ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏହି ଦେଶରେ ଚା’ର ମିଠାରୁ ଫିକ୍ସ ହୁଏ ବିବାହ, ଚିନିରୁ ମିଳିଥାଏ ଆପ୍ରୁଭାଲ

Published By : Harapriya Biswal | January 19, 2025 8:17 PM

ନୂଆଦିଲ୍ଲୀ,୧୯।୧: ଭାରତରେ ସାଧାରଣତଃ ଦିନର ଆରମ୍ଭ ଏକ କପ୍ ଚା’ ସହିତ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ’ ନଥାଏ, ତେବେ ସେ ଦିନଟି ଅସମ୍ପୂର୍ଣ୍ଣ ମନେହୁଏ।  ଯଦି ଆପଣ କୌଣସି ପରିବାରକୁ ଯାଆନ୍ତି, ସାଧାରଣତଃ ସମସ୍ତେ ଚା ଦେଇଥାନ୍ତି ।କିନ୍ତୁ ଆପଣ କ’ଣ ଜାଣନ୍ତି କି ଭାରତ ପରି  ଅନେକ ଦେଶରେ ମଧ୍ୟ ଚା’କୁ ନେଇ ଏକ ଭିନ୍ନ ପ୍ରକାରର କ୍ରେଜ୍ ଅଛି।  କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ଚା’ର ମିଠା ସହିତ ବିବାହ ସ୍ଥିର କରାଯାଏ। ଚା’ର ମିଠା ପରେ ପୁଅ ଏବଂ ଝିଅର ବିବାହ ସ୍ଥିର ହୋଇଯାଏ। ଏହା କେଉଁ ଦେଶ ତାହା ଜାଣନ୍ତି କି ?

ଏହି ଦେଶ ହେଉଛି ଅଜରବାଇଜାନ। ସେଠାରେ ଚା'ର ମିଠାକୁ ନେଇ ବିବାହ ସ୍ଥିର କରାଯାଏ। ଅଜରବାଇଜାନ ଚା'ର ସ୍ୱାଦ ନିର୍ଣ୍ଣୟ କରେ ଯେ ଜଣେ ପୁରୁଷ ତାଙ୍କ ପସନ୍ଦର ମହିଳାଙ୍କୁ ବିବାହ କରିବେ କି ନାହିଁ। ଯେତେବେଳେ ଜଣେ ପୁରୁଷର ବାପା-ମାଆ ତାଙ୍କ ଘରକୁ ଝିଅର ହାତ ମାଗିବାକୁ ଆସନ୍ତି, ଝିଅର ବାପାମାଆ ତାଙ୍କୁ 'ଶିରିନ୍ ଚା' ନାମକ ମିଠା ଚା ଦେଇ ଆଶୀର୍ବାଦ କରନ୍ତି। ଏହାର ଅର୍ଥ ହେଉଛି ବିବାହ ପ୍ରସ୍ତୁତି ଆରମ୍ଭ ହୋଇପାରିବ। ଯଦି ସେ ତାହା କରନ୍ତି ନାହିଁ, ତେବେ ବିବାହ ଆଲୋଚନା ଆଗକୁ ବଢ଼ିବ ନଥାଏ।

ଭାରତ କେବଳ ଚା ପିଇବାରେ ନୁହେଁ ବରଂ ଏହାର ଉତ୍ପାଦନରେ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଭାରତର ଆସାମ, ନୀଳଗିରି ଏବଂ ଦାର୍ଜିଲିଂ ଚା ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତ ବ୍ୟତୀତ, ଚୀନ୍ ଏବଂ କେନିଆ ମଧ୍ୟ ଚା ଉତ୍ପାଦନରେ ବିଶ୍ୱର ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। କୁହାଯାଏ ଯେ, ଚା’ର ସନ୍ଧାନ ଚୀନ୍‌ର ଶାସନ ଶେନ୍ ନଙ୍ଗ କରିଥିଲେ। ତେବେ ଏହା ଜାଣିଶୁଣି ନୁହେଁ ବଂର ଅକସ୍ମାତରେ ହୋଇଥିଲା। ଆଜିଠାରୁ ପ୍ରାୟ ୪୮୦୦ ବର୍ଷ ପୂର୍ବେ ଅର୍ଥାତ ୨୭୩୨ ଖ୍ରୀଷ୍ଟପୂର୍ବ ତଳେ। ଏହା ପରେ ଚା’ ଏକ ପାନୀୟ ପଦାର୍ଥ ଭାବରେ ପରିଚିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.