ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ବିଜୟ ନେଇ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ , କହିଲେ ...

ନୂଆଦିଲ୍ଲୀ : ଦେଶରେ ଚାଲୁ ରହିଛି ଲୋକସଭା ନିର୍ବାଚନ। ଏ ଭିତରେ ଅନେକ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। କିଏ ଜିତିବ ବା କେଉଁ ପାର୍ଟିକୁ କେତେ ସିଟ୍‌ ମିଳିବ ? ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଙ୍ଗଳବାର କିଛି ଏମିତି ଦାବି କରିଛନ୍ତି , ଯାହା କେନ୍ଦ୍ରର କ୍ଷମତାଧାରୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଖୁସି କରିବ। ପ୍ରଶାନ୍ତ କିଶୋର କହିଛନ୍ତି ଯେ କେନ୍ଦ୍ରର ରାଜନୀତିରେ ହାଟ୍ରିକ୍‌ ଲଗେଇବାକୁ ଚେଷ୍ଟା କରୁଥିବା ବିଜେପି ସରକାରକୁ ନେଇ ନା କିଏ ଅସନ୍ତୁଷ୍ଟ ଅଛନ୍ତି ନା ଅନ୍ୟ କେଉଁ ଦ୍ୱିତୀୟ ବିକଳ୍ପ ନେଇ ଚିନ୍ତା କରୁଛନ୍ତି। ଯାହାକି ବିଜେପି ପ୍ରତି ଲୋକଙ୍କ ମତ ସକରାତ୍ମକ ରହିଛି। 

ଏନଡିଟିଭି ସହ ଏକ ଇଣ୍ଟରଭ୍ୟୁରେ ଜନ ସୁରାଜ ପାର୍ଟି ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ର ଲୋକସଭା ନିର୍ବାଚନରେ ବିଜେପିକୁ ଆଉ ଏକ ବିଜୟ ଦେଇ ପାରିବେ। ସେ ଅନୁମାନ ଲଗାଇ କହିଛନ୍ତି କି, ବିଜେପି ପାର୍ଟିର ସିଟ୍‌ ସଂଖ୍ୟା ୨୦୧୯ ର ୩୦୩ ସିଟ୍‌ର ପାଖାପାଖି ବା ଏହାଠାରୁ ମଧ୍ୟ ଅଧିକ ହୋଇପାରେ।

ସେ କହିଛନ୍ତି , ମୋତେ ଲାଗୁଛି ଯେ, ମୋଦିଙ୍କ ନେତୃତ୍ୱର ବିଜେପି ପୁଣି ଫେରୁଛି। ତାଙ୍କୁ ଗତ ନିର୍ବାଚନର ପାଖାପାଖି ସିଟ୍‌ ମିଳି ପାରେ ବା ତାଙ୍କର ପ୍ରଦର୍ଶନ ପୂର୍ବାପେକ୍ଷା କିଛି ଭଲ ହୋଇ ପାରେ। ପିକେ କହିଛନ୍ତି କି, ଯଦିଓ ଲୋକଙ୍କ ମଧ୍ୟରେ ବିଜେପି ସରକାର ବିରୋଧରେ ନିରାଶ ଦେଖିବାକୁ ମିଳିପାରେ , ହେଲେ ବ୍ୟାପକ ଭାବେ ମୋଦି ସରକାରଙ୍କୁ ହଟେଇବା ପାଇଁ ବିରକ୍ତି ଭାବ ଦେଖିବାକୁ ମିଳୁ ନାହିଁ।

ପିକେ କହିଛନ୍ତି ,ଏବେ ସୁଦ୍ଧା ତ ଆମେ ଶୁଣି ନାହୁଁ କି ମୋଦିଜୀଙ୍କ ବିରୋଧରେ ବ୍ୟାପକ ଜନାକ୍ରୋଶ ଅଛି। ଲୋକେ ନିରାଶ ଥାଇ ପାରନ୍ତି, ଆକାଂକ୍ଷା ଅଧୁରା ରହିପାରେ , କିନ୍ତୁ ଆମେ ବ୍ୟାପକ ବିରକ୍ତି ହେବାର ଶୁଣି ନାହିଁ। ପିକେ କହିଛନ୍ତି , ଯଦି ୨୦୧୪ ଓ ୧୦୧୯ର ଲୋକସଭା ନିର୍ବାଚନର ଫଳାଫଳ ଉପରେ ନଜର ପକାଇବା ନିର୍ବାଚନୀ ପଣ୍ଡିତମାନେ ଭବିଷ୍ୟବାଣୀ କରିଥିଲେ ଯେ, ବିଜେପିକୁ ୨୭୨ରୁ ଅଧିକ ସିଟ୍‌ ମିଳିବ ନାହିଁ। ଏହିଥର ବିଜେପିର ହକ୍‌ରେ ଭବିଷ୍ୟବାଣୀ ହେଉଛି। ବିଜେପି ସିଟ୍‌ର ଲକ୍ଷ୍ୟକୁ ୨୭୧ ସିଟ୍‌ରୁ ହଟେଇ ୩୭୦ କରି ଦେଇଛି। ତାଙ୍କର ରଣନୀତିର କାରଣରୁ ହିଁ ଅଧିକାଂଶ ରଣନୀତିଜ୍ଞ ବିଜେପିର ବିଜୟର ଭବିଷ୍ୟବାଣୀ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.