ନୂଆଦିଲ୍ଲୀ : ଅଡ଼ୁଆରେ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ। ଗୋମୂତ୍ରକୁ ପ୍ରଂଶସା କରି କହିବା ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି କାମକୋଟିଙ୍କୁ ପଡ଼ିଛି ମହଙ୍ଗା। ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଗୋମୂତ୍ରର ଔଷଧୀୟ ଗୁଣ ବିଷୟରେ କହୁଛନ୍ତି। କାମକୋଟି ଗୋମୂତ୍ରକୁ ଆଣ୍ଟିବାକ୍ଟେରିଆଲ , ଆଣ୍ଟି ଫଙ୍ଗଲ ଓ ପାଚନରେ ସାହାଯ୍ୟ କରୁଥିବା କହୁଛନ୍ତି। ସେ ଦାବି କରିଛନ୍ତି ଯେ, ଗୋମୂତ୍ର ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ସମସ୍ୟାରୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଥାଏ। ତାଙ୍କର ଏହି ଦାବିର ଭିଡ଼ିଓ ଭାଇରାଲ ହେବା ପରେ ରାଜନୀତିକ ମାହୋଲରେ ହଙ୍ଗାମା ସୃଷ୍ଟି ହୋଇଛି। କଂଗ୍ରେସ ଓ ଡିଏମକେ ତାଙ୍କର ଏହି ବୟାନ ଉପରେ କଡ଼ା ବିରୋଧ କରିଛନ୍ତି। 

ଚେନ୍ନାଇରେ ଗୋ ସଂରକ୍ଷଣ ଶାଳାର କାର୍ଯ୍ୟକ୍ରମରେ ସେ ଏହା ମଧ୍ୟ କହିଛନ୍ତି କି, ସନ୍ନ୍ୟାସୀଙ୍କୁ ଯେତେବେଳେ ଖୁବ୍‌ ଜ୍ୱର ହୁଏ , ସେତେବେଳେ ବି ସେ ଗୋମୂତ୍ରର ବ୍ୟବହାର କରନ୍ତି। ପିଟିଆଇର ରିପୋର୍ଟ ମୁତାବିକ , ଭାଇରାଲ ହେଉଥିବା ଭିଡ଼ିଓ ସତ। ସେ କହିଛନ୍ତି କି ସେ ଜଣେ ଜୈବିକ କୃଷକ ମଧ୍ୟ , ଏଥିପାଇଁ ତାଙ୍କ କଥାର ସନ୍ଦର୍ଭ ବହୁତ ବିସ୍ତୃତ।

ଡିଏମକେ ଓ କଂଗ୍ରେସ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକଙ୍କର ଏହି ବୟାନର ଆଲୋଚନା କରିଛନ୍ତି। କଂଗ୍ରେସ ନେତା କାର୍ତି ପି ଚିଦମ୍ୱରମ୍‌ କହିଛନ୍ତି କି, ଆଇଆଇଟି ମାଡ୍ରାସ୍‌ର ନିର୍ଦ୍ଦେଶକଙ୍କର ଦାବି ଭିତ୍ତିହୀନ ଓ ଏହାର ବିଜ୍ଞାନ ସହ କୌଣସି ସାମଞ୍ଜସ୍ୟ ନାହିଁ। ସେଠାରେ ଡିଏମକେ ନେତା ଟିକେଏସ୍‌ ଏଲାଙ୍ଗୋବାନ କହିଛନ୍ତି କି, ତାଙ୍କୁ ଏହି ନାମୀ ସଂସ୍ଥାରୁ ଆଉ କୁଆଡ଼େ ପଠାଇ ଦେବା ଉଚିତ୍‌।

ଡିଏମକେ ନେତା କହିଛନ୍ତି , ଯଦି ତାଙ୍କର ଟ୍ରାନ୍ସଫର ଆଇଆଇଟି ମାଡ୍ରାସ୍‌ରୁ କୌଣସି ସରକାରୀ ମେଡିକାଲ କଲେଜ୍‌କୁ କରାଯାଏ ତ, ସେ କଣ କରିବେ। ସେ ଆଇଆଇଟିରେ କଣ କରୁଛନ୍ତି। ତାଙ୍କୁ ଏମ୍ସର ନିର୍ଦ୍ଦେଶକ କରି ଦେବା ଉଚିତ୍‌। ସରକାର ତାଙ୍କୁ ତୁରନ୍ତ ଆଇଆଇଟିରୁ ହଟେଇ ଦେବା ଉଚିତ୍‌। 


କହି ରଖୁଛୁ କି , ଭି କାମକୋଟିଙ୍କ ଅନେକ ଏମିତି ଭିଡ଼ିଓ ସୋସିଆଲ ମିଡ଼ିଆରେ ରହିଛି, ଯେଉଁଥିରୁ ଜଣାଯାଏ କି ସେ କେତେ ଧାର୍ମିକ ବ୍ୟକ୍ତି।