ବିଶାଖାପାଟଣାମ, ୨୮/୧ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଚତୁର୍ଥ ଟି-୨୦ । ଭାରତରେ ଆଗରେ ୨୧୬ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୭ ଓ୍ବିକେଟ ବିନିମୟରେ ୨୧୫ ରନ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ ଏବଂ ଟିମ ସଶଫର୍ଟ ଦମଦାର ପ୍ରଦର୍ଶନ ଆରମ୍ଭ କରିଥିଲେ । ସାଇଫର୍ଟ ୩୬ ବଲରୁ ୬୩ ରନ କରିଥିବାବେଳେ କନଓ୍ବେ ୪୪ ରନ କରିଥିଲେ । ଦଳ ପକ୍ଷରୁ ଅନ୍ୟ ଖେଳାଳିଙ୍କ ମଧ୍ୟରେ ଫିଲିପ୍ସ ୨୪ ରନ କରିଛନ୍ତି । ବାକି ଖେଳାଳିଙ୍କ ମଧ୍ୟରେ କେହି ଆଖି ଦୃଷିଆ ପ୍ରଦର୍ଶନ କରିପାରିନାହାନ୍ତି । ତେବେ ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଅର୍ଶଦୀପ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଶେଷ ସମୟରେ ବଡ଼ ବଡ଼ ସଟ୍ ଖେଳିଥିଲେ ମିଚେଲ୍ । ସେ ୧୮ ବଲରୁ ୩୯ ରନ ରନ କରିଛନ୍ତି ।

ତେବେ ଭାରତକୁ ଜିତିବାକୁ ହେଲେ ୧୬ ରନ କରିବାକୁ ପଡ଼ିବ । ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଏବେ ଦମଦାର ଫର୍ମରେ ରହିଛନ୍ତି । ଏଣୁ ଯଦି ପ୍ରଥମେ ବ୍ୟାଟିଂ ଠିକଠାକ ଚାଲେ ତାହେଲେ ଭାରତ ଏହି ବିଜୟକୁ ସହଜରେ ହାସଲ କରିପାରିବ । ତେବେ ଭାରତ ପ୍ରଥମ ତିନି ମ୍ୟାଚରୁ ତିନିଟି ଯାକ ବିଜୟୀ ହୋଇଛି ସିରିଜୁ ଆଗୁଆ କବଜା କରି ନେଇଛି । ସେପଟେ କିଓ୍ବି ଦଳ ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇଥିବାବେଳେ ଶେଷ ଦୁଇ ମ୍ୟାଚକୁ ଅକ୍ତିଆର କରିବା ଲକ୍ଷ୍ୟରେ ରହିବ । ସେପଟେ ପ୍ରଥମ ତିନୋଟିଯାକ ମ୍ୟାଚରେ ଫ୍ଲପ୍ ହୋଇଥିଲେ ସଞ୍ଜୁ ସାମସନ ଆଜି ପୁଣି ସୁଯୋଗ ମିଳିଥିବାବେଳେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର ।

ଏହାସହ ପଢ଼ନ୍ତୁ : ୨ ବିବାହ, ୩ ଛୁଆ : ଜାଣନ୍ତୁ ଅରିଜତ ସିଂହଙ୍କ ଅକୁହା ପ୍ରେମ କାହାଣୀ