ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୩ରେ ସାଲେପୁର ଆସିବେ ଯୋଗୀ ଆଦିତ୍ୟନାଥ, ବିଜେପି କର୍ମୀମାନଙ୍କୁ ବିଜୟର ମନ୍ତ୍ର ଦେବେ

ସାଲେପୁର,୨୧/୦୫: ଆସନ୍ତା ୨୩ ତାରିଖ ଦିନ ସାଲେପୁର ଗସ୍ତରେ  ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସାଲେପୁର  ଥାନା ଅନ୍ତର୍ଗତ କୁଳିଆ ପଡ଼ିଆରେ ୨୩ତାରିଖ ଦିନ ଅନୁଷ୍ଠିତ ହେବାକୁ  ଥିବା କେନ୍ଦ୍ରାପଡ଼ା ଲୋକସଭା ସଂସଦୀୟ କ୍ଷେତ୍ର ସ୍ତରୀୟ ସାଧାରଣ ନିର୍ବାଚନ  ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପୁଲିସ ପ୍ରଶାସନ  ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟକ୍ରମରେ କିପରି  ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଯୋଗଦେବେ ସେନେଇ ବିଜେପି  ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । 

ପ୍ରକାଶ ଯୋଗ୍ୟ ଯେ, କିଛି  ଦିନ ତଳେ ଏହି ପଡ଼ିଆରେ କଂଗ୍ରେସ୍‌ ପକ୍ଷରୁ ଅନୁଷ୍ଠିତ ସଭାରେ ରାହୁଲ  ଗାନ୍ଧି ଯୋଗଦେଇଥିଲେ । ଆସନ୍ତା ୨୩ ତାରିଖ ଦିନ ଏଠି ଅନୁଷ୍ଠିତ ହେବାକୁ  ଥିବା ନିର୍ବାଚନୀ ସଭାରେ ବିଜେପିର ହେଭିୱେଟ୍‌ ନେତା ଯୋଗୀ ଆଦିତ୍ୟନାଥ  ଯୋଗଦେଇ ବିଜେପି କର୍ମୀମାନଙ୍କୁ ବିଜୟର ମନ୍ତ୍ର ଦେବେ ବୋଲି ସାଲେପୁର ମଣ୍ଡଳ ସଭାପତି ଆଇନ୍‌ଜୀବୀ ବିକ୍ରମ କେଶରୀ ବଳ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.