ରାଞ୍ଚି,୦୯/୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୁଡରେ କେନ୍ଦ୍ରୀୟ ଏଜେନ୍ସି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସେକ୍ରେଟାରୀଙ୍କ ଘରେ ରେଡ୍ ମାରିଛି ଆଇଟି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସେକ୍ରେଟାରୀ ସୁନୀଲ ଶ୍ରୀବାସ୍ତବଙ୍କ ବାସଭବନରେ ଆୟକର ବିଭାଗ ଚଡାଉ କରିଛି । ଏଜେନ୍ସି ଅଧିକାରୀ ସୁନୀଲଙ୍କ ବାସଭବନ ସମେତ ୯ଟି ସ୍ଥାନରେ ତଲାସି ନେଇଛି ଆଇଟି।

ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ସୋରେନଙ୍କ ସେକ୍ରେଟାରୀ ସୁନୀଲ ଶ୍ରୀବାସ୍ତବଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ୍ ହୋଇଛି । ରାଞ୍ଚି ଏବଂ ଜାମସେଦପୁରରେ ଚଢାଉ ହୋଇଛି । ନିର୍ବାଚନ ପୂର୍ବରୁ ରାଞ୍ଚିରେ ଆୟକର ବିଭାଗର ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସେକ୍ରେଟାରୀ ସୁନୀଲ ଶ୍ରୀବାସ୍ତବଙ୍କ ବାସଭବନରେ ଚଡାଉ ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।