ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାରତ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା; କହିଲେ ଦଲାଇ ଲାମା ଚୟନ ପ୍ରକ୍ରିୟାରେ ଭାରତ ରହିବ ନିରପେକ୍ଷ

Published By : Bijay Swain | July 4, 2025 8:10 PM

Image courtesy: indiatoday

ନୂଆଦିଲ୍ଲୀ: ନୂତନ ଦଲାଇ ଲାମା ଚୟନକୁ ନେଇ ବିବାଦ ଘନେଇବା ପରେ ଭାରତ ସରକାର ଏକ ବଡ ଟିପ୍ପଣି ଜାରି କରିଛନ୍ତି। ଭବିଷ୍ୟତରେ ହେବାକୁ ଥିବା ଏହି ଧାର୍ମିକ ପ୍ରକ୍ରିୟାକୁ ନେଇ ଭାରତ କୌଣସି ମନ୍ତବ୍ୟ ରଖିବ ନାହିଁ ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। 

ଏନେଇ ବୈଦେଶିକ ମନ୍ତ୍ରଣାଳୟ(ଏମଇଏ)ର ମୁଖପାତ୍ର ରଣଧିର ଜୟସୁଆଲ ଏକ ସାମ୍ୱାଦିକ ସମ୍ମିଳନିରେ ଟିପ୍ପଣି ଦେଇ କହିଛନ୍ତି ଯେ “ନିକଟରେ ଦଲାଇ ଲାମାଙ୍କ ପକ୍ଷରୁ ନୂତନ ଦଲାଇ ଲାମା ଚୟନ ନେଇ ମନ୍ତବ୍ୟ ଆସିଛି। ଭାରତ ସରକାର ଏଭଳି ଧାର୍ମିକ କାର୍ଯ୍ୟକୁ ନେଇ କୌଣସି ପ୍ରକାରର ନିଷ୍ପତ୍ତି କିମ୍ୱା ଘୋଷଣା କରିନାହାନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ଓ ଧର୍ମ ଉପରେ ନିର୍ଭର କରେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମ୍ୱିଧାନ ଓ ଭାରତ ସରକାର ସମସ୍ତଙ୍କୁ ନିଜ ଧର୍ମ ପାଇଁ ସ୍ୱାଧିନତା ପ୍ରଦାନ କରିଛନ୍ତି, ଯାହା ଆଗକୁ ମଧ୍ୟ ଜାରି ରହିବ। 

ଭବିଷ୍ୟତରେ ହେବାକୁ ଥିବା ତିବ୍ଦତର ଧାର୍ମିକ ନେତୃତ୍ତ୍ୱର ଓ ନୂଆ ଦଲାଇ ଲାମାଙ୍କ ଚୟନକୁ ନେଇ ସମଗ୍ର ବିଶ୍ୱର ନଜର ବର୍ତ୍ତମାନର ଦଲାଇ ଲାମାଙ୍କ ଉପରେ ରହିଛି। ଖାସକରି ଚୀନର ବିନା ହସ୍ତକ୍ଷେପରେ କିପରି ନୂଆ ଦଲାଇ ଲାମାଙ୍କୁ ଚୟନ କରାଯିବ ସେନେଇ ସମସ୍ତେ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେବେ ଭାରତ ଦୁନିଆର ସବୁଠୁ ବଡ ତିବ୍ଦତିଆନ ଶରଣାର୍ଥି ଦେଶ ହୋଇଥିବାରୁ ଏହି ମାମଲାରେ ନିରପେକ୍ଷତା ଅବଲମ୍ୱନ କରୁଛି। 

ତେବେ ପୂର୍ବରୁ କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ କିରଣ ରିଜ୍ଜୁ ଦଲାଇ ଲାମାଙ୍କ ନିଷ୍ପତ୍ତି କ୍ରମେ ନୂଆ ଦଲାଇ ଲାମା ଚୟନ ହେବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଚିହିଙ୍କି ଉଠିଥିଲା ଚୀନ। କାରଣ ଚୀନ ଚାହୁଁଛି ପରବର୍ତ୍ତୀ ଲାମା ଚୀନ ସରକାରଙ୍କ ସମର୍ଥନରେ ନିଯୁକ୍ତ ହୁଅନ୍ତୁ। ଯାହାଦ୍ୱାରା ତିବ୍ଦତରେ ବର୍ଷବର୍ଷ ଧରି ଚାଲି ଆସୁଥିବା ଅସୁବିଧା ଗୁଡିକୁ ଚୀନ ପ୍ରତିହତ କରିପାରିବ। କାରଣ ଦଲାଇ ଲାମା ହେଉଛନ୍ତି ତିବ୍ଦତର ସର୍ବଶ୍ରେଷ୍ଠ ଧର୍ମଗୁରୁ। ଯାହାଙ୍କ ଦ୍ୱାରା ଚାଇନା ନିଜ ସୀମା ଅସୁବିଧା ଗୁଡିକୁ ଠିକ କରିବାକୁ ଚାହୁଁଛି। 

ତିବ୍ଦତର ଏହି ମହାନ ଧାର୍ମିକ ବିଶ୍ୱାସ ଉପରେ ଚାଇନା ଆରମ୍ଭରୁ ହସ୍ତକ୍ଷେପ କରିବାକୁ ଚାହୁଁଛି। ଯେଉଁଥିପାଇଁ ଭାରତରେ ଶରଣ ନେଇଥିବା ଚତୁର୍ଦଶ ଦଲାଇ ଲାମା ଏହାର ଘୋର ବିରୋଧ କରୁଛନ୍ତି। ତେବେ ଆଗକୁ ହେବାକୁ ଥିବା ପଞ୍ଚଦଶ ଦଲାଇ ଲାମା ଚୟନରେ ଆଗକୁ କଣ ହେଉଛି ତାହା ଦେଖିବା ବାକି ରହିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.