ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୀମାନ୍ତରେ ଗୁଳି ବିନିମୟରେ ନିହତ ୩୦ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୮ଙ୍କ ପରିଚୟ

Published By : Gurupada Nath | March 21, 2025 9:07 PM

ମାଲକାନଗିରି, ୨୧/୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଗୁରୁବାର ଦୁଇଟି ସ୍ଥାନରେ ବଡ଼ ଧରଣର ଗୁଳି ବିନିମୟରେ ୩୦ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣାରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବୀଜାପୁର ଗୁଳି ବିନିମୟରେ ନିହତ ହୋଇଥିବା ୨୬ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ୧୪ଜଣ ମହିଳା ମାଓବାଦୀଙ୍କ ମୃତଦେହ ରହିଛି। 

ଏନକାଉଣ୍ଟରରେ ନିହତ ୧୮ଜଣ ମାଓବାଦୀଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ୧୮ ଜଣ ମାଓବାଦୀଙ୍କ ମଧ୍ୟରେ ଡିଭିସିଏମ, ଏସିଏମ, ପିଏଲଜିଏ ସଦସ୍ୟ ଭଳି ଅନେକ କ୍ୟାଡର ଓ ଇନାମି ମାଓବାଦୀ ରହିଛନ୍ତି । ସେହିପରି ଘଟଣାସ୍ଥଳରୁ ବିପୁଳ ପରିମାଣର ଏକେ ୪୭, ଏସଏଲଆର, ଇନ୍ସାସ, ରାଇଫଲ୍, ୩୦୩ ରାଇଫଲ୍, ରକେଟ୍ ଲଞ୍ଚର୍, ବୀଜିଏଲ ଲଞ୍ଚର୍ ଅସ୍ତ୍ରଶସ୍ତ୍ର ସହିତ ବିସ୍ଫୋରକ, ଔଷଧ, ମାଓ ୟୁନିଫର୍ମ, ସାହିତ୍ୟ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି।

ସେହିପରି ଗତକାଲି ଶହିଦ ହୋଇଥିବା ଡିଆରଜି କନଷ୍ଟେବଳ ରାଜୁରାମ ଓୟାମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ତାଙ୍କର ସେସ କୃତ୍ୟ କରାଯାଇଛି । ଏନକାଉଣ୍ଟରରେ ନିହତ ୧୮ ଜଣ ମାଓବାଦୀଙ୍କ ପ୍ରାଥମିକ ଚିହ୍ନଟ କରାଯାଇଥିବାବେଳେ ଏମାନଙ୍କ ନାମରେ ପ୍ରାୟ ୯୩ ଲକ୍ଷର ଇନାମ ରହିଥିବା ଜଣା ପଡିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.