ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମୃତ୍ୟୁ ଏମିତି ବି ଆସେ; କୁରେବଗା ଗାଁରେ ଅଘଟଣ; ବଜ୍ରାଘାତରେ ଚାଲିଗଲା ୨ ଜୀବନ

Published By : Harapriya Sethi | July 3, 2025 12:47 PM

ଝାରସୁଗୁଡ଼ା,୦୩/୦୭: ଝରସୁଗୁଡ଼ା ଜିଲ୍ଲା କୁରେବଗା ଗାଁରେ ଅଘଟଣ । ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବଡ଼ମାଲ ଥାନା ବଞ୍ଜରୀ ଅଞ୍ଚଳର ଅଶୋକ ରୋହିଦାସ (୪୫ ବର୍ଷ) ଓ ଚୁଡ଼ାମଣି ରୋହିଦାସ(୨୯ ବର୍ଷ) ବୋଲି ଜଣାପଡ଼ିଛି । 

ସୁଚନାନୁଯାୟୀ, ଅଶୋକ ରୋହିଦାସ ଓ ଚୁଡ଼ାମଣି ରୋହିଦାସ ଭୋର ସାଢେ ୪ଟାରେ କୁରେବଗା ଗାଁ ସ୍ଥିତ ପାଉଁଶ ପୋଖରୀକୁ ଯାଇଥିଲେ । ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା । ବର୍ଷାରୁ ରକ୍ଷା ପାଇବା ପାଇଁ ଯୁବକ ଦ୍ୱୟ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.