କୋଣାର୍କ,୨୪/୧୦: ଗୁରୁବାର ସକାଳୁ ବାତ୍ୟା ଦାନାର ପ୍ରଭାବ ଦେଖିବାକୁ ମିଳିଛି । ଝିପିଝିପି ବର୍ଷା ସାଙ୍ଗକୁ ହାଲକା ପବନ ବହିବାରେ ଲାଗିଛି । ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି । ଚନ୍ଦ୍ରଭାଗା ସମୁଦ୍ରର ଉଚ୍ଚ ଜୁଆର କୂଳକୁ ମାଡ଼ି ଆସୁଛି । ଚନ୍ଦ୍ରଭାଗା ଓ କୋଣାର୍କରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ଏକପ୍ରକାର ବନ୍ଦ ରହିଛି ।
ବାତ୍ୟା 'ଦାନା'ର ପ୍ରଭାବରେ ଚାରିଆଡେ ଖାଁ ଖାଁ ଲାଗୁଛି । ଚନ୍ଦ୍ରଭାଗାରୁ ୨୭ ହବିଷ୍ୟାଳିଙ୍କୁ କୋଣାର୍କ ସ୍ଥାନାନ୍ତର କରାଯାଇଛି । କୋଣାର୍କ ବସଷ୍ଟାଣ୍ଡ ନିକଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୭ଜଣ ହବିଷ୍ୟାଳିଙ୍କୁ ରଖାଯାଇଛି । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଥିବା କହିଛନ୍ତି କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ।