ପ୍ରମୂଖ ଖବର
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଏବେ ସବୁଜ ସୁନ୍ଦର ନୁହେଁ, ମଣିଷ ଗଢ଼ିସାରିଲାଣି ପ୍ଲାଷ୍ଟିକ ଦୁନିଆ; ୨୦୪୦ ସୁଦ୍ଧା ପ୍ଲାଷ୍ଟିକ୍ ପ୍ରଦୂଷଣ ୫୦% ବୃଦ୍ଧି

Published By : Swapna Ray | August 15, 2025 1:02 PM

ନୂଆଦିଲ୍ଲୀ, ୧୫।୮: ବିଶ୍ୱର ସବୁଠାରୁ ବଡ଼ ପରିବେଶଗତ ସମସ୍ୟା ମଧ୍ୟରୁ ଗୋଟିଏ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ରତିବର୍ଷ ସମୁଦ୍ର, ନଦୀ, ଜଙ୍ଗଲ ଏବଂ ସହରଗୁଡ଼ିକରେ ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ ଅଳିଆ ବାହାରି ପରିବେଶରେ ଜମା ହେଉଛି । ପରିବେଶରେ ଜମା ହେଉଥିବା ଏହି ପ୍ଲାଷ୍ଟିକ ପ୍ରଭାବରେ ଜୀବଜନ୍ତୁ ଏବଂ ମଣିଷଙ୍କଠାରେ ରୋଗ ସୃଷ୍ଟି କରୁଛି । ପ୍ଲାଷ୍ଟିକ୍ ଉତ୍ପାଦନ ଏବଂ ବ୍ୟବହାର ଦ୍ରୁତ ବୃଦ୍ଧି ହେତୁ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପଡ଼ିଛି । ଜାତିସଂଘର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୧ କୋଟି ୯୦ ଲକ୍ଷରୁ ୨ କୋଟି ୩୦ ଲକ୍ଷ ଟନ୍ ପ୍ଲାଷ୍ଟିକ ଆବର୍ଜନା ପାଣି ଇକୋସିଷ୍ଟମରେ ମିଶି ପ୍ରଦୂଷିତ କରୁଛି । ଯଦି ତୁରନ୍ତ ଏନେଇ କୌଣସି ପଦକ୍ଷେପ ନ ନିଆଯାଏ, ତେବେ ୨୦୪୦ ସୁଦ୍ଧା ଏହି ବିଷ ୫୦% ବୃଦ୍ଧି ପାଇପାରେ । ବିଶ୍ୱ ପ୍ରତିବର୍ଷ ୪୦ କୋଟି ଟନ୍‌ରୁ ଅଧିକ ନୂତନ ପ୍ଲାଷ୍ଟିକ୍ ଉତ୍ପାଦନ କରେ । 

ପ୍ଲାଷ୍ଟିକ ପ୍ରଦୂଷଣ ଶେଷ କରିବା ପାଇଁ ଜେନେଭାରେ ଚାଲିଛି ବିଶ୍ୱ ପ୍ଲାଷ୍ଟିକ ଚୁକ୍ତିର ଏକ ବୈଠକ । ଗତ ବର୍ଷ ଦକ୍ଷିଣ କୋରିଆରେ ଏହି ବୈଠକ ଆୟୋଜନ ହୋଇପାରିନଥିଲା । ତୈଳ ଉତ୍ପାଦନକାରୀ ଦେଶମାନେ ପ୍ଲାଷ୍ଟିକ ଉତ୍ପାଦନ ଉପରେ ଯେକୌଣସି ପ୍ରକାରର ନିଷେଧକୁ ବିରୋଧ କରୁଛନ୍ତି । ଅଧିକାଂଶ ପ୍ଲାଷ୍ଟିକ ତେଲ ଏବଂ ଗ୍ୟାସ ଭଳି ଇନ୍ଧନରୁ ତିଆରି ହୁଏ । ପ୍ଲାଷ୍ଟିକ ଶସ୍ତା, ହାଲୁକା ଏବଂ ସ୍ଥାୟୀ । ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ବୋତଲ, ଷ୍ଟ୍ର ଏବଂ କ୍ୟାରୀ ବ୍ୟାଗ୍‌ରେ ବ୍ୟବହୃତ ହୁଏ । ଏହା ୪୦% ପ୍ଲାଷ୍ଟିକ ଅପଚୟର ମୁଖ୍ୟ କାରଣ । ବିଶ୍ୱରେ କେବଳ ୯% ପ୍ଲାଷ୍ଟିକ ପୁନଃଚକ୍ରିତ ହୁଏ । ଏହାର ମୁଖ୍ୟ କାରଣ ହେଉଛି ପୁନଃଚକ୍ରଣର ଉଚ୍ଚ ମୂଲ୍ୟ ଏବଂ ସୁବିଧାର ଅଭାବ । ସାରା ବିଶ୍ୱରେ ପ୍ଲାଷ୍ଟିକ ଅଳିଆ ସଂଗ୍ରହ ଏବଂ ପୁନଃଚକ୍ରଣ ବ୍ୟବସ୍ଥା ଖୁବ୍‌ ଦୁର୍ବଳ । ଖୋଲା ସ୍ଥାନରେ ପ୍ଲାଷ୍ଟିକ ଅଳିଆ ଫିଙ୍ଗାଯିବା ଯୋଗୁଁ ଏହା ବାୟୁ ଏବଂ ପାଣି ମାଧ୍ୟମରେ ପରିବେଶ ପ୍ରଦୂଷିତ କରିଥାଏ । 

ପ୍ରତିବର୍ଷ ବିଶ୍ୱରେ ୪୦୦ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ଉତ୍ପାଦିତ ହୁଏ । ୨୦୫୦ ସୁଦ୍ଧା ଏହି ସଂଖ୍ୟା ଦ୍ୱିଗୁଣିତ ହୋଇପାରେ । ୧୯୫୦ ମସିହାରୁ ଏ ପର୍ଯ୍ୟନ୍ତ ୮.୩ ବିଲିୟନ ଟନ୍ ପ୍ଲାଷ୍ଟିକ ତିଆରି ହୋଇଛି । ଏଥିମଧ୍ୟରୁ କେବଳ ୯% ପୁନଃଚକ୍ରିତ ହୁଏ, ୧୨% ପୋଡ଼ିଯାଏ ଏବଂ ବାକି ୭୯% ଲ୍ୟାଣ୍ଡଫିଲ୍ସରେ ଜମା ହୁଏ । ୨୦୨୪ ମସିହାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ପ୍ରତି ସପ୍ତାହରେ ହାରାହାରି ୫ ଗ୍ରାମ୍ ମାଇକ୍ରୋପ୍ଲାଷ୍ଟିକ ଖାଉଛନ୍ତି । ସି ଫୁଡ୍‌, ପାନୀୟ ଜଳ ଏବଂ ଏବଂ ବାୟୁ ମାଧ୍ୟମରେ ମାଇକ୍ରୋପ୍ଲାଷ୍ଟିକ ମଣିଷ ଶରୀରରେ ପହଞ୍ଚୁଛି । ନାଇଜେରିଆର ଲାଗୋସ୍ ବିଶ୍ୱର ସର୍ବାଧିକ ପ୍ଲାଷ୍ଟିକ-ପ୍ରଦୂଷିତ ସହର ମଧ୍ୟରୁ ଗୋଟିଏ । ଏହି ମାରାତ୍ମକ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ପାଇଁ, ଲାଗୋସ୍‌ରେ ସରକାର ସିଙ୍ଗଲ୍-ୟୁଜ୍-ପ୍ଲାଷ୍ଟିକ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.