ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଜିଠୁ ଭାରତ-ଇଂଲଣ୍ଡ ଟି-ଟ୍ବେଣ୍ଟି ସିରିଜ; ଇଡେନରେ ପ୍ରଥମ ଲଢେଇ, ଫୋକସରେ ସାମି

Published By : Ankita S | January 22, 2025 9:25 AM

କୋଲକତା,୨୨/୧ : ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ (ବୁଧବାର) ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଇଡେନ ଗାର୍ଡେନରେ ହେବ ପ୍ରଥମ ଲଢେଇ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ । କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଇଂଲଣ୍ଡ ବିପକ୍ଷରେ ଘରୋଇ ମଇଦାନରେ ଫଟାଫଟ ପାଞ୍ଚ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ଦୀର୍ଘ ଦିନ ପରେ ଭାରତୀୟ ଦଳକୁ ଫେରିଥିବା ମହମ୍ମଦ ସାମିଙ୍କ ଉପରେ ଫୋକସ୍ ରହିବ । ଟି-ଟ୍ବେଣ୍ଟି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟସେନା । ସଂନ୍ଧ୍ୟା ୭ଟାରୁ ମ୍ୟାଚ ଆରମ୍ଭ ହେବ ।

ଘରୋଇ ମାଟିରେ ଇଂଲଣ୍ଡକୁ ସାମ୍ନା କରିବ ସୂର୍ଯ୍ୟସେନା । ଦୁଇ ମହାଶକ୍ତି ମଧ୍ୟରେ ହେବ ମୁକାବିଲା । ଇଡେନ ଗାର୍ଡେନରେ ପ୍ରଥମ ମ୍ୟାଚ ଖେଳାଯିବ । ଦୁଇ ବ୍ୟାଟିଂ ପାୱାର ହାଉସ୍‌ଙ୍କ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି । ଉଭୟ ଦଳ ଗତ ୩ ଦିନ ଧରି ଏଠାରେ ଅଭ୍ୟାସ ଜାରି ରଖିଛନ୍ତି । ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି । ଉଭୟ ଦଳର ଯୁବ ତାରକାମାନେ ଇଡେନ୍‌ ଗାର୍ଡେନ୍ସରେ ଛକା ବର୍ଷା କରିବାକୁ ଅପେକ୍ଷା କରି ରହିଛନ୍ତି । କେବଳ ରଣନୀତି ଓ ବୋଲିଂ ବିଭାଗ ଉପରେ ମ୍ୟାଚ୍‌ର ଫଳାଫଳ ନିର୍ଭର କରିବ । ଏସବୁ ମଧ୍ୟରେ ଦର୍ଶକଙ୍କ ନଜର ଦୁଇ ଚର୍ଚ୍ଚିତ ପେସ୍‌ ବୋଲର ମହମ୍ମଦ ସାମି ଓ ଜୋଫ୍ରା ଆର୍ଚରଙ୍କ ଉପରେ ରହିବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇ ଦଳ ।

ଫୋକସରେ ମହମ୍ମଦ ସାମି- ୧୫ମାସ ପରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାକୁ ଯାଉଛନ୍ତି ମହମ୍ମଦ ସାମି । ଦିନିକିଆ ବିଶ୍ବକପର ହିରୋ ସାଜିଥିବା ସାମିଙ୍କ ଭାରତୀୟ ଦଳକୁ କମବ୍ୟାକ ହୋଇଛି । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ପରଠୁ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବେ । ବିଶ୍ୱକପ୍‌ ଦଳ ଓ ବର୍ତ୍ତମାନର ଦଳ ମଧ୍ୟରେ ଆକାଶ ପାତାଳ ଫରକ । ଉଭୟ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମନ୍ୱୟ ରହିଛି । ଭାରତର ବ୍ୟାଟିଂ ଅନୁକୂଳ ପିଚ୍‌, ସୁପର ଫାଷ୍ଟ ଆଉଟ୍‌ ଫିଲ୍ଡ ଓ ଛୋଟ ବାଉଣ୍ଡାରୀ ବିସ୍ଫୋରକ ବ୍ୟାଟିଂ ପାଇଁ ଭୂସ୍ୱର୍ଗ । ଉଭୟ ଦଳରେ ରହିଥିବା ଯୁବ ବ୍ୟାଟରମାନେ ଧୂଆଁଧାର ବ୍ୟାଟିଂ କରିବାରେ ସିଦ୍ଧହସ୍ତ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଏହି ଛୋଟ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ । ସେମାନଙ୍କ ଅନୁପସ୍ଥିତିରେ ଯୁବ ଦଳ ଅନେକ ରେକର୍ଡ ଭଙ୍ଗ କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଭାରତ ୧୧ଟି ମ୍ୟାଚ୍‌ ଖେଳିଛି ଓ ଏଥିରୁ ୭ଟି ମ୍ୟାଚ୍‌ରେ ୨୦୦ରୁ ଊଦ୍ଧ୍ୱର୍ ସ୍କୋର ସଂଗ୍ରହ କରିଛି । ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଦଳର ସ୍କୋର ୨୯୭ ଓ ୨୮୩ ରହିଥିଲା ।

ଇଂଲଣ୍ଡ ମଧ୍ୟ ପଛରେ ନାହିଁ । ବ୍ରେଣ୍ଡନ ମ୍ୟାକ୍‌କୁଲମ ସୀମିତ ଓଭର କ୍ରିକେଟ୍‌ ଦଳର କୋଚ ଦାୟିତ୍ୱ ନେବା ପରେ ଇଂଲଣ୍ଡ ପୂର୍ବ ତୁଳନାରେ ଅଧିକ ବିସ୍ଫୋରକ ବ୍ୟାଟିଂ କରୁଛି । ବିଶ୍ୱକପ୍‌ ପରେ ଇଂଲଣ୍ଡ ଖେଳିଥିବା ମ୍ୟାଚ୍‌ରେ ହାରାହାରି ୨.୫୧ ବଲ୍‌ରେ ବାଉଣ୍ଡାରୀ ବାହାରକୁ ବଲ୍‌ ପଠାଉଛି । ଜୋସ ବଟଲର ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ବ୍ୟାଟିଂ ସହ ଭାରତ ପରିଚିତ । ଏମାନଙ୍କ ସହ ଫିଲ ସଲ୍ଟ, ହ୍ୟାରୀ ବ୍ରୁକ୍‌ ଓ ଜାକବ ବେଥେଲ ଯୋଡ଼ି ହୋଇଛନ୍ତି । ଗତ କିଛି ମାସ ହେଲା ବ୍ରୁକ୍‌ ଓ ବେଥେଲ ଚମତ୍କାର ଫର୍ମରେ ରହିଛନ୍ତି । 

ଏହା ବି ପଢନ୍ତୁ...୧୯ ବର୍ଷରୁ କମ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ; ବୈଷ୍ଣବୀଙ୍କ ଘାତକ ବୋଲିଂ, ୧୦ ୱିକେଟରେ ଜିତିଲା ଭାରତ

ପିଚ୍ ରିପୋର୍ଟ- ଇଡେନ୍‌ ଗାର୍ଡେନର ପିଚ୍‌ ବର୍ତ୍ତମାନ ସମ୍ପୂର୍ଣ୍ଣ ସତେଜ । ଚଳିତ ସିଜନରେ ଇଡେନ ଗାର୍ଡେନ ଗୋଟିଏ ହେଲେ ଘରୋଇ ମ୍ୟାଚ୍‌ ଆୟୋଜନ କରିନାହିଁ । ଅର୍ଥାତ ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତଥାପି ପିଚ୍‌ ସମସ୍ତଙ୍କୁ ସହାୟତା କରିବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ବ୍ୟାଟରମାନଙ୍କ ପାଇଁ ପିଚ୍‌ ବେଶ୍‌ ଅନୁକୂଳ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କାରଣ ଦ୍ୱିତୀୟ ଭାଗରେ କାକର ଯୋଗୁଁ ବ୍ୟାଟିଂ ସହଜ ହୋଇଯିବ ।

ଭାରତୀୟ ସମ୍ଭାବ୍ୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ) ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର/ ରବି ବିଷ୍ଣୋଇ/ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି ।

ଇଂଲଣ୍ଡ ଦଳ: ଫିଲ ସଲ୍ଟ ବେନ ଡକେଟ୍‌, ଜୋସ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌, ଲାଏମ ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ, ଜାମି ଓଭରଟନ, ଗସ ଆଟକିନସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.