ଭୁବନେଶ୍ୱର ୨୬/୧୧: ଓଡ଼ିଶାରେ ବଡ଼ ଧରଣର ଆୟକର ବିଭାଗର ଚଢ଼ାଉ। ଦୁଇଟି କମ୍ପାନୀ ଉପରେ ଆଇଟି ଟିମ୍ ଚଢ଼ାଉ କରିଛି।  ଟିକସ ଫାଙ୍କିବା ଅଭିଯୋଗ ଏସ.ଏନ ମହାନ୍ତି ଓ ଏମ. ଜି ମହାନ୍ତି କମ୍ପାନୀ ଉପରେ ରେଡ କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର, ରାଉଲକେଲାର ସମେତ ୨୫ଟି ସ୍ଥାନରେ  ଆୟକର ବିଭାଗ ଚଢ଼ଉ କରିବା କାଗଜପତ୍ର ଯାଞ୍ଚ କରୁଛି। ତେବେ ମିଳିଥିବା ଏକ ତଥ୍ୟ ଅନୁସାରେ ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା କମ୍ପାନୀର ଶାଖା ଉପରେ ଚଢାଉ ଚାଲିଛି ।

ସୂଚନା ଅନୁଯାଇ, ଟିକସ ଫାଙ୍କିବା ନେଇ ଏସ.ଏନ ମହାନ୍ତି ଓ ଏମ. ଜି ମହାନ୍ତି କମ୍ପାନୀ ଆୟକର ବିଭାଗରେ ଅଭିଯୋଗ ଆସିଥିଲା। ଏନେଇ ଆକ୍ସନ୍‌କୁ ଆସିଥିଲା ଆଇଟି ଟିମ୍। ବର୍ତ୍ତିମାନ ଆୟକର ବିଭାଗ ବିଭିନ୍ନ ଟିମ୍ ଗଠନ କରି  ଭୁବନେଶ୍ୱର ଏବଂ ରାଉରକେଲାର ସମେତ ୨୫ଟି ସ୍ଥାନରେ ଚଢାଉ ଜାରି ରଖିଛି।