ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶୁଭମନଙ୍କ ନାଁରେ ନୂଆ ରେକର୍ଡ; ବିରାଟ କୋହଲିଙ୍କୁ ପକାଇଲେ ପଛରେ

Published By : Ankita S | February 7, 2025 8:18 AM

ପୁନେ,୦୭/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁରୁବାରଠୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆକୁ ୪ ୱିକେଟରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ ଶୁଭମନ୍ ଗିଲ ଏକ ଦମଦାର ପାଳି ଖେଳିଥିଲେ । ସେ ୮୭ରନର ଭଲ ପାଳି ଖେଳି ଭାରତ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହା ସହିତ ଏକ ମାମଲାରେ ଭାରତର ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।  ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଭାଙ୍ଗିଲେ କୋହଲି-ଆୟରଙ୍କ ରେକର୍ଡ-  ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଉପ-ଅଧିନାୟକ ଶୁଭମନ୍ ଗିଲ ୨୪୯ ଟାର୍ଗେଟର ପିଛା କରି ୮୭ରନର ସାନଦାର ପାଳି ଖେଳିଥିଲେ । ଏହି ପାଳି ସହ ସେ କେବଳ ଭାରତକୁ ବିଜୟ ଦେଇନାହାନ୍ତି ନିଜ ନାଁରେ ଏକ ରେକର୍ଡ କରିଛନ୍ତି । ଶୁଭମନ୍ ଗିଲ ଦିନିକିଆରେ ଭାରତ ପାଇଁ ସବୁଠୁ କମ୍ ମ୍ୟାଚ ଖେଳି ୨୦ ଥର ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି । ଏହି ମାମଲାରେ ସେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କୁ ପଛରେ ପକାଇ ଦେଇଛନ୍ତି । 

ଏହା ବି ପଢନ୍ତୁ...ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ, ପ୍ରଥମ ଦିନିକିଆରେ ଇଂଲଣ୍ଡ ପରାସ୍ତ

ଶୁଭମନ୍ ଦିନିକିଆ କ୍ରିକେଟରେ ୨୦ ଥର ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ୨୦ ଥର ୫୦ ସ୍କୋର ପାର୍ କରିଥିବା ଖେଳାଳି ହେବାକୁ ତାଙ୍କୁ ୪୮ଟି ପାଳି ଖେଳିବାକୁ ପଡିଥିଲା । ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ନାମରେ ଥିଲା । ଶ୍ରେୟସ ୨୦ ଥର ଅର୍ଦ୍ଧଶତକ କରିବାକୁ ୫୦ ପାଳି ଖେଳି ଖେଳିଥିଲେ । ଏହା ସହିତ ବିରାଟ କୋହଲି ଏହି ରେକର୍ଡ ପାଇଁ ୫୬ ପାଳି ଖେଳିଥିଲେ ।

କହି  ରଖୁଛୁ କି, ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆକୁ ୪ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା ଭାରତୀୟ କ୍ରିକେଟ ଦଳ ।  ବର୍ତ୍ତମାନ ସିରିଜ୍ ୧-୦ ସ୍ଥିତିରେ ରହିଛି । ଆସନ୍ତା ୯ ତାରିଖରେ ଦ୍ବିତୀୟ ଦିନିକିଆ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.