ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାରେ ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ

Published By : Prameya | November 10, 2024 9:36 PM

ମାଲକାନଗିରି, ୧୦/୧୧ :  ଶ୍ରୀ ଅନ୍ନ ଓ ବିସ୍ମୁତ ଖାଦ୍ୟ ମହୋତ୍ସବ ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ମାଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦୁ ଜଳଖିଆ ଦର୍ଶକ ଓ ଅତିଥିମାନଙ୍କ ମନମୋହିଥିବାବେଳେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାରେ ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଛି । ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତିଭବନ ପରିସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲରଂଜନ ମହାଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଏହି ଉତ୍ସବକୁ ଉଦଘାଟନ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ସହକାରୀ କୃଷି ଅଧିକାରୀ ମହେଶ କୁମାର ପାଢି, ଉଦ୍ୟାନ ବିଭାଗ ଅଧିକାରୀ ପ୍ରଶାନ୍ତ ପାତ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ, ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ମାଲକାନଗିରି ଜିଲ୍ଲାରେ ପାରମ୍ପରିକ ଚାଷ ଏବଂ ପୂର୍ବରୁ ଉତ୍ପାଦିତ ଶସ୍ୟ ନିରୋଗ୍ୟ ପୃଷ୍ଟି ଯୁକ୍ତଥିଲା। ବର୍ତମାନ ଆଧୁନିକ ପ୍ରଣାଳୀ ଚାଷ ଉତ୍ପାଦନ ବୃଦ୍ଧି, ରାସାୟନିକ ସାର ପ୍ରୟୋଗ ଦ୍ୱାରା ବିଭିନ୍ନ ରୋଗ ମାନବ ସମାଜକୁ ଗ୍ରାସ କରୁଛି । ଜିଲ୍ଲାରେ ପାରମ୍ପରିକ ଚାଷ ସହ ଜୈବିକ ଖତ ସାର ବ୍ୟବହାର କରି ପୂର୍ବ ଭଳି ମାଣ୍ଡିଆ, କାନ୍ଦୁଲ, ସୁଆଁ, ହରଡ, ମୁଗ, ଧାନ, ଇତ୍ୟାଦି ଫସଲ କରିବା ପାଇଁ ମଞ୍ଚସିନ ଅତିଥିମାନେ ପରାମର୍ଶ ଦେଇଥିଲେ।

ଏହି ଖାଦ୍ୟ ମେଳାରେ ବିଭିନ୍ନ ଷ୍ଟଲ ମାଧ୍ୟମରେ ପାରମ୍ପରିକ ଖାଦ୍ୟ ଶସ୍ୟ ସହ ମାଣ୍ଡିଆରେ ପ୍ରସ୍ତୁତ ରସୋଗଲା, ପିଠା, ସୁପ୍‌, ଖିରି, ପକଡା, ନିମିକି, ବରା ସହିତ ବିଭିନ୍ନ ବିହନ, ସଶ୍ୟ ପ୍ରଦର୍ଶିତ କରା ଯାଇଥିଲ। ଦର୍ଶକ ଓ ଅତିଥି ମାନେ ମାଣ୍ଡିଆ ରେ ପ୍ରସ୍ତୁତ ଜଳଖିଆ ଖାଇ ଆନନ୍ଦିତ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.