ବିଜାପୁର : ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ବିଜାପୁରରେ ବଡ଼ ମାଓ ହମଲା ହୋଇଛି। ମାଓବାଦୀମାନେ IED ବ୍ଲାଷ୍ଟ କରି ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ଘଟଣାରେ ଚାଳକ ଓ ୮ ଡିଆରଜି ଯବାନ ସହିଦ ହୋଇଛନ୍ତି। ବିଜାପୁରର କୁଟରୁ ମାର୍ଗର ବେଦରେରେ ମାଓବାଦୀମାନେ ଏହି ଘଟଣା ଘଟାଇଛନ୍ତି। ସହିଦ ଯବାନମାନେ ଏହି ଅପରେସନକୁ ସଫଳ କରି ଫେରୁଥିଲେ, ଯେଉଁଥିରେ ୫ ଜଣ ମାଓବାଦୀକୁ ନିପାତ କରାଯାଇଛି।

ବସ୍ତରର ଆଇଜି କହିଛନ୍ତି କି, ବିଜାପୁରରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ମାଧ୍ୟମରେ ଗାଡ଼ି ଉଡ଼ାଇ ଦେଇଛନ୍ତି। ଏଥିରେ ୮ ଡିଆରଜି ଯବାନ ଓ ଜଣେ ଡ୍ରାଇଭରଙ୍କ ସମେତ ୯ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସେ ଦନ୍ତେୱାଡା , ନାରାୟଣପୁର ଓ ବିଜାପୁରର ମିଳିତ ଅଭିଯାନରୁ ଫେରୁଥିଲେ।

କୁହାଯାଉଛି କି , ଗାଡ଼ିରେ ବିସ୍ଫୋରଣ ପରେ ମାଓବାଦୀମାନେ ଫାୟାରିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଘଟଣା ସ୍ଥଳରେ ଏବେ ବି ମୁହାଁମୁହିଁ ଫାୟାରିଂ ଚାଲିଛି। ଘଟଣା ସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯିବାର ଖବର ଆସିଛି। ଦୀର୍ଘ ଦିନ ପରେ ମାଓହବାଦୀ ଛତିଶଗଡ଼ରେ ଏହିପରି ବଡ଼ ଘଟଣା ଘଟାଇଛନ୍ତି। ଯବାନମାନେ ଯାଉଥିବା ପିକଅପ୍‌ ଗାଡ଼ିକୁ ମାଓବାଦୀମାନେ କୁଟରୁ ମାର୍ଗର ବେଦରେରେ ଟାର୍ଗେଟ୍‌ କରିଛନ୍ତି। 

ସୂଚନା ଆଧାରରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ସୁଦ୍ଧା ବସ୍ତରରୁ ମାଓବାଦୀ ମୂଳପୋଛ କରିବାର ଟାର୍ଗେଟ୍‌ ରଖିଛନ୍ତି। ସେ ଗତ କିଛି ଦିନ ପୂର୍ବେ ବିଜାପୁରରେ ହିଁ ଏହି ଘୋଷଣା କରିଥିଲେ।