ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ମହାନଦୀରେ ଡିନାମାଇଟ୍‌ ବିସ୍ଫୋରଣରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ , ନିରବଦ୍ରଷ୍ଟା ପ୍ରଶାସନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ମହାନଦୀ ପ୍ରବାହିତ ହୋଇଛି। ବ୍ଲକର ମହାନଦୀ କୂଳେ କୂଳେ କାଲେଶ୍ୱର ଠାରୁ ମାରଡ଼ା ପର୍ଯ୍ୟନ୍ତ ମତ୍ସଜୀବୀ ବାସ କରୁଛନ୍ତି। ନଦୀ ଗର୍ଭରେ ବେଆଇନ ଡିନାମାଇଟ୍‌ ବିସ୍ଫୋରଣ ସକାଶେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହେବା ସହ ଜଳଚର ପ୍ରାଣୀ ଓ ବିଭିନ୍ନ ପ୍ରଜାତିର ମାଛ ବଂଶ ଲୋପ ପାଉଛି ଏବଂ ମତ୍ସଜୀବୀ ପ୍ରଭାବିତ ହେଉଛନ୍ତି।

ମହାନଦୀର ଗୋଟିଏ ପାର୍ଶ୍ୱରେ ବୌଦ୍ଧ ଜିଲ୍ଲା ଓ ଅନ୍ୟ ପାର୍ଶ୍ୱରେ ଅନଗୁଳ ଜିଲ୍ଲା ରହି ଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏବଂ  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ନଦୀ କୁଳିଆ ଅଞ୍ଚଳରେ ବେଆଇନ ବିସ୍ଫୋରକ ବିକ୍ରି କରୁଥିବାରୁ ନଦୀ ଗର୍ଭରେ ବିସ୍ଫୋରଣ ବୃଦ୍ଧି ପାଉଥିବା ଅଭିଯୋଗ ଆସୁଛି। ବିସ୍ଫୋରଣ ଓ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର କରି ମାଛ ମରା ଯାଉ ଥିବାରୁ ମହାନଦୀର ଜଳ ବିଷାକ୍ତ ହେବା ସହିତ ବିଭିନ୍ନ ପ୍ରଜାତିର ମତ୍ସ ବଂଶ ଲୋପ ପାଉଛି ଏବଂ ପରିବେଶ ଉପରେ ପ୍ରଭାବ ପଡୁ ଥିବାର ପ୍ରାଣୀବିତ୍‌ ଓ ପରିବେଶବିତ୍‌ ମତ ରଖୁଛନ୍ତି।

ପ୍ରତିବର୍ଷ ଶୀତ ଋତୁ ଠାରୁ ବର୍ଷା ଋତୁ ପର୍ଯ୍ୟନ୍ତ ପ୍ରତିଦିନ ସହ ସହ ଡିନାମାଇଟ୍‌ ବେଧଡକ ଭାବେ ବିସ୍ଫୋରଣ ହେଉଥିଲେ ମଧ୍ୟ ପ୍ରଶାସନିକ ଦୃଷ୍ଟି ପଡୁନି କି, ରୋକିବା ପାଇଁ ପଦକ୍ଷେପ ନେଉ ନଥିବାରୁ ଜନ ଅସନ୍ତୋଷ ଦେଖା ଦେଉଛି।

ଅନ୍ୟ ପଟେ ହରଭଙ୍ଗା କୈବର୍ତ୍ତ ସମାଜର ସଭାପତି ଦନାର ବେହେରା ଅଭିଯୋଗ ଆଣିଛନ୍ତି ଯେ, ଏହି ବିସ୍ଫୋରଣ ହେତୁ ଆମ ମତ୍ସଜୀବୀ ସମ୍ପ୍ରଦାୟ ଜୀବନଜୀବିକା ଉପରେ ପ୍ରଭାବ ପଡୁଛି ଓ ବାଧ୍ୟ ହୋଇ ଜୀବିକା ନିର୍ବାହ କରିବା ପାଇଁ ବିଦେଶକୁ ଦାଦନ ଖଟିବାକୁ ବହୁ ପରିବାର ଯାଉଛନ୍ତି।

ଏଣୁ ଉକ୍ତ ବିସ୍ଫୋରଣ ଉପରେ କଡ଼ା ନଜର ରଖିବା ସହ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେବା ପାଇଁ ଦାବି କରିଛନ୍ତି। ଏ ବାବଦରେ ବନ୍ୟ ପ୍ରାଣୀ ଅଧିକାରୀ ନୟାଗଡ଼ର ପାର୍ଥ ସାରଥୀ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଆମ ପାଖକୁ ସେମିତି ଅଭିଯୋଗ ଆସିନି। ତଥାପି ସୁରକ୍ଷା ଦୃଷ୍ଟିରୁ ସାତକୋଶିଆ ଅଞ୍ଚଳରେ କର୍ମଚାରୀମାନେ ବୋଟ୍‌ ସାହାଯ୍ୟରେ ତଦାରଖ କରୁଛନ୍ତି ଓ ଉପର ମୁଣ୍ଡରେ ସୁରକ୍ଷା ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.