ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଲଗାଣ ବର୍ଷାରେ ବେହାଲ ଥୁଆମୂଳ-ରାମପୁର; ଜନଜୀବନ ଅସ୍ତବ୍ୟସ୍ତ

Published By : Harapriya Sethi | July 4, 2025 7:46 AM

ଥୁଆମୂଳ ରାମପୁର,୦୪/୦୭: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମଧ୍ୟ ବେଶ୍ ପ୍ରଭାବିତ ହୋଇଛି । ଜୁନ୍ ୨୩ ତାରିଖରୁ ଆଜି ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିଛି । ଏହି ୧୦ ଦିନରେ ୫୫୭ ମି.ମି ବର୍ଷା ରେକର୍ଡ କରାଯାଇଛି । ଜୁନ୍ ମାସର ଶେଷ ସପ୍ତାହରେ ୩୭୮ ମି.ମି ଏବଂ ଜୁଲାଇ ପହିଲାରୁ ଏଇ ତିନିଦିନରେ ୧୭୯ ମି.ମି ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିଯାଇଛି, ଅଧିକାଂଶ ଗଛ ଉପୁଡ଼ି ଯାଇଛି । ରାସ୍ତାଘାଟର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ଲଘୁଚାପ ଜନୀତ ବର୍ଷା ଯୋଗୁଁ ସ୍କୁଲ, ଅଙ୍ଗନବାଡି ଏବଂ ବିଭିନ୍ନ କାର୍ଯ୍ୟାଳୟ ଗୁଡିକର ଛାତରୁ ପାଣି ଝରୁଛି । ଫଳରେ ଘର ଭିତର ପାଣି ସରସର ହୋଇ ପଡିଥିବା ଦେଖିବାକୁ ମିଳିଛି।

ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ମଧ୍ୟ ସ୍ଥିତି ଦୟନୀୟ। ଗୁଣପୁର ଠାରୁ ଡୁମେରପଦରକୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ନିର୍ମାଣାଧୀନ ରାସ୍ତାର ଅବସ୍ଥା ସାଂଘାତିକ। ନିମ୍ନମାନର ତଥା ଅବ୍ୟବସ୍ଥିତ ନିର୍ମାଣ ଶୈଳୀ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଧସିବାକୁ ବସିଲାଣି । ବର୍ଷା ଜଳ ନିଷ୍କାସନ ପାଇଁ ହୋଇଥିବା ଡ୍ରେନେଜ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ରହିଥିବା ଯୋଗୁଁ ସହରର ବର୍ଷା ଜଳ ରାସ୍ତା ଉପରେ ବହୁଥିବା ବେଳେ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି । 

ସେହିପରି ଥୁଆମୂଳ ରାମପୁର-କଲମପୁର ସିଙ୍ଗାରୀ ଘାଟି ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିବା ବେଳେ ଚଳିତ ବର୍ଷାରେ ବିଭିନ୍ନ ସ୍ଥାନରେ ମାଟି ଅତଡା ଏବଂ ପଥର ଖସି ରାସ୍ତା ଅବରୋଧ କରୁଥିବା ଭଳି ସ୍ଥିତି ପାଇଁ ଏହି ଘାଟି ରାସ୍ତା ମରଣଯନ୍ତା ପାଲଟିଛି । ଡୁମେରପଦର ତଳଝାପି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ । ଏହି ରାସ୍ତାର ବିଷମଗିରି ନିକଟ ଏକ ପୋଲ ଏବଂ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । କେରପାଇ ଅଞ୍ଚଳର ସର୍ଗିପଦର ଠାରୁ ସେରକାପାଇ ରାସ୍ତା ମାଟି କାଦୁଅରେ ସରସର ହେଉଥିବା ଯୋଗୁଁ ଏହି ଅଞ୍ଚଳ ଭିତରକୁ ଆମ୍ବୁଲାନ୍ସ ପଶିବା ସମ୍ଭବ ହେଉନଥିବା ଜଣାପଡିଛି । ସେହିପରି ବର୍ଷା ଯୋଗୁଁ ମହୁଲପାଟଣା-ଖମାରପଦର ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ବ୍ଲକର ଏଭଳି ଅନେକ ରାସ୍ତା ଅଛି, ଯେଉଁଠି ସବୁଦିନିଆ ରାସ୍ତା ନଥିବାରୁ ବର୍ଷା ଦିନେ ନାନା ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.