ପ୍ରମୂଖ ଖବର

ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ

ଭୁବନେଶ୍ୱର ୨୧/୦୫: ମଞ୍ଚ, ସିନେମା ଓ ଧାରାବାହିକ ଅଭିନେତା  ବିଜୟ ପଟ୍ଟନାୟକଙ୍କ ପରଲୋକ ।  ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କଲେ ଶେଷ ନିଶ୍ୱାସ ତ୍ୟାଗ। ତାଙ୍କ ଦେହାନ୍ତରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ ପରିବାର ପ୍ରତି ସମବେଦନା ସହ ଏଭଳି କଠିନ ପରିସ୍ଥିତିରେ ନିଜକୁ ଦୃଢ କରିବାକୁ ଆଶ୍ୱାସନା ଦେଇଛନ୍ତି । 

ସୂଚନା ମୁତାବିକ, ବିଜୟ ପଟ୍ଟନାୟକ । ଏକାଧାରାରେ ମଞ୍ଚ, ସିନେମା, ଏବଂ ଧାରାବାହିକ ଅଭିନୟ କରୁଥିଲେ । ନିଜର ନିଖୁଣ ଅଭିନୟ ଜରିଆରେ ଦର୍ଶକଙ୍କ ମନମୁଗ୍ଧ କରୁଥିଲେ । ଏପିରିକି ତାଙ୍କର ଚମତ୍କାର ଅଭିନୟକୁ କେହି କେହି ନୂଆ ଟ୍ରେଣ୍ଡ ସେଟର ବୋଲି କହୁଥିଲେ ।ତାଙ୍କ ନିଖୁଣ ଅଭିନୟ ପାଇଁ ସଙ୍ଗୀତ ଏକଡେମୀ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି । ନିଜ କ୍ୟାରିୟରରେ ସବୁବେଳେ ବଛା ବଛା ଫିଲ୍ମରେ ଅଭିନୟ କରିଥିଲେ ।  ହେଲେ ଏବେ ଆଉନାହାନ୍ତି ଏହି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ । ଦୁଃଖର ସାଗରରେ ସମସ୍ତଙ୍କୁ ଭସାଇ ଆରପାରିକୁ ଚାଲିଗଲେ ବିଜୟ ପଟ୍ଟନାୟକ । ମାତ୍ର ୭୮ ବର୍ଷ ବୟସରେ ଆଖିବୁଝିଛନ୍ତି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.