ପ୍ରମୂଖ ଖବର

ଆଇଏମ୍‌ଏର ଅପିଲ ପରେ ଆଗକୁ ଆସିଲା ଟାଟା ଗ୍ରୁପ୍, ମେଡିକାଲ କଲେଜର ପୀଡିତ ଛାତ୍ରଙ୍କ ପାଇଁ କଲା ଏହି ବଡ଼ ଘୋଷଣା

Published By : Harapriya Biswal | June 14, 2025 1:54 PM

ନୂଆଦିଲ୍ଲୀ,୧୪।୬:  ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରିଛି। ଗତ ଗୁରୁବାର ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ କେବଳ ବିମାନର ଯାତ୍ରୀ ନୁହେଁ ତଳେ ଥିବା ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଅହମ୍ମଦାବାଦରେ ହୋଇଥିବା ଏହି ଦୁର୍ଘଟଣାରେ ବିଜି ମେଡିକାଲ କଲେଜର କିଛି ଛାତ୍ରଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଏବେ ବି ଅନେକଙ୍କର ଚିକିତ୍ସା ଚାଲିଛି।  ଏହି ଦୁଃଖଦ ଘଟଣା ପରେ  ଛାତ୍ର ଓ ତାଙ୍କ ପରିବାର ଲୋକ ସହାୟତା ରାଶି ମାଗିଛନ୍ତି। 

ଗୁଜରାଟ ରାଜ୍ୟ ଶାଖାର ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ ବା ଆଇଏମ୍‌ଏ ଶନିବାର ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରଙ୍କୁ ଚିଠି ଲେଖିଛି। ଏଥିରେ ପ୍ରଭାବିତ ଛାତ୍ରଙ୍କ ପାଇଁ ଆର୍ଥିକ ଓ ମାନବୀୟ ସହାୟତା ଅପିଲ କରାଯାଇଛି। ଆଇଏମ୍‌ଏ ନିଜ ପତ୍ରରେ ଲେଖିଛି, ଆମେ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛୁ ଯେ,  ଘଟଣାସ୍ଥଳରେ ଥିବା ମେଡିକାଲ ଛାତ୍ରଙ୍କୁ ଆର୍ଥିକ ସହାୟତା ଜରୂରୀ ରହିଛି। ଯେଉଁମାନେ ଆହତ ହୋଇଥିଲେ ତାଙ୍କ ଜୀବନ ଚାଲି ଯାଇଛି। ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା କରିବାର ଘୋଷଣା କରିଛି। ଏଭଳି ସ୍ଥିତିରେ ମେଡିକାଲ ଛାତ୍ରଙ୍କ ସହ ମଧ୍ୟ ସମାନ ସମବେଦନା ଓ ସହଯୋଗ ରହିବା ଦରକାର। ଛାତ୍ରମାନେ କେବଳ ପୀଡିତ ନୁହେଁ, ସେମାନେ ଭବିଷ୍ୟତର ଡାକ୍ତର ମଧ୍ୟ ଥିଲେ। ତାଙ୍କ ପରିବାର ସହାୟତାର ହକଦାର।’

ଇକୋନୋମିକ୍ସ ଟାଇମ୍‌ର କହିବା ଅନୁସାରେ, ଆଇଏମ୍‌ଏ ଅପିଲର କିଛି ଘଣ୍ଟା ପରେ ଏୟାର ଇଣ୍ଡିଆର ପ୍ରବନ୍ଧ  ନିର୍ଦେଶକ ଓ ସିଇଓ କ୍ୟାପବେଲ୍‌ ଓ୍ବିଲସନ୍‌ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏଥିରେ ଘୋଷଣା କରିଛନ୍ତି ଟାଟା ଗ୍ରୁପ୍ ଦୁର୍ଘଟଣାରେ ଜୀବନ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟିର ସହାୟତା ରାଶି ହେବ। ଏହା ସହ ଯେଉଁ ଲୋକ ଆହତ ହୋଇଛନ୍ତି, ତାଙ୍କର ସବୁ ଖର୍ଚ୍ଚ ଟାଟା ଗ୍ରୁପ୍ ବହନ କରିବ। ଏହା ସହ ସେ କହିଛନ୍ତି, ଏଭଳି ଏକ ଅପୂରଣୀୟ କ୍ଷତି ପାଇଁ ଖୁବ୍ ଦୁଃଖିତ। ପ୍ରଭାବିତଙ୍କ ପାଇଁ ଶୋକ ବ୍ୟକ୍ତ କରୁଛୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.