ଅଳତୀ,୧/୬ : କ୍ରିକେଟ୍ ଖେଳକୁ ନେଇ ବାଜିରେ ଲାଗିଲା ଇଜ୍ଜତ । ଭାଇରାଲ ଭିଡ଼ିଓ ଆଧାରରେ ଦୁଇ ନାବାଳକଙ୍କୁ ଅଟକ ରଖାଯାଇଛି । ଏହିଭଳି ଏକ ସଂବେଦନଶୀଳ ଖବର ଆସିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ରାମଚନ୍ଦ୍ରପୁର ଥାନା ଗଁପୁର ପଞ୍ଚାୟତ ଅନ୍ତର୍ଗତ କୋଳିପାଳ ଗ୍ରାମରେ ।
ସୂଚନା ଅନୁସାରେ ଗ୍ରାମରେ ଚାରି ଦିନ ତଳେ ତିନି ଜଣ ନାବାଳକ କ୍ରିକେଟ୍ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଥିଲା ବାଜି । କ୍ରିକେଟ୍ ଖେଳ ହାର୍ ଜିତ୍ ଜିତିବାକୁ ନେଇ ୨୦ଟଙ୍କା ବାଜି ରଖିଥିଲେ। ବାଜିରେ ପଇସା ହାରିଥିବା ନାବାଳକ ୨୦ଟଙ୍କା ଦେଇ ପାରି ନଥିବାରୁ ନାବାଳକର ଇଜ୍ଜତ ବାଜିରେ ଲାଗିଥିଲା। ତେବେ ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ଉକ୍ତ ନାବାଳକର ବାପା ଆଜି ରାମଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇ ଦୁଇ ନାବାଳକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ଏହି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି ।