ନୂଆଦିଲ୍ଲୀ,୧୩।୧: ସୁପ୍ରିମକୋର୍ଟ ମଙ୍ଗଳବାର ବୁଲା କୁକୁରଙ୍କ ଆକ୍ରମଣ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ ଜଷ୍ଟିସ୍ ବିକ୍ରମ ନାଥ କଡା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି କୁକୁର କାମୁଡିବା ଦ୍ବାରା ପିଲା କିମ୍ବା ବୟସ୍କ ଲୋକଙ୍କୁ ଆଘତ କିମ୍ବା ମୃତ୍ୟୁ ହୁଏ ତେବେ ଏଥିପାଇ ରାଜ୍ୟ ସରକାରଙ୍କୁ ଭାରି ମାତ୍ରାରେ କ୍ଷତିପୂରଣ ଦେବାକୁ ପଡିପାରେ। ସେ କହିଛନ୍ତି,ଅଧିକାରୀଙ୍କ ନିଷ୍କ୍ରିୟତା କାରଣରୁ ଏହି ସମସ୍ୟା ବହୁ ଗୁଣ ପର୍ଯ୍ୟନ୍ତ ବଢିସାରିଛି। ​​​​​​​

​​​​​​​

ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି, କୁକୁର ଆକ୍ରମଣରେ ପିଲା କିମ୍ବା ବୃଦ୍ଧଙ୍କ ମୃତ୍ୟୁ ହୁଏ କିମ୍ବା ଆହତ ହୁଅନ୍ତି, ସେହି ପ୍ରତ୍ୟେକ ମାମଲାରେ ରାଜ୍ୟ ସରକାରଙ୍କୁ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଭାରୀ କ୍ଷତିପୂରଣ ଦେବାକୁ ପଡିବ। ଯେଉଁମାନେ କୁକୁରମାନଙ୍କୁ ଖାଇବାକୁ ଦେଉଥିବାର ଦାବି କରନ୍ତି ସେମାନଙ୍କୁ ମଧ୍ୟ ଦାୟୀ କରାଯିବ। ଯଦି ସେମାନଙ୍କର ଏପରି ଭଲ ପାଇବା ଅଛି, ତେବେ ସେମାନେ କୁକୁରମାନଙ୍କୁ ଘରକୁ ନେଇଯିବା ଉଚିତ। କାହିଁକି ସେମାନଙ୍କୁ ଭୟଭୀତ କରିବା ଏବଂ ଲୋକଙ୍କୁ କାମୁଡ଼ିବା ପାଇଁ ରାସ୍ତାରେ ଛାଡି ଦିଆଯାଉଛି?" ଏହି ମନ୍ତବ୍ୟ ସେତେବେଳେ ଆସିଥିଲା ଯେତେବେଳେ ବରିଷ୍ଠ ଆଇନଜୀବୀ ମାନେକା ଗୁରୁସ୍ୱାମୀ ଦୁଇଟି ପଶୁ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଯୁକ୍ତି ଦେଉଥିଲେ।

​​​​​​​

ମାନେକା ଗୁରୁସ୍ୱାମୀ କହିଛନ୍ତି, ଏହା ଏକ ଭାବନାତ୍ମକ ପ୍ରସଙ୍ଗ । ଏହା ଉପରେ ଜଷ୍ଟିସ୍ ସନ୍ଦୀପ ମେହେତା ଟିପ୍ପଣୀ ଦେଇ କହିଛନ୍ତି, ଏପର୍ଯ୍ୟନ୍ତ ଭାବନା କେବଳ କୁକୁର ପାଇଁ ଦେଖାଯାଉଛି।’ ଗୁରୁସ୍ୱାମୀ ଏହାର ଜବାବ ଦେଇ କହିଛନ୍ତି, ତାଙ୍କୁ ମଣିଷ ବିଷୟରେ ମଧ୍ୟ ସେତିକି ଚିନ୍ତା କରିବା ଦରକାର। ସେ କୋର୍ଟରେ ସଂସଦର ଯୁକ୍ତିତର୍କ ବିଷୟରେ ମଧ୍ୟ କହିଥିଲେ, ଯାହା ଉପରେ ଜଷ୍ଟିସ୍ ମେହେତା କହିଛନ୍ତି, ସଂସଦ ଏଲିଟ୍ କ୍ଲାସ।’

ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି, ମ୍ୟାଡାମ ଗୁରୁସ୍ୱାମୀ, ଆମକୁ ପ୍ରଶାସନକୁ ଦାୟୀ କରିବାକୁ ଦିଆଯାଉ, ଯାହାଫଳରେ କୌଣସି ଠୋସ୍ ପକ୍ରିୟା ଆରମ୍ଭ କରିହେବ। ପ୍ରତ୍ୟେକ ଲୋକ ଏହି କଥାକୁ ଦୋହରାଉଛନ୍ତି। ଆମକୁ ନିର୍ଦେଶ ପାଳନ କରିବାକୁ ଦିଆଯାଉ।’ ସେଭଳି ଜଷ୍ଟିସ୍ ମେହେତା କହିଛନ୍ତି,ଅଧିକାରୀଙ୍କ ଅବହେଳାରୁ ସମସ୍ୟା ହଜାର ଗୁଣା ବଢି ଯାଇଛି। ଏହି କୋର୍ଟ ରୁମ୍ ଏବେ ସାର୍ବଜନୀନ ମଞ୍ଚ ହୋଇଯାଇଛି।

ମେନକା ଗୁରୁସ୍ୱାମୀ କହିଥିଲେ, କୁକୁରମାନଙ୍କୁ ହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ବନ୍ଧ୍ୟାକରଣ ହେଉଛି ସଠିକ୍ ପନ୍ଥା। ସେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ପାଣ୍ଠିକୁ ସଠିକ୍ ଭାବରେ ବ୍ୟବହାର କରାଯାଉନାହିଁ। ଏବିସି ନିୟମ କେବଳ ଜନ୍ମ ନିୟନ୍ତ୍ରଣ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ପଶୁମାନଙ୍କୁ ବନ୍ଧନରେ ବାନ୍ଧି ରଖିବା ବିରୋଧରେ ରହିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ସଂସଦ ବି ମାନୁଛି ଯେ, କୁକୁର ହତ୍ୟା ନୀତି ବିଫଳ ହୋଇଛି। ଗୁରୁସ୍ୱାମୀ ଜୋର ଦେଇ କହିଥିଲେ ଯେ କରୁଣାକୁ ଅଣଦେଖା କରାଯାଇପାରିବ ନାହିଁ, କୌଣସି ଯୁକ୍ତି ନିଷ୍ଠୁରତା କିମ୍ବା କୁକୁରମାନଙ୍କ ନିପାତକୁ ଯଥାର୍ଥ କରିପାରିବ ନାହିଁ।

ଆହୁରି ପଢନ୍ତୁ :ମହାରାଷ୍ଟ୍ରରେ ‘ଲଡକି ବେହେନ’ ଖାତାକୁ ଟଙ୍କା ଯିବା ଉପରେ ରୋକ, ନିର୍ବାଚନ କମିଶନ୍‌ଙ୍କ ବଡ଼ ଆକ୍ସନ