ଚନ୍ଦନେଶ୍ଵର,୩/୬ (ଆ.ପ୍ର)ବାଲେଶ୍ଵର ଜିଲ୍ଲା ଭୋଗରାଇର ଉପାନ୍ତ ଅଂଚଳରେ ବହୁ ବାଂଲାଦେଶୀ ବସବାସ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି ସାହାବାଜିପୁରରେ ଗାଁରେ ରହୁଥିବା ଯୁବତୀମାନେ ସବୁ ବାଂଲଦେଶୀ ବୋଲି ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ବାଂଲାଦେଶୀ ସନ୍ଦେହରେ ସାହାବାଜିପୁରରେ ରହୁଥିବା ୫ ୫ଜଣ ଯୁବକ, ଯୁବତୀଙ୍କ ପରିଚୟ ପତ୍ର ଯାଞ୍ଚ ପାଇଁ ପଠା ଯାଇଛି ବୋଲି ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି । ସେଣ୍ଟ୍ରାଲ ବ୍ୟୁରୋ ପକ୍ଷରୁ ଯାଞ୍ଚ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ବିବରଣୀରୁ ପ୍ରକାଶ, ସହାବାଳିପୁର ଗାଁରେ ବାଂଲାଦେଶୀ ଯୁବତୀ ବସବାସ କରୁଥିବା ଅଭିଯୋଗ ହେଉଥିଲା । ଏହାଛଡା ବହୁ ବୁଲା ବିକାଳି ମଧ୍ୟ ସେଠାରେ ବସବାସ କରୁଥିଲେ । ସେମାନେ ପଶ୍ଚିମବଙ୍ଗର ଅଧିବାସୀ ବୋଲି ନକଲି ପରିଚୟ ପତ୍ର ଦେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ଅସାମାଳିକ କାର୍ଯ୍ୟକଳାପ କରି ଆସୁଥିଲେ । ସେମାନଙ୍କୁ ହଟାଇବା ପାଇଁ ଗ୍ରାମବାସୀ ଅଂଟା ଭିଡିବା ପରେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସହାବାଳିପୁର ଗାଁରେ ରହୁଥିବା ଯୁବକ, ଯୁବତୀ ମାନଙ୍କ ଫଟୋ,ଅଧାର କାର୍ଡ,ମୋବାଇଲ ନମ୍ବର ସଂଗ୍ରହ କରାଯାଇ ସେଣ୍ଟ୍ରାଲ ବ୍ୟୁରୋକୁ ପଠା ଯାଇଛି । । ସେମାନେ ପ୍ରକୃତରେ ପଶ୍ଚିମବଙ୍ଗର ନା ବଙ୍ଗରେ କିଛି ବର୍ଷ ରହି ପରିଚୟ ପତ୍ର ହାସଲ କରିଛନ୍ତି ତଦନ୍ତରେ ଜଣା ପଡିଯିବ । ରିପୋର୍ଟ ଆସିବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ପ୍ରଶାସନ ଏହି ଯୁବକ, ଯୁବତୀଙ୍କ ତଥ୍ୟ ସଂଗ୍ରହ କରିବା ପରେ ବହୁ ଗାଁ ଛାଡି ଅନ୍ୟତ୍ର ପଳାଇ ଗଲେଣି ।