ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବଢ଼ୁଛି ବେଆଇନ ପଥର ଖାଦାନ ସହ ବ୍ଲାଷ୍ଟିଙ୍ଗ, ଚିର ନିଦ୍ରାରେ ପ୍ରଶାସନ

Published By : Suraj Kumar | October 27, 2024 7:56 PM

ଦାରିଙ୍ଗବାଡି,୨୭/୧୦(ଆପ୍ର): ଦାରିଙ୍ଗବାଡି ଅଞ୍ଚଳରେ ଦିନ କୁ ଦିନ ବୃଦ୍ଧି ପାଉଛି ବେଆଇନ ପଥର ଖାଦାନ ସହ ବ୍ଲାଷ୍ଟିଙ୍ଗ  । ହେଲେ ଚିର ନିଦ୍ରା ରେ ସ୍ଥାନୀୟ ପ୍ରଶାସନ ।  ବେଆଇନ ପଥର ଖାଦାନ ସହ ବ୍ଲାଷ୍ଟିଙ୍ଗ ଫଳରେ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ହେଲେ ବିଭାଗୀୟ ଅଧିକାରୀ ଙ୍କ ନଜର ପଡୁ ନାହିଁ । ପଥର ଖାଦାନ ନିମନ୍ତେ ଖଣି ବିଭାଗ ଠାରୁ ଅନୁମତି ନେବାର ପ୍ରାବଧାନ ରହିଥିବା ବେଳେ ବ୍ଲାଷ୍ଟିଙ୍ଗ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଅନୁମତି ନେବାକୁ ନିୟମ ରହିଛି । ହେଲେ କୌଣସି  ଅନୁମତି ନନେଇ ଚାଲିଛି ବେଆଇନ କାର୍ଯ୍ୟ । ହେଲେ ଏଥି ପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ।  

ଦାରିଙ୍ଗବାଡି ଥାନା ଅନ୍ତର୍ଗତ  ପର୍ତମାହା ପଞ୍ଚାୟତର ଡ଼ଲାବାଡ଼ି ଗ୍ରାମରେ ବେଆଇନ ପଥର ଖାଦାନ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ତହସିଲଦାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ଆଉ ଏକ ବେଆଇନ ପଥର ଖାଦାନ ଦେଖିବାକୁ ମିଳିଛି । ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ପିଅବାଡି ନିକଟ ପାହାଡ଼ ରେ ବେଆଇନ ପଥର ଖାଦାନ ସହ ପଥର ବ୍ଲାଷ୍ଟିଙ୍ଗ ହେଉଥିବା ଦେଖିବାକୁ ମିଳିଛି। ଅଧା ପାହାଡ଼ ରୁ ପଥର ବ୍ଲାଷ୍ଟିଙ୍ଗ ହୋଇ ଚୋରା ଚାଲାଣ କରାଯାଇଥିବା ବେଳେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହୋଇଛି । ଜିଲ୍ଲା ବାହାରର କିଛି ଠିକାଦାର ସ୍ଥାନୀୟ ପ୍ରଶାସନ ସହ ସଲା ସୁତରା ହୋଇ ଏଭଳି ବେଆଇନ କାର୍ଯ୍ୟ କୁ ପ୍ରଶୟ ଦେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉଛନ୍ତି ଅଧିକାରୀ । ଦୁଇ ଦୁଇଟି ସ୍ଥାନରେ ବେଆଇନ ଖାଦାନ ସହ ବ୍ଲାଷ୍ଟିଙ୍ଗ ହେବା ସହ ସହ ଗାଡ଼ିରେ ପଥର ଚୋରା ଚାଲାଣ ହେଉଥିବା ଯୋଗୁଁ ସରକାରଙ୍କ ରାଜସ୍ବ ହାନି ହେଉଛି । ଏଣୁ ଏହାର ସଠିକ୍ ତଦନ୍ତ କରି ବେଆଇନ ଭାବେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.