ନୂଆଦିଲ୍ଲୀ : ଆମ ଶରୀରରେ ଏମିତି ଅନେକ ସଙ୍କେତ ଦେଇ ଥାଏ , ଯାହା ଦର୍ଶାଇ ଥାଏ ଯେ, ହାର୍ଟ ସୁସ୍ଥ ନାହିଁ। ଏହି ସବୁ ସଙ୍କେତକୁ ଅଣଦେଖା କରିବା ବହୁତ ମହଙ୍ଗା ପଡ଼ିପାରେ , କାରଣ ହାର୍ଟ ଆଟାକ୍ କିମ୍ୱା ମୃତ୍ୟୁ ଜନିତ ସ୍ଥିତି ହୋଇଯାଏ। ପ୍ରକୃତ କଥା ହେଲା ଧାଁ ଦୌଡ଼ର ବ୍ୟସ୍ତ ଜୀବନ ଓ ଖରାପ ଜୀବନଶୈଳୀ କାରଣରୁ ଆଜିକା ସମୟରେ ହୃଦରୋଗ ( ହାର୍ଟ ଡିଜିଜ) ଏକ ଗୁରୁତର ମହାମାରୀର ରୂପ ନେଇ ସାରିଛି। ‘ୱାର୍ଲ୍ଡ ହାର୍ଟ ଫେଡରେସନ’ର ତଥ୍ୟ ଅନୁସାରେ , ବୈଶ୍ୱିକ ସ୍ତରରେ ହେବାକୁ ଥିବା ମୃତ୍ୟୁ ମଧ୍ୟରୁ ୩୨ ପ୍ରତିଶତର କାରଣ ହୃଦରୋଗ ସମ୍ୱନ୍ଧୀୟ।
ଆଶ୍ଚର୍ଯ୍ୟକର କଥା ଏହା ଯେ, ହୃଦଘାତ (ହାର୍ଟଆଟାକ୍) କିମ୍ୱା ଅନ୍ୟ ସମସ୍ୟା ଗୁଡ଼ିକ ହଠାତ୍ ଆସେ ନାହିଁ। ଆମର ଶରୀର ବହୁ ପୂର୍ବରୁ ଏହାର ସଙ୍କେତ ଦେବା ଆରମ୍ଭ କରି ଦିଏ। ଏହିସବୁ ଲକ୍ଷଣ ଗୁଡ଼ିକୁ ସଠିକ୍ ସମୟରେ ଚିହ୍ନଟ କରିବା ଜୀବନ ସୁରକ୍ଷିତ ହୋଇପାରେ।
ବିଶେଷଜ୍ଞଙ୍କ ଅନୁସାରେ ହୃଦରୋଗ ସୁସ୍ଥତାର ଲକ୍ଷଣ –
ଛାତିରେ ଅସ୍ୱାଭାବିକତା କିମ୍ୱା ଚାପ ( Angina) : ଡାକ୍ତର ସୁଭାଷ ଚନ୍ଦ୍ର (ଚେୟାରମ୍ୟାନ୍, ଇଣ୍ଟରଭେନସନାଲ୍ କାର୍ଡିଓଲୋଜି ଆଣ୍ଡ୍ ଷ୍ଟ୍ରକଚରାଲ ହୃଦରୋଗ, BLK-ମ୍ୟାକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ୍)ଙ୍କ ଅନୁସାରେ, ଏହା ହୃଦରୋଗର ସବୁଠାରୁ ସାଧାରଣ ଲକ୍ଷଣ। ଯଦି ଆପଣ ଛାତିରେ ଭାରୀପଣ, କଠିନତା କିମ୍ବା ଜ୍ୱଳନ ଅନୁଭବ କରନ୍ତି, ଯାହା କିଛି ମିନିଟରୁ ଅଧିକ ସମୟ ପାଇଁ ରହିଥାଏ କିମ୍ବା ବିଶ୍ରାମ ନେବା ପରେ ଠିକ୍ ହୋଇଯାଏ, ତେବେ ଏହା କରୋନାରୀ ଆର୍ଟେରୀ ରୋଗର ଲକ୍ଷଣ ହୋଇପାରେ।
କୌଣସି ସ୍ପଷ୍ଟ କାରଣ ବିନା ଅତ୍ୟଧିକ ଥକ୍କାପଣ : ଯଦି ଆପଣ ନିୟମିତ ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ବହୁତ ଶୀଘ୍ର ଥକ୍କାପଣ ଅନୁଭବ କରନ୍ତି କିମ୍ବା ସକାଳେ ଉଠିବା ପରେ ମଧ୍ୟ ଅଳସୁଆ ଅନୁଭବ କରନ୍ତି , ତେବେ ଏହାର ଅର୍ଥ ଯେ, ଆପଣଙ୍କ ହାର୍ଟ ସମଗ୍ର ଶରୀରରେ ଠିକରେ ରକ୍ତ ପମ୍ପ କରି ପାରୁ ନାହିଁ।
ନିଶ୍ୱାସ ନେବାରେ କଷ୍ଟ (Dyspnea) : ସିଡ଼ି ଚଢ଼ିବା ସମୟରେ କିମ୍ବା ଅଳ୍ପ ଦୂର ଚାଲିବା ପରେ ମଧ୍ୟ ପ୍ରବଳ ନିଃଶ୍ୱାସ ନେବା ଏକ ଦୁର୍ବଳ ହାର୍ଟର ଲକ୍ଷଣ। କେବେ କେବେ ସିଧା ଶୋଇବା ସମୟରେ ମଧ୍ୟ ନିଃଶ୍ୱାସ ନେବାରେ କଷ୍ଟ ହୁଏ।
ହାତ, ପାଦ ଏବଂ ଗୋଡ଼ ଫୁଲିବା (Edema ) : ଯେତେବେଳେ ହାର୍ଟର ପମ୍ପିଂ କ୍ଷମତା ଦୁର୍ବଳ ହୋଇଯାଏ, ତ ଶରୀରର ନିମ୍ନ ଅଂଶରେ ତରଳ ପଦାର୍ଥ ଜମା ହେବା ଆରମ୍ଭ କରେ, ଯାହା ଫଳରେ ପାଦ ଏବଂ ଗୋଡ଼ ଫୁଲିଯାଏ।
ମୁଣ୍ଡ ବୁଲାଇବା ଏବଂ ଥଣ୍ଡା ଝାଳ ବାହାରିବା : କୌଣସି ଶାରୀରିକ ପରିଶ୍ରମ ବିନା ହଠାତ୍ ଥଣ୍ଡା ଝାଳ ବୋହିବା ଏବଂ ମୁଣ୍ଡ ବୁଲାଇବା ହୃଦଘାତର ଏକ ସିଧାସଳଖ ସତର୍କ ସୂଚନା ହୋଇପାରେ।
ଏମିତି ଆପଣାନ୍ତୁ ସୁରକ୍ଷିତ ଉପାୟ -
ଅନେକ ରିସର୍ଚ୍ଚରୁ ଜଣାପଡ଼େ ଯେ, କେବଳ ଜୀବନଶୈଳୀରେ ଉନ୍ନତି ଆଣି ୮୦ ପ୍ରତିଶତ ଅକାଳ ହୃଦଘାତକୁ ରୋକା ଯାଇ ପାରିବ। ଯଦି ଆପଣ ଲଗାତାର ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସି ଏକ ଅନୁଭବ କରନ୍ତି, ତେବେ ଏହାକୁ କେବଳ 'ଗ୍ୟାସ୍' କିମ୍ବା ସାଧାରଣ ଦୁର୍ବଳତା ଭାବି ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କୌଣସି କାର୍ଡିଓଲଜିଷ୍ଟ( ହୃଦରୋଗ ବିଶେଷଜ୍ଞ)ଙ୍କ ସହ ପରାମର୍ଶ କରନ୍ତୁ ଏବଂ ଇସିଜି ଓ ଇକୋକାର୍ଡିଓଗ୍ରାଫି ଭଳି ଆବଶ୍ୟକୀୟ ପରୀକ୍ଷା କରାନ୍ତୁ।
ସୁସ୍ଥ ଖାଦ୍ୟ ଖାଇବା ଜାରି ରଖନ୍ତୁ ଏବଂ ପ୍ରତିଦିନ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରନ୍ତୁ କିମ୍ବା ଚାଲିବାକୁ ଯାଆନ୍ତୁ। ଏହା କରିବା ଦ୍ୱାରା ଆମର ଶିରା ଏବଂ ଧମନୀରେ ବ୍ଲକେଜର ଆଶଙ୍କା ହ୍ରାସ ପାଏ। ଚାଲିବା ଦ୍ୱାରା ରକ୍ତବାହୀ ନଳୀରେ ଜମା ହେଉଥିବା କୋଲେଷ୍ଟ୍ରଲକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରେ। ପ୍ରତି ଛଅ ମାସରେ ସ୍ୱାସ୍ଥ୍ୟ ଚେକଅପ୍ ନିଶ୍ଚିତ କରନ୍ତୁ। ସମୟ ସମୟରେ LFT, KFT, CBC, ଏବଂ ୟୁରିନ ଭଳି ପରୀକ୍ଷା କରାନ୍ତୁ।
ଆହୁରି ମଧ୍ୟ ପଢନ୍ତୁ : ରାତିରେ ଛାଡ଼ନ୍ତୁ ଏହିସବୁ ଖରାପ ଅଭ୍ୟାସ, ଶାନ୍ତି ନିଦ ସାଙ୍ଗକୁ ସକାଳୁ ହେବନି ମୁଣ୍ଡ ବିନ୍ଧା