କଟକ, ୨୭/୧୧ : ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ୧୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ।

​​​​​​​ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ କୋର୍ଟକୁ ଯାଏ, କୋର୍ଟରେ ମଧ୍ୟ ଷ୍ଟେ ହୁଏ। ସରକାର ତାଙ୍କ ପକ୍ଷ ରଖିବେ। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ସର୍ବମାନ୍ୟ। ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି ଯେ, ହାଇକୋର୍ଟ ଭାବି ଚିନ୍ତି ନିଷ୍ପତ୍ତି କରିଥିବେ। ବିଧାୟକଙ୍କ ଉପରେ ଚାପ ପଡ଼ୁଥିଲା। ଯେଉଁମାନେ ଯୋଗ୍ୟ ସେମାନଙ୍କ ବଦଳି ହେଉଥିଲା। ହାଇକୋର୍ଟ ଭଲ ନିଷ୍ପତ୍ତି ନେଇଛନ୍ତି।