ବୌଦ୍ଧ, ୨୦/୦୪ : ବୌଦ୍ଧ ମହାନଦୀ ସେତୁ ଉପରେ ଲୋମଟାଙ୍କୁରା ଦୁର୍ଘଟଣା। ଆମ୍ଵୁଲାନ୍ସ ଧକ୍କାରେ ସ୍ଵାମୀ ଓ ସ୍ତ୍ରୀ ମୃତ। ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ। ଅନାଥ ହୋଇଗଲେ ଦୁଇ ଶିଶୁ।
ସୂଚନାନୁଯାୟୀ, ସଦେଇପୁର ଗାଁର ମିଟୁ ବେହେରା ଏବଂ ପତ୍ନୀ ମନୋରମା ବେହେରା ଦୁଇ ଶିଶୁଙ୍କୁ ନେଇ ଯାଉଥିଲେ। ମହାନଦୀ ସେତୁ ଉପରେ ଗାଡି ରଖି ନଦୀ ଦେଖିବା ବେଳେ ବାଇକ୍କୁ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଛି। ଏହାପରେ ବୌଦ୍ଧ ମେଡିକାଲରେ ପତ୍ନୀ ମନୋରମା ବେହେରା ଆଖି ବୁଜିଛନ୍ତି। ଦୁଇ ଶିଶୁଙ୍କ ଆଖି ଆଗରେ ଏହି ଦୁର୍ଘଟଣା ଘଟିଛି।