ପ୍ରମୂଖ ଖବର
  • ଟାଙ୍ଗି: ବୋମାମାଡ କରି ଛଣଗିରି ଗ୍ରାମରେ ଥିବା ସୁନା ଦୋକାନରୁ ଲୁଟ୍
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଅନ୍ତ୍ୟୋଦୟ ଗୃହ ଯୋଜନା; ବଢ଼ିଲା ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି, ୬ ମାସରେ ଘର ସାରିଲେ ୨୦ ହଜାର

Published By : Swapna Ray | August 24, 2025 1:16 PM

ଭୁବନେଶ୍ୱର, ୨୪।୮: ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮ ମାସରେ ଘର ସାରିଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି(ଇନସେନଟିଭ୍‌) ମିଳିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଧାର ପେମେଣ୍ଟ୍‌ ବ୍ରିଜ୍‌ ସିଷ୍ଟମ୍‌ରେ ସମସ୍ୟା ଯୋଗୁ ଅନ୍ତ୍ୟୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ ଘର ନିର୍ମାଣ ସହାୟତା ମିଳି ପାରୁନଥିଲା । ବହୁ ହିତାଧିକାରୀ ବିଳମ୍ବରେ ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ । ଏଥିପାଇଁ ଅନେକ ସ୍ଥାନରେ ଘର ନିର୍ମାଣ ଅଧାରେ ଅଟକିଥିଲା । ସେହିଭଳି ମନରେଗା ଅଧୀନରେ ନିର୍ମାଣ ପାଇଁ ମିଳିବାକୁ ଥିବା ଶ୍ରମ ଟଙ୍କା ପାଇବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ମନରେଗାରେ ଶ୍ରମ ଟଙ୍କା ବାବଦରେ ପ୍ରାୟ ୨୫ ହଜାର ଟଙ୍କା ପାଇଥାଆନ୍ତେ । କିନ୍ତୁ ମନରେଗା ଟଙ୍କା ପାଇବାକୁ ପଞ୍ଚାୟତସ୍ତରରେ ଆଇଡି ଖୋଲିନଥିବାରୁ ଏହି ଟଙ୍କା ହରାଇବାର ଆଶଙ୍କା ଥିଲା । 

ଯଦି ଆଇଡିକୁ ଅପେକ୍ଷା କରି ରହିଥାଆନ୍ତେ ତେବେ ପ୍ରୋତ୍ସାହନ ରାଶି ହାତରୁ ଖସିଥାଆନ୍ତା । ଗୋଟିଏ ପଟେ ମନରେଗା ଟଙ୍କା ଓ ଅପରପକ୍ଷେ ୪ ମାସ ଭିତରେ ପ୍ରୋତ୍ସାହନ ମିଳିବାକୁ ନେଇ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହାକୁ ନେଇ ହିତାଧିକାରୀମାନେ ବହୁତ ଚିନ୍ତାରେ ଥିଲେ । ସରକାର ପ୍ରୋତ୍ସାହନ ରାଶି ଦେବାର ସମୟସୀମା ବଢ଼ାଇବା ସହ ୪ ମାସ ବଦଳରେ ୬ ମାସରେ ଘର ସାରିଥିଲେ ବି ପ୍ରୋତ୍ସାହନ ରାଶି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରି ଏହି ସଂଶୋଧିତ ଗାଇଡଲାଇନ୍‌ ସମ୍ପର୍କରେ ଅବଗତ କରାଇଛନ୍ତି । ସେପଟେ ମନରେଗା ଶ୍ରମ ଟଙ୍କା ଦେବାକୁ ଆଇଡି ଖୋଲିବା ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଏହି ନିୟମକୁ ଛାଡ଼ି ଗାଇଡଲାଇନରେ ଥିବା ବାକି ସମସ୍ତ ମୂଳ ନିୟମ ଅପରିବର୍ତ୍ତିତ ରହିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.