ନୂଆଦିଲ୍ଲୀ,୧୦/୦୮: ମେଟ୍ରୋ ଓ ସହରାଞ୍ଚଳରେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ନିଜ ଆକାଉଣ୍ଟରେ ୫୦ ହଜାର ସର୍ବନିମ୍ନ ବାଲାନ୍ସ ରଖିବା ଜରୁରି । ଏହାଠାରୁ ବାଲାନ୍ସ କମିଲେ ଜରିମାନା ଦେବାକୁ ପଡ଼ିବ । ଅଗଷ୍ଟ ପହିଲାଠାରୁ ଖୋଲିଥିବା ନୂଆ ଖାତା ଗୁଡ଼ିକ କ୍ଷେତ୍ରରେ ଏହା ଲାଗୁ ହେବ । ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ନିୟମ ସହର, ଗ୍ରାମାଞ୍ଚଳ ଏବଂ ମେଟ୍ରୋ ସହର ଗୁଡ଼ିକ ଲାଗି ଭିନ୍ନ ରହିଛି । ମେଟ୍ରୋ ଏବଂ ସହରାଞ୍ଚଳରେ ଏହା ୫୦ ହଜାର ରହିଛି ।
ସେହିଭଳି ଅର୍ଦ୍ଧ ସହରାଞ୍ଚଳ ଲାଗି ୨୫ ହଜାର ଏବଂ ଗ୍ରାମାଞ୍ଚଳରେ ଥିବା ଆକାଉଣ୍ଟ ଲାଗି ଏହା ୧୦ ହଜାର ରହିଛି । ଏହା ପୂର୍ବରୁ ଏହି ୩ ବର୍ଗରେ ସର୍ବନିମ୍ନ ବାଲାନ୍ସ ଯଥାକ୍ରମେ ୧୦ ହଜାର, ୫ ହଜାର ଏବଂ ୨୫୦୦ ଟଙ୍କା ରହିଥିଲା । ଏହି ନିୟମ ପରିବର୍ତ୍ତନ ସହ ଘରୋଇ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ମିନିମମ୍ ବାଲାନ୍ସ ସ୍ତର ଆଇସିଆଇସିଆଇରେ ସର୍ବାଧିକ । ୧୦ ବର୍ଷ ପରେ ଏହି ନିୟମ ପରିବର୍ତ୍ତନ କରିଛି ବ୍ୟାଙ୍କ ।