ବିଜାନୌର, ୨୨/୦୬ : ସକାଳ ଜଳଖିଆ କଳିରୁ ଚାଲିଗଲା ଜୀବନ। ୮ ମାସର ଗର୍ଭବତୀ ସ୍ତ୍ରୀକୁ ଛଟପଟ କରି ମାରିଲା ସ୍ଵାମୀ। ଛୋଟ କଥା କଟାକଟିରୁ ଅମାନବୀୟ କାଣ୍ଡ ଘଟାଇଲା ନୃଶଂସ। ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାର ସିମଲା ଖୁର୍ଦ ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ବିଜନୌର ଜିଲ୍ଲାର ସିମଲା ଖୁର୍ଦ ଗାଁର ୨୮ ବର୍ଷୀୟା ମୀନାକ୍ଷି ୮ ମାସର ଗର୍ଭବତୀ ଥିଲେ। ଶୁକ୍ରବାର ସକାଳେ ଘରେ ଜଳଖିଆ ପ୍ରସ୍ତୁତିକୁ ନେଇ ସ୍ଵାମୀ ମୁକେଶ ସୈନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ମୀନାକ୍ଷୀ ଜଳଖିଆ ତିଆରି କରିବାକୁ ସିଧା ସିଧା ମନା କରି ଦେଇଥିଲେ। ବାସ୍ କଥା ଏତିକି... ନା ଶୁଣି ମୁକେଶଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ସେ ରାଗ ଜର୍ଜରିତ ହୋଇ ମୀନାକ୍ଷିଙ୍କ ତଣ୍ଟି ଚିପି ଦେଇଥିଲେ। ଶ୍ଵାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ କରିବାର ଲୋକେ ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିଲା। ଶ୍ଵାସରୁଦ୍ଧ ହେବା ଯୋଗୁଁ ମୀନାକ୍ଷିଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।..

ଆହୁରି ପଢନ୍ତୁ- ପ୍ରେମ ବ୍ୟାପାରରୁ ରାଜଧାନୀରେ ବୁଲିଲା ଖଣ୍ଡା, ବାପା-ପୁଅଙ୍କୁ ହାଣିଲେ

୩୭୫ ବର୍ଷ ପୁରୁଣା Palm Leaf Manuscript ମିଳିଲା! Knowledge Bharatam Campaign ର ବଡ଼ ସଫଳତା