ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ହ୍ରାସ ପାଉଥିବା ଥଣ୍ଡା ମଧ୍ୟରେ ବଦଳିବ ପାଣିପାଗ , ୟୁପି ସମେତ ଏହିସବୁ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya | January 18, 2025 4:26 PM

ନୂଆଦିଲ୍ଲୀ : ଦିଲ୍ଲୀ , ୟୁପି ସମେତ ଉତ୍ତର ଭାରତରୁ ଥଣ୍ଡାର ପ୍ରଭାବ ହ୍ରାସ ପାଇଛି। ଧିରେ ଧିରେ ତାପମାତ୍ରାରେ କମ୍ ବହୁତ ବୃଦ୍ଧି ହେଉଛି। ଦିନ ସମୟରେ ଖରା ବି ହେଉଛି। ଏହି ମଧ୍ୟରେ ପାଣିପାଗ ବିଭାଗ କହିଛି କି, ନୂଆ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସରୁ ପାଣିପାଦ ବିଗିଡ଼ିବ ଓ ୟୁପି ସମେତ ଅନେକ ରାଜ୍ୟରେ ବର୍ଷା ହେବ। ପାଣିପାଗ ବିଭାଗ ଅନୁସାରେ, ଉତ୍ତର ପଶ୍ଚିମ ଭାରତରେ ୨୧ରୁ ୨୩ ଜାନୁୟାରୀ ମଧ୍ୟରେ ବର୍ଷା ହେବାକୁ ଯାଉଛି। ଉତ୍ତର ପଶ୍ଚିମ ଭାରତରେ ଆଗାମୀ ଦୁଇ ଦିନ ଯାଏ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏହାପରେ ଏଥିରେ ହ୍ରାସ ଘଟିବ। 

ପାଣିପାଗ ବିଭାଗ ଅନୁସାରେ , ପଶ୍ଚିମୀ ହିମାଳୟୀ କ୍ଷେତ୍ରରେ ଅର୍ଥାତ୍ ଉତ୍ତର ଭାରତର ପାହାଡିଆ ରାଜ୍ୟରେ ବର୍ଷା ଓ ବରଫପାତ ବଢିବ। ଏହାସହ , ପଞ୍ଜାବ , ହରିଆଣା , ଚଣ୍ଡିଗଡ଼ରେ ୨୧ ରୁ ୨୩ ଜାନୁଆରୀ ମଧ୍ୟରେ ବର୍ଷା ହେବ, ରାଜସ୍ଥାନରେ ୨୨ ଓ ପଶ୍ଚିମୀ ଉତ୍ତର ପ୍ରଦେଶରେ ୨୨ ଓ ୨୩ ଜାନୁଆରୀରେ ବର୍ଷାର ଆଲର୍ଟ ଅଛି। ଉତ୍ତରାଖଣ୍ଡରେ ୨୩ ଜାନୁଆରୀରେ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି। ଅନ୍ୟ ରାଜ୍ୟ ଗୁଡ଼ିକର କଥା ଯଦି କହିବା ତ ତାମିଲନାଡୁ , ପୁଡୁଚେରୀ , କରାଇକଲରେ ୧୮ ଜାନୁଆରୀରେ ବର୍ଷା ହେବ। 

ଏହି ସମୟରେ ଜମ୍ମୁ କାଶ୍ମୀର, ଲଦ୍ଦାଖରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟଡିଗ୍ରୀ ତଳେ ରହିଛି, ଯାହାକି ହିମାଚଳ ପ୍ରଦେଶରେ ଦୁଇରୁ ପାଞ୍ଚ ଡିଗ୍ରୀ ସେଲସିୟମ ମଧ୍ୟରେ ରହିଛି। ସେଠାରେ ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତରେ ଏହା ୬ରୁ ୧୨ ଡିଗ୍ରୀ ସେଲସିୟସ୍ ମଧ୍ୟ ଚାଲୁଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର ବିଦର୍ଭ , ବିହାର , ପଶ୍ଚିମବଙ୍ଗ , ସିକ୍କିମ ଆଦି ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ଡିଗ୍ରୀ ସେଲସିୟସର ହ୍ରାସ ଘଟିଛି, ଯେଉଁଥିରେ କିଛମାତ୍ରାରେ ଥଣ୍ଡା ଏହି ଅଞ୍ଚଳରେ ବଢି ଯାଇଛି। 

ଉତ୍ତର ଭାରତ ପାଇଁ ପାଣିପାଗ ବିଭାଗ ଖୁସି ଖବର ଦେଇ କହିଛି କି, ଆଗାମୀ ୫ଦିନରେ ସର୍ବନିମ୍ନ ତାପମାତ୍ରାରେ ୫ ଡିଗ୍ରୀ ସେଲସିୟସ୍‌ର ବୃଦ୍ଧି ଘଟିପାରେ। ଏଥିରେ ପ୍ରବଳ ଥଣ୍ଡାରୁ ଆହୁରି ଆସ୍ୱସ୍ତି ମିଳିବ। ମଧ୍ୟ ଭାରତରେ ଆଗାମୀ ୩ଦିନରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ, କିନ୍ତୁ ଏହାପରେ ଏହି ତିନି ଡିଗ୍ରୀ ସେଲସିୟସ ବଢି ଯିବ। ହିମାଚଳ ପ୍ରଦେଶରେ ୧୮ ଜାନୁଆରୀରେ ଶୀତଲହରୀ ଚାଲିବାର ସମ୍ଭାବନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.