ମୁମ୍ୱାଇ : ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ, ଗତ କିଛି ବର୍ଷ ହେବ ପରଦାରୁ ଗାଏବ ଅଛନ୍ତି, ହେଲେ ଫିଲ୍ମ ‘ସିତାରେ ଜମିନ ପର୍‌’ରେ ସେ ଖୁବ୍‌ ଶୀଘ୍ର ନଜର ଆସିବେ। ଦେଖାଯାଇଛି କି, ଆମିର, ପବ୍ଲିକ୍‌ ଆପିୟରେନ୍ସ ଓ ଲାଇମଲାଇଟ୍‌ ଠାରୁ କିଛି ମାତ୍ରାରେ ଦୂରେଇ ରହିଥାନ୍ତି। ଏହାକୁ ସେ ଆଭଏଡ୍ କରିଥାନ୍ତି। କୌଣସି ପାର୍ଟି ବା ପୁରସ୍କାର ଫଙ୍କସନରେ ମଧ୍ୟ ନଜର ଆସନ୍ତି ନାହିଁ। ଏହାର କାରଣ ହୋଇପାରେ ? 

ସୋସିଆଲ ମିଡ଼ିଆରେ ଆମିର ଖାନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି କି , କାହିଁକି ସେ ଆୱାର୍ଡ ଫଙ୍କସନରେ ଯୋଗ ଦେବାରେ ଦୂରେଇ ରୁହନ୍ତି। ଆମିର ନାନା ପାଟେକରଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି – ଏହା ଖୁବ୍‌ ସବଜେକ୍ଟିଭ୍‌ ଓ କ୍ରିଏଟିଭ୍ ଫିଲ୍ମଡ। ଏହା କୌଣସି ଟେନିସ୍‌ ମ୍ୟାଚ୍‌ ତ ନୁହେଁ କି, ବଲ୍‌ ଯାହା ତାହା ଲାଇନ୍‌ ବାହାରକୁ ଆସିଲା ବା ଭିତରକୁ ଆସିଲା। ଏହା ରେସ୍‌ ତ ନୁହେଁ କି ,ଜଣେ ବ୍ୟକ୍ତି ଅନ୍ୟ ଠାରୁ ଅଧିକ ଜୋରରେ ଦୌଡ଼ୁବ। ଇଏ ଫାର୍ଷ୍ଟ ଓ ଇଏ ସେକେଣ୍ଡ ହେବ।

ଫିଲ୍ମରେ ଆମେ କାହାକୁ ଫାର୍ଷ୍ଟ ବା ସେକେଣ୍ଡ କେମିତି କହି ପାରିବା। କାରଣ ଆପଣଙ୍କ ଫିଲ୍ମର କାହାଣୀ ଅଲଗା। ଆପଣ 'ପରିନ୍ଦା' କରିଛନ୍ତି ତ, ମୁଁ 'କୟାମତ୍‌ ସେ କୟାମତ୍ ତକ୍‌' କରିଛି। ଆମେ ନିଜର ପରଫର୍ମେନ୍ସକୁ କେମିତି ତୁଳନା କରି ପାରିବା। ମୋତେ ଏମିତି ଲାଗେ ଇଣ୍ଡିଆନ ଭାବେ ଆମେ ଲୋକେମାନେ ବହୁତ ଇମୋସନାଲ ଏବଂ ଏହା ବି ଭଲ କଥା, ତ ଯେବେ କାହାର ପୁରସ୍କାର ଦେବାର ସମୟ ଆସେ ତ ଆମେ କାମକୁ ପୁରସ୍କାର ଦେଇ ନଥାନ୍ତି। ଆମେ ମଣିଷକୁ ପୁରସ୍କାର ଦେଇଥାଉ। ଯାହାକି ଓଲଟା ହେବା ଉଚିତ୍‌। ବ୍ୟକ୍ତି ଯିଏ ବି ହୁଅନ୍ତୁ , ତାଙ୍କର ନାଁ ଯାହା ବି ହେଉ। ତାଙ୍କର କାମକୁ ଆମେ ପ୍ରଶଂସା କରିବା ଉଚିତ। ହେଲେ ଆମେ ଭାରତୀୟମାନେ ତାହା କରି ପାରନ୍ତି ନାହିଁ , ଆମେ ଲୋକେ ସମ୍ମାନ ଦେଇ କୁହନ୍ତି , ନାହିଁ ୟାର୍‌ ତାଙ୍କୁ ଖରାପ ଲାଗବ ତ ଏହି ଚକ୍କରରେ ଆମେ ଲୋକେ ଏହା କରି ପାରନ୍ତି ନାହିଁ।

ଏହା ଉପରେ ନାନା ପାଟେକର କୁହନ୍ତି – ମୋର ତ ସମସ୍ୟା ଏହା କି , ଯିଏ ଜୁରୀରେ ଥାନ୍ତି ୪-୫-୬, ଏଥିରୁ ୩-୪ଜଣଙ୍କ ସହ ମୋର ଝଗଡ଼ା ହୋଇଥିବ , ତ ମୋର ଅଲଗା ହିଁ ଚାଲି ଥାଏ। ନାନା ପାଟେକରଙ୍କର କଥା ଶୁଣି ଆମିର ଖାନ ହସନ୍ତି। କହି ରଖୁଛୁ କି, ଆମିର ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ ଲାଲ୍‌ ସିଂହ ଚଢାରେ ଦେଖିବାକୁ ମିଳି ଥିଲା। ଫିଲ୍ମକୁ ଖୁବ୍‌ ମିଶ୍ର ପ୍ରତିକ୍ରିୟା ମିଳିଥିଲା।