ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ପୁଷ୍ପା-୨’ରେ ଶ୍ରୀଲୀଲାଙ୍କୁ ଦିଆଯାଇଛି କମ୍‌ ପାରିଶ୍ରମିକ, ଫିଲ୍ମ ନିର୍ମାତାଙ୍କ ଉପରେ ବର୍ଷିଲେ ସୋସିଆଲ୍‌ ମିଡିଆ ୟୁଜର୍ସ

Published By : Krishna Priya | November 13, 2024 10:28 AM

ମୁମ୍ବାଇ ୧୩/୧୧: ଅଲ୍ଲୁ ଅର୍ଜୁନ ଷ୍ଟାରର୍‌ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ରେ ନଜର ଆସିବେ ସାଉଥ୍‌ ନାୟିକା ଶ୍ରୀଲୀଲା । ଫିଲ୍ମରେ ଆଇଟମ୍‌ ନମ୍ବର ପାଇଁ ତାଙ୍କୁ କାଷ୍ଟ୍‌ କରାଯାଇଛି । ତାଙ୍କ ଦମ୍‌ଦାର ନୃତ୍ୟ କେବଳ ଫିଲ୍ମରେ ଉତ୍ସାହ ଭରିବ ତାହା ନୁହେଁ, ଫ୍ୟାନ୍‌ଙ୍କୁ ମଧ୍ୟ ମନୋରଞ୍ଜନର ଭରପୂର ଖୋରାକ ଦେବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁସାରେ, ଏହି ଖାସ୍‌ ଗୀତ ପାଇଁ ଶ୍ରୀଲୀଲାଙ୍କୁ ୨ କୋଟି ଟଙ୍କା ପାରିଶ୍ରମିକ ଦିଆଯାଇଛି । ‘ଗୁଣ୍ଟୁର କାରମ’ରେ ତାଙ୍କ ପାରିଶ୍ରମିକର ଏହା ଅଧା । ମହେଶ ବାବୁଙ୍କ ଅଭିନୀତ ଏହି ଫିଲ୍ମରେ ଲିଡ୍‌ ଲେଡି ଭୂମିକାରେ ନଜର ଆସିଥିବା ଶ୍ରୀଲୀଲାଙ୍କୁ ୪ କୋଟି ପାରିଶ୍ରମିକ ମିଳିଥିଲା । ଯଦି ‘ପୁଷ୍ପା-୧’ରେ ଆଇଟମ୍‌ ନମ୍ବର ପାଇଁ ସାମନ୍ଥା ନେଇଥିବା ପାରିଶ୍ରମିକ ସହ ଶ୍ରୀଲୀଲାଙ୍କ ପାରିଶ୍ରମିକ ତୁଳନା କରାଯାଏ, ତେବେ ତା’ ଖୁବ୍‌ କମ୍‌ ।

‘ଓଃ ଅଣ୍ଟାୱା’ ଗୀତରେ ନୃତ୍ୟ ଲାଗି ସାମନ୍ଥା ୫ କୋଟି ନେଇଥିଲେ । ତାଙ୍କ ଦମ୍‌ଦାର ନୃତ୍ୟ ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା । ସେହି ଦୃଷ୍ଟିରୁ ଶ୍ରୀଲୀଲାଙ୍କ ପାରିଶ୍ରମିକ ତାଙ୍କଠୁ ୬୦ ପ୍ରତିଶତ କମ୍‌ । ପୂର୍ବରୁ ଗୁଜବ ଉଠିଥିଲା ଯେ ଏହି ଆଇଟମ୍‌ ନମ୍ବର ଲାଗି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ନିର୍ମାତା କାଷ୍ଟ୍‌ କରିବାକୁ ଚାହୁଁଥିଲେ । କିନ୍ତୁ ସେ ୫ କୋଟି ଦାବି କଲେ । ତେଣୁ ତାଙ୍କ ବଦଳରେ ଶ୍ରୀଲୀଲାଙ୍କୁ କାଷ୍ଟ୍‌ କରାଗଲା । ନିର୍ମାତାଙ୍କର ଏହି ନିଷ୍ପତ୍ତିକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳୁଛି । କିଛି କହୁଛନ୍ତି, ଅନ୍ୟ କଳାକାରଙ୍କ ତୁଳନାରେ ଶ୍ରୀଲୀଲା ଏତେ ଲୋକପ୍ରିୟ ନୁହନ୍ତି । ଆଉ କିଛି ତାଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ଅଛନ୍ତି । ଅଲ୍ଲୁ ଅର୍ଜୁନ ଓ ଶ୍ରୀଲୀଲାଙ୍କ ଗୀତ ସୁଟିଂ ସମୟର ଏକ ଫଟୋ ରିଲିଜ୍‌ ହେବା ପରଠୁ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ିଯାଇଛି । ଅଲ୍ଲୁଙ୍କୁ ତାଙ୍କର ସିଗ୍‌ନେଚର ନାରଙ୍ଗୀ ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି । ଶ୍ରୀଲୀଲା କଳା ରଙ୍ଗର ଲମ୍ବା ସ୍କର୍ଟ ଓ ବ୍ଲାଉଜ୍‌ରେ ନଜର ଆସିଛନ୍ତି । ଫଟୋରେ ଉଭୟଙ୍କ କେମିଷ୍ଟ୍ରି ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ାଇଛି । ବଡ଼ ପରଦାରେ ଉଭୟଙ୍କ ଯୋଡ଼ି କି କମାଲ୍‌ କରିବ, ତାହା ଦେଖିବାକୁ ଅପେକ୍ଷା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.