ପ୍ରମୂଖ ଖବର
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଗଦାଧରପୁର ଗାଁରେ ଅଘଟଣ; ଗଛରୁ ପଡି ନାବାଳକର ମୃତ୍ୟୁ

Published By : Bijay Swain | June 1, 2025 8:41 PM

ନାକଟିଦେଉଳ, ୧/୨(ଆପ୍ର): ଗଛ ଉପରୁ ତଳେ ପଡିଯିବାରୁ ଜଣେ ନାବାଳକର ମୃତ୍ୟୁ ଘଟିଛି। ତେବେ ଏହି ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗ ବାଟଗାଁ ପଞ୍ଚାୟତ ଗଦାଧରପୁର ଗାଁରେ। ମୃତ ନାବାଳକ ଜଣକ ଗଦାଧରପୁର ଗ୍ରାମର ରବି କଂସାରିଙ୍କ ୧୧ ବର୍ଷିୟ ପୁଅ ବାବୁସାନ କଂସାରି ବୋଲି ଜଣାପଡିଛି।

ସୂଚନା ଅନୁସାରେ ବାବୁସାନ ଆଜି ଅପରାହ୍ନ ୪ଟା ସମୟରେ ସାଙ୍ଗମାନଙ୍କ ସହ ଜାମୁକୋଳି ଖାଇବା ପାଇଁ ଜାମୁ ଗଛକୁ ଚଢି କୋଳି ତୋଳୁଥିଲେ। ଏହି ସମୟରେ ହଠାତ୍ ଡାଳ ଭାଙ୍ଗି ଯିବାରୁ ସେ ଗଛ ଉପରୁ ତଳକୁ ଖସି ପଡିଥିଲେ। ଏହି ସମୟରେ ପେଟରେ ଏକ କାଠ କିଳା ପଶିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପରିବାର ଲୋକେ ବାବୁସାନକୁ ରକ୍ତ ଜୁଡୁବୁଡ ଅବସ୍ଥାରେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.