭାରତୀୟ ମହିଳା ଦଳ  ଅଭିଯାନ ଆରମ୍ଭ କରିବ । ସେହିପରି ୬ରେ  ପାକିସ୍ତାନକୁ, ୯ ତାରିଖରେ ଶ୍ରୀଲଙ୍କା ଏବଂ  ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ । ଗ୍ରୁପ୍‌  ଏ’ରେ ସବୁ ଦଳ ଶକ୍ତିଶାଳୀ । ଅଷ୍ଟ୍ରେଲିଆ  ସର୍ବାଧିକ ୬ ଥର ବିଶ୍ୱକପ୍‌ ଜିତିଛି ।  

ବିଶ୍ୱକପ୍‌ରେ ଭାରତୀୟ ଦଳର  ନେତୃତ୍ୱ ନେଉଛନ୍ତି ହର୍ମନପ୍ରୀତ  କୌର । ଦଳର ଅନ୍ୟ ଖେଳାଳିମାନେ  ହେଲେ ସ୍ମୃତି ମନ୍ଧନା, ଶେଫାଳି ବର୍ମା,  ଦୀପ୍ତି ଶର୍ମା, ଜେମିମା ରୋଡ୍ରିକ୍ସ,  ରିଚା ଘୋଷ, ୟସ୍ତିକା ଭାଟିଆ,  ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା  ସିଂ ଠାକୁର, ଦୟାଲାନ ହେମଲତା, ଆଶା  ଶୋଭନା, ରାଧା ଯାଦବ, ଶ୍ରୀୟଙ୍କା ପାଟିଲ  ଓ ସଜନା ସଞ୍ଜୀବନ । ଦୀର୍ଘ  ପ୍ରତୀକ୍ଷାର ଅନ୍ତଃ ଘଟାଇ ଏଥର ଭାରତୀୟ ଦଳ ଟାଇଟଲ ସ୍ୱପ୍ନ  ପୂରା କରିବା ଲକ୍ଷ୍ୟରେ ରହିଛି ।  ଭାରତ ୨୦୨୦ରେ ଫାଇନାଲ ଖେଳି  ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। 

ୟୁଏଇର ୨ଟି ସ୍ଥାନ ଦୁବାଇ ଓ ସାରଜାରେ  ବିଶ୍ୱକପ୍‌ ଖେଳାଯାଉଛି । ଦୁବାଇରେ ୨୫  ହଜାର ଏବଂ ସାରଜାରେ ୧୬ ହଜାର  ଦର୍ଶକ ମ୍ୟାଚ୍‌ ଦେଖିବାର ସୁବିଧା ରହିଛି ।  ଗ୍ରୁପ୍‌ରୁ ଫାଇନାଲ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ  ମୋଟ୍‌ ୨୩ଟି ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ  ଉଦ୍‌ଘାଟନୀ ପୂର୍ବରୁ ଆଜି ସମସ୍ତ ଦଳର  ଅଧିନାୟିକାଙ୍କୁ ନେଇ ଟ୍ରଫି ଉନ୍ମୋଚନ ଏବଂ  ଫଟୋସୁଟ୍‌ ହୋଇଥିଲା । ଏଥିରେ ୨ଟି ଓଟ  ଓ ୨ଟି ବାଜ ପକ୍ଷୀ ସାମିଲ ହୋଇଥିଲେ । 

ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର (୨୦୧୦,  ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩)  ଏବଂ ଇଂଲଣ୍ଡ (୨୦୦୯) ଓ ୱେଷ୍ଟଇଣ୍ଡିଜ  (୨୦୧୬) ଥରେ ଲେଖାଏଁ ଚାମ୍ପିଅନ  ହୋଇଛନ୍ତି । ୨୦୦୯ରୁ ମହିଳା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.