ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନୂଆ ସରକାରରେ ଆଳୁ ଉତ୍ପାଦନ ବୃଦ୍ଧିକୁ ପ୍ରାଥମିକତା, ୨୦ ଟଙ୍କାରେ ମିଳିବ ବିହନ, ପରେ ୧୦ ଟଙ୍କା ସବ୍‌ସିଡି

Published By : Rasmita Pradhan | October 23, 2024 11:12 AM

ବୌଦ୍ଧ, ୨୩/୧୦ (ପ୍ରମୋଦ କୁମାର ବାଘ): ଆଳୁ ପାଇଁ ଏବର୍ଷ ରାଜ୍ୟବାସୀଙ୍କୁ ବହୁତ ହଟହଟା ହେବାକୁ ପଡ଼ିଛି । ଯଦିଓ ରାଜ୍ୟରେ ଆଳୁ ମିଶନ କାର୍ଯ୍ୟକାରୀ କରିବା ପାଇଁ ପୂର୍ବ ସରକାର ଅମଳରେ ଯୋଜନା ହୋଇଥିଲା, ତଥାପି ଯୋଜନାର କାର୍ଯ୍ୟାନ୍ୱୟନରେ ଶିଥିଳତା ଯୋଗୁ ମିଶନ କିନ୍ତୁ ସଫଳ ହେଲା ନାହିଁ । ପରିଣାମସ୍ୱରୂପ ଆଳୁ ପାଇଁ ଏଯାବତ୍‌ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି । ଏଣିକି ଆଳୁ ଚାହିଦା ପୂରଣ କରିବା ପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଳୁ ଉତ୍ପାଦନକାରୀ ଜିଲ୍ଲାଗୁଡ଼ିକୁ ସେ ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ ଆଳୁ ମିଶନ ଅଭିଯାନକୁ ଆଗକୁ ନେଇଛି ବୌଦ୍ଧ ଜିଲ୍ଲା ଉଦ୍ୟାନ କୃଷି ବିଭାଗ । 

ଗତବର୍ଷ ତୁଳନାରେ ଏଥର ଚାରିଗୁଣ ଅଧିକ ଅମଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତବର୍ଷ ଜିଲ୍ଲାରେ ମାତ୍ର ୧୨ ହଜାର ୩୩୯ କ୍ୱିଣ୍ଟାଲ ଆଳୁ ଉତ୍ପାଦନ ହୋଇଥିଲା । ଠିକଣା ସମୟରେ ସରକାର ବିହନ ଯୋଗାଇପାରିଲେ ନାହିଁ ବୋଲି ଅନେକ ଚାଷୀ ନିରାଶ ହୋଇଥିଲେ । ମାତ୍ର ଏଥର ଉଦ୍ୟାନ କୃଷି ବିଭାଗ ତତ୍ପର ରହିଛି । ଚାଷୀଙ୍କୁ ସଚେତନ ମଧ୍ୟ କରାଯାଉଛି । ଗତବର୍ଷ ତୁଳନାରେ ଏଥର ପ୍ରାୟ ଚାରିଗୁଣା ଅଧିକ, ଅର୍ଥାତ ୪୫ ହଜାର କ୍ୱିଣ୍ଟାଲ ଆଳୁ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଲକ୍ଷ୍ୟ ସଫଳ ହେଲେ ଆଗାମୀ ଦିନରେ ବୌଦ୍ଧ ଆଳୁ ଉତ୍ପାଦନରେ ରେକର୍ଡ କରିବ ବୋଲି ଆଶା ଉଜ୍ଜୀବିତ ହୋଇଛି । ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା । ଏଠିକାର ପ୍ରାୟ ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ଶିଳ୍ପବିହୀନ ଏହି ଜିଲ୍ଲାରେ ଚାଷୀ ଧାନଚାଷ ସହ ବିଭିନ୍ନ ଡାଲି ଓ ପରିବା ଜାତୀୟ ଫସଲ ଚାଷ କରିଥାଏ । ଜିଲ୍ଲାର ଭୌଗୋଳିକ ସ୍ଥିତିକୁ ଦେଖିଲେ ଏଠାରେ ଆଳୁଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । ବୌଦ୍ଧ ଜିଲ୍ଲା ଦେଇ ଓଡ଼ିଶାର ୪ଟି ପ୍ରମୁଖ ନଦୀ ପ୍ରବାହିତ ହୋଇଛି । ମହାନଦୀ ୧୧୦ କିଲୋମିଟରରୁ ଅଧିକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବେଳେ ତେଲନଦୀ ୭୦ କିଲୋମିଟରରୁ ଅଧିକ ଅଞ୍ଚଳରେ ବହିଯାଇଛି । 

ସେହିପରି ବାଘନଦୀ ପ୍ରାୟ ୩୫ କିଲୋମିଟର ଓ ସାଲୁଙ୍କି ନଦୀ ପ୍ରାୟ ୩୫ କିଲୋମିଟର ଅଞ୍ଚଳରେ ଗତି କରିଛି । ନଦୀ କୂଳରେ ଦୋରସା ଓ ବାଲିଆ ମାଟି ଆଳୁଚାଷ ପାଇଁ ବେଶ ଉପଯୋଗୀ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଆଳୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିଲା । ବୌଦ୍ଧ ଜିଲ୍ଲା ବଲାସିଙ୍ଗାର ଆଳୁ ଚାଷୀ ମନୋରଞ୍ଜନ ମହାକୁଡ଼ କହିଛନ୍ତି, ଗତବର୍ଷ ଜିଲ୍ଲାରେ ଆଳୁ ଚାଷ ପାଇଁ ଅନେକ ବଡ଼ଚାଷୀ ଇଚ୍ଛୁକ ଥିଲେ । କିନ୍ତୁ ସରକାର ଠିକଣା ସମୟରେ ବିହନ ଯୋଗାଇପାରିଲେ ନାହିଁ । ଠିକ୍‌ ସମୟରେ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି । ଏଥିସହିତ ଉତ୍ପାଦନ ପରେ ଆଳୁ ବିକ୍ରି କରିବା ପାଇଁ ବଜାର ଓ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ଅବଶ୍ୟକତା ପୂରଣ କରିପାରିଲେ ଚାଷୀମାନେ ଅଧିକରୁ ଅଧିକ ଆଳୁଚାଷ ପାଇଁ ବାହାରିବେ । ଠିକ୍‌ ଭାବରେ ଆଳୁଚାଷ କରାଗଲେ ଜିଲ୍ଲାର ଚାହିଦା ମେଣ୍ଟାଇବା ସହ ଜିଲ୍ଲା ବାହାରକୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଆଳୁ ପଠାଯାଇପାରିବ ବୋଲି ଶ୍ରୀ ମହାକୁଡ଼ କହିଛନ୍ତି । 

ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ପୂର୍ବରୁ ଚାଷୀ କେବଳ ଧାନଚାଷୀରେ ସୀମିତ ଥିଲେ । ଏଥର କିନ୍ତୁ ପରିସ୍ଥିତି ଭିନ୍ନ । ଚଳିତ ବର୍ଷ ଜିଲ୍ଲାର ତିନିଶହ ହେକ୍ଟର ଜମିରେ ଆଳୁ ଚାଷ କରିବା ପାଇଁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେଥିପାଇଁ ଗାଁଗାଁ ଯାଇ ସଭା ସମିତିର ଆୟୋଜନକରି ଚାଷୀଙ୍କୁ ଆଳୁ ଚାଷ କରିବା ପାଇଁ ସଚେତନ କରାଯାଉଛି । ସାଧାରଣତଃ ଶୀତଦିନେ ଆଳୁ ଚାଷ ଭଲ ହୋଇଥାଏ । ତେଣୁ ନଭେମ୍ବର ପ୍ରଥମ ସପ୍ତାହରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ । ଚାଷୀ ଆଳୁ ବିହନ କିଲୋ ପିଛା ୨୦ ଟଙ୍କାରେ କିଣିବେ । ଚାଷ ପରେ ସେଥିରୁ ସବ୍‌ସିଡି ଆକାରରେ ଦଶ ଟଙ୍କା ଚାଷୀଙ୍କୁ ଫେରାଇ ଦିଆଯିବ । ଫଳରେ ଚାଷୀଙ୍କୁ ବିହନ କିଲୋ ପିଛା ମାତ୍ର ୧୦ ଟଙ୍କାରେ ପଡ଼ିବ । ଉପଯୁକ୍ତ ଯତ୍ନନେଲେ ନଦୀପଠା ବ୍ୟତୀତ ଅନ୍ୟ ଅଞ୍ଚଳରେ ମଧ୍ୟ ଚାଷ ହୋଇପାରିବ । ଗତବର୍ଷ ସରକାରୀ ଭାବରେ ୧୨ଶହ ଚାଷୀ ଆଳୁ ଚାଷ କରିଥିଲେ । ଏଥର କିନ୍ତୁ ଦୁଇ ହଜାରରୁ ଅଢେଇ ହଜାର ଚାଷୀ ଆଳୁ ଚାଷ କରିବେ । ଜଣେ ଚାଷୀ ସର୍ବନିମ୍ନ ୫୦ ଡିସିମିଲ ଜମିରେ ଚାଷ କରିପାରିବ । ତିନି ଶହ ହେକ୍ଟର ଜମିରେ ଚାଷ ପାଇଁ ଜିଲ୍ଲାକୁ ୩ ହଜାର ୯ ଶହ କ୍ୱିଣ୍ଟାଲ ବିହନ ଆବଶ୍ୟକ ହେଉଛି, ଯାହାକି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ସେହିଭଳି ଆଳୁ ଅମଳପରେ ତାହାର ବିପଣନ ପାଇଁ ମଧ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ପ୍ରଥମ ପର୍ଯ୍ୟାୟରେ ଶୀତଳ ଭଣ୍ଡାର ପାଇଁ ମୃଷୁଣ୍ଡି ପଞ୍ଚାୟତର ସରଣ୍ଡାଠାରେ ଏକ ଏକର ଜାଗା ଚିହ୍ନଟ ହୋଇଛି । ଚାଷୀମାନେ ସହଯୋଗକଲେ ବୌଦ୍ଧ ଖୁବ୍‌ଶୀଘ୍ର ଆଳୁ ମିଶନର ଏକ ପ୍ରମୁଖ ଜିଲ୍ଳା ହୋଇପାରିବ ବୋଲି ବୌଦ୍ଧ ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ଯୋଗେନ୍ଦ୍ରନାଥ ମହାପାତ୍ର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.