ନୂଆଦିଲ୍ଲୀ, ୨୪/୦୭ : ନିଜ ସ୍ତ୍ରୀଙ୍କୁ ଡାଇରେକ୍ଟରଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଅମିର ଖାନଙ୍କ ସାବତ ଭାଇ। ମନା କଲେ ଦେଉଥିଲେ ନିର୍ଯାତନା। ୧୮ ଦିନର ପ୍ରେମ ଏବଂ ପରେ ବିବାହ ପଛର ଏଭଳି ଦୁଃଖଦ କାହାଣୀ କହିଛନ୍ତି ଟିଭି ଅଭିନେତ୍ରୀ ଇଭା ଗ୍ରୋଭର। ସେ କହିଛନ୍ତି ଯେ, ହାଇଦର ଅଲ୍ଲୀ ଖାନଙ୍କୁ ପ୍ରେମ, ବିବାହ ଓ ଛାଡ଼ପତ୍ର ତାଙ୍କ ଜୀବନର ସବୁଠୁ ବଡ଼ କଷ୍ଟ। ଯାହାକି ସେ କେବେ ଭୁଲି ପାରିବେ ନାହିଁ। ସିଦ୍ଧାର୍ଥ କନ୍ନନଙ୍କୁ ସାକ୍ଷାତକାର ଦେଇ ଟିଭି ଅଭିନେତ୍ରୀ ଇଭା ଗ୍ରୋଭର ତାଙ୍କ ପୂର୍ବତନ ସ୍ଵାମୀ ହାଇଦର ଅଲ୍ଲୀଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।
ଇଭା ଗ୍ରୋଭର କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବା ପାଇଁ ହାଇଦର ଅଲ୍ଲୀ ତାଙ୍କୁ ଡାଇରେକ୍ଟର ଏବଂ ପ୍ରଡ୍ୟୁସରଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ତାଙ୍କ ପାଖରେ କାମର ଅଭାବ ନଥିଲା, ହେଲେ ଦିନେ ଏମିତି ଖରାପ ସମୟ ଆସିଲା ସେ ତାଙ୍କ ଫିକ୍ସଡ୍ ଡିପୋଜିଟ୍ ଉଠାଇ ଦେଲେ, ଗାଡି ବିକିଦେଲେ। ହାଇଦରଙ୍କୁ ଯଥା ସମ୍ଭବ ଆର୍ଥିକ ସାହାଯ୍ୟ କଲେ। ହେଲେ ହାଇଦର ତାଙ୍କୁ ସବୁବେଳେ କହୁଥିଲେ, ବଡ଼ କାମ ପାଇଁ ଶାରିରୀକ ସମ୍ପର୍କ ରଖିବାକୁ ପଡ଼ିବ। ନହେଲେ ଘର କେମିତି ଚଳିବ, ବିଜୁଳି ବିଲ୍ କେଉଁଠୁ ଦିଆଯିବ, ପିଲା କଣ ଖାଇବେ କହି ଚାପ ପକାଉଥିଲେ। ଅଭିନେତ୍ରୀ ତାଙ୍କ ବୈବାହିକ ଜୀବନକୁ ଖୁବ୍ ଦୁଃଖଦ କହିଛନ୍ତି। ଏପରିକି ତାଙ୍କ ଉପରେ ଶାରିରୀକ ନିର୍ଯାତନା ହେଉଥିବା କହିଛନ୍ତି। ଇଭା କହିଛନ୍ତି ଯେ, ବିବାହ ପୂର୍ବରୁ ସେ ଜାଣି ନଥିଲେ ଯେ, ହାଇଦର ସ୍କିଜୋଫ୍ରେନିଆ ଭଳି ମାନସିକ ରୋଗରେ ପୀଡ଼ିତ ଥିଲେ।
ହାଇଦରଙ୍କ ବର୍ତ୍ତମାନର ସ୍ଥିତିକୁ ନେଇ ଇଭା ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହାଇଦରଙ୍କ ପାଖରେ ଏବେ କୌଣସି ସ୍ଥାୟୀ ଠିକଣା ନାହିଁ। ତାଙ୍କର ନିଜସ୍ଵ ଘର ନାହିଁ। ସାଙ୍ଗମାନଙ୍କ ସହାୟତାରେ ସେ ଚଳୁଛନ୍ତି। ତାଙ୍କର ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି। ତାଙ୍କ ଆଖପାଖ ଲୋକ ତାଙ୍କୁ ମଦ ପିଇବାରେ ଅଭ୍ୟସ୍ତ କରିସାରିଲେଣି। ଜଣେ ମଣିଷ ହିସାଇବରେ ହାଇଦରଙ୍କ ସ୍ଥିତି ଦେଖି ସେ ଦୁଃଖିତ। ତାଙ୍କୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିବି।
ସୂଚନା ଥାଉକି, ହାଇଦର ଅଲି ଖାନ ଅମିର ଖାନଙ୍କ ସାବତ ଭାଇ। ଶହନାଜ ଅଲି ଖାନଙ୍କ ପୁଅ, ଯିଏ ପରେ ଅମିରଙ୍କ ପିତା ତାହିର ହୁସେନଙ୍କୁ ବିବାହ କରିଥିଲେ। ହାଇଦରଙ୍କର ଅମିର ଖାନଙ୍କ ପରିବାର ସହିତ କୌଣସି ସମ୍ପର୍କ ନାହିଁ।
ଆହୁରି ପଢନ୍ତୁ- Jennifer winget: ୪୧ ବର୍ଷରେ ଦ୍ୱିତୀୟ ବିବାହ କଲେ ଜେନିଫର ୱିଙ୍ଗେଟ୍, ଝିଅକୁ ବିଦା କରି କାନ୍ଦିଲେ ବାପା