ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୯ ବର୍ଷରୁ କମ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ; ବୈଷ୍ଣବୀଙ୍କ ଘାତକ ବୋଲିଂ, ୧୦ ୱିକେଟରେ ଜିତିଲା ଭାରତ

Published By : Ankita S | January 22, 2025 8:46 AM

ନୂଆଦିଲ୍ଲୀ,୨୨/୧ : ୧୯ ବର୍ଷରୁ କମ୍ ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଭାରତୀୟ ୟୁବା ଦଳ । ଟି-ଟ୍ବେଣ୍ଟି ବିଶ୍ବକପରେ ପ୍ରଥମେ ନେପାଳ ବିପକ୍ଷରେ ଓ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି ଦଳ । ବୈଷ୍ଣବୀଙ୍କ ହ୍ୟାଟ୍ରିକ୍ ସହ ୫ଟି ୱିକେଟ ମିଳିଛି । ଫଳରେ ଆୟୋଜକ ମାଲେସିଆକୁ ୧୦ ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଭାରତୀୟ ମହିଲା କ୍ରିକେଟ ଦଳ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ମାଲେସିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ମାଲେସିଆ ୧୪.୩ ଓଭରରେ ମାତ୍ର ୩୧ ରନ କରି ଅଲଆଉଟ ହୋଇଥିଲା । ମାଲେସିଆର ଦଳୀୟ ସ୍କୋର ଅର୍ଦ୍ଧଶତକ ବି ହୋଇନଥିଲା । ଦଳର କେହି ବ୍ୟାଟର ୨ ଅଙ୍କ ଛୁଇଁପାରିନଥିଲେ । ଭାରତ ପକ୍ଷରୁ ଘାତକ ସାବ୍ୟସ୍ତ ହୋଇଥିଲେ ବୈଷ୍ଣବୀ ଶର୍ମା । ମାଲେସିଆ ବ୍ୟାଟରଙ୍କୁ ଘାଇଲା କରିଥିଲେ । ୪ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୫ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ ।

୩୨ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଯାହାକୁ ବିନା ୱିକେଟରେ ସହଜରେ ହାସଲ କରି ନେଇଥିଲା ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା କ୍ରିକେଟ ଦଳ । ମାତ୍ର ୧୭ଟି ବଲରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଭାରତ । ଓପନିଂ ଯୋଡି ଗଙ୍ଗୋଦି ତ୍ରିଶା ୫ଟି ଚୌକା ବଳରେ ୨୭ ରନ ଓ ଜ. କମିଳିନୀ ୪ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ବାମ ହାତୀ ସ୍ପିନର ଆୟୂଷୀ ଶୁକ୍ଳା ୩ଟି ୱିକେଟ ନେଇଥିଲେ ।


ଏହା ବି ପଢନ୍ତୁ...୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ


୧୯ବର୍ଷରୁ କମ୍ ବିଶ୍ବକପରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ୍ ସହ ୫ ୱିକେଟ ନେଇ ଇତିହାସ ରଚିଥିବା ବାମ ହାତୀ ସ୍ପିନର ବୈଷ୍ଣବୀ ଶର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଭାରତ ଗ୍ରୁପ-ଏ' ତାଲିକାରେ ମୋଟ ୪ ପଏଣ୍ଟ (+୯.୧୪୮) ସହ ଶୀର୍ଷ ସ୍ଥାନରେ ରହିଛି । ଶ୍ରୀଲଙ୍କା (+ ୫.୫୦୦) ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ଦ୍ବିତୀୟ ସ୍ଥାନରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.