ନୂଆଦିଲ୍ଲୀ,୨୦/୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯିଏକି ଏବେ ଜେଲରେ ଅଛନ୍ତି । ଏବେ କୋର୍ଟରୁ ତାଙ୍କୁ ବଡ଼ ଝଟକା ଲାଗିଛି । ଦୁର୍ନୀତି ମାମଲାରେ ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ଇମ୍ରାନ ଓ ତାଙ୍କ ପତ୍ନୀଙ୍କୁ ୧୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି । ଏହା ସହିତ ଉଭୟ ୧ କୋଟି ଟଙ୍କାର ଜରିମାନ ମଧ୍ୟ ଗଣିବେ ।
ଅନେକ ମାମଲାରେ ପୂର୍ବରୁ ଜେଲରେ ସାଜ କାଟୁଛନ୍ତି ପିଟିଆଇ ପ୍ରତିଷ୍ଠାତା ତଥା ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏବେ ପାକିସ୍ତାନ କୋର୍ଟରୁ ଇମ୍ରାନଙ୍କୁ ବଡ଼ ଝଟକା ଲାଗିଛି । ମାମଲାଟି ୨୦୨୧ରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କୁ ସାଉଦି ସରକାର ପକ୍ଷରୁ ମିଳିଥିବା ସରକାରୀ ଉପହାରରେ ହେରଫେର ସହ ଜଡ଼ିତ । ତେଶାଖାନ ମାମଲା ଯାହା ସାଉଦି ଯୁବରାଜଙ୍କ ଦ୍ୱାରା ଇମ୍ରାନଙ୍କୁ ଉପହାରରେ ଦିଆଯାଇଥିବା ଏକ ମହଙ୍ଗା ବୁଲଗାରୀ ଅଳଙ୍କାର ସେଟ୍ କ୍ରୟ ସହିତ ଜଡିତ । ଯାହା ଅତ୍ୟନ୍ତ କମ ମୂଲ୍ୟରେ ଥିଲା । ପାକିସ୍ତାନର ରାୱଲପିଣ୍ଡିର ଆଦିୟାଲା ଜେଲରେ ଅନୁଷ୍ଠିତ ଏକ ଶୁଣାଣି ସମୟରେ ସ୍ୱତନ୍ତ୍ର ଅଦାଲତର ଜଷ୍ଟିସ୍ ଶାହରୁଖ ଅର୍ଜୁମନ୍ଦ ମାମଲାରେ ରାୟ ଶୁଣାଇଛନ୍ତି । ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରାଙ୍କୁ ପାକିସ୍ତାନ ଦଣ୍ଡ ସଂହିତା ଧାରା ୪୦୯ ଆଧାରରେ ୧୦ ବର୍ଷ ଲେଖାଏଁ ଏବଂ ଦୁର୍ନୀତି ନିରୋଧନ ଅଧିନିୟମର ବିଭିନ୍ନ ଧାରା ଅଧୀନରେ ୭ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ଦୁହିଁଙ୍କ ଉପରେ କୋଟିଏ ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି ।
Pakistan's Dawn reports - "A special court of the Federal Investigation Agency (FIA) on Saturday sentenced PTI founder Imran Khan and his wife Bushra Bibi to 17 years imprisonment in the Toshakhana-2 case. The case pertains to the purchase of an expensive Bulgari jewellery set,… pic.twitter.com/LOtVNMr9pq
— ANI (@ANI) December 20, 2025
ତୋଶାଖାନା-୨ ମାମଲା କ’ଣ ? ତୋଶାଖାନା-୨ ମାମଲା ସରକାରୀ ଉପହାର ସହିତ ଜଡିତ। ଅଭିଯୋଗ ହୋଇଛି ଯେ ଇମ୍ରାନ ଖାନ ଏବଂ ବୁଶରା ବିବି ନିୟମ ଉଲ୍ଲଂଘନ କରି ଏକ ମହଙ୍ଗା ବୁଲଗାରୀ ଅଳଙ୍କାର ସେଟ୍ ବହୁତ କମ୍ ମୂଲ୍ୟରେ କିଣିଥିଲେ, ଯାହା ଫଳରେ ସରକାରୀ ରାଜକୋଷକୁ କ୍ଷତି ହୋଇଥିଲା । କୋର୍ଟ ଏହି ରାୟ ଶୁଣାଇବା ପରେ ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କ ଆଇନଗତ ଦଳ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ସେମାନଙ୍କ ଓକିଲମାନେ ଯୁକ୍ତି ଦେଇଥିଲେ ଯେ ଏହି ନିଷ୍ପତ୍ତି ଆଇନ ଏବଂ ତଥ୍ୟ ବିରୁଦ୍ଧରେ ।ତୋଶାଖାନା-୧ ମାମଲାରେ, ଇସଲାମାବାଦ ହାଇକୋର୍ଟ ଏପ୍ରିଲ ୨୦୨୪ରେ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ ।