ନୂଆଦିଲ୍ଲୀ,୨୦/୦୭; ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମଞ୍ଜୁରୀ । ଡେଙ୍ଗୁ ଟିକାକୁ ମଞ୍ଜୁରୀ ଦେଲା DCGI। ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ ଦେଲା DCGI । ୪ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନେଇପାରିବେ ଟିକା । ପ୍ରତିବର୍ଷ ଦେଶରେ ଲକ୍ଷ ଲକ୍ଷ ଲୋକ ଡେଙ୍ଗୁର ଶିକାର ହୁଅନ୍ତି । ଡେଙ୍ଗୁରୁ ମୁକ୍ତି ପାଇଁ ଏହି ଟିକା ପ୍ରସ୍ତୁତ କରିଛି ଟେକେଡା ବାୟୋ ଫାର୍ମାସ୍ୟୁଟିକାଲ୍ସ । ପୂର୍ବରୁ ଏହି ଟିକାର ସୁପାରିସ୍ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ ତାହା ଜାଣିବା ଦରକାର ନାହିଁ । ଏହି ଭ୍ୟାକ୍ସିନର ଦୁଇଟି ଡୋଜ୍ ରହିଛି । ପ୍ରଥମ ଡୋଜ୍ର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ପୂର୍ବରୁ ‘QDENGA’କୁ ୪୩ଟି ଦେଶ ମଞ୍ଜୁରୀ ଦେଇ ସାରିଛି । ସାରା ବିଶ୍ବରେ ୩୨ ନିୟୁତ ଡୋଜ୍ ‘QDENGA’ ଦିଆସରିଛି । ‘ଟକେଡା ବାୟୋଫାର୍ମାସିଟିକାଲ୍ସ’ ପ୍ରସ୍ତୁତ କରିଛି ‘QDENGA’ ଭ୍ୟାକ୍ସିନ୍ ।

କ'ଣ QDENGA ଭ୍ୟାକ୍ସିନ ? QDENGA ଭାରତରେ ମଞ୍ଜୁର ହୋଇଥିବା ପ୍ରଥମ ଡେଙ୍ଗୁ ଭ୍ୟାକ୍ସିନ । ଏହାର ବିଶେଷତ୍ୱ ହେଉଛି ଏହାକୁ ଲଗାଇବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ ଡେଙ୍ଗୁ ହୋଇଛି ନା ନାହିଁ ଟେଷ୍ଟ କରିବାକୁ ପଡ଼ିବ ନାହିଁ । ଅର୍ଥାତ ଏହି ଭ୍ୟାକ୍ସିନକୁ କେହି ବି ଲଗାଇପାରିବେ । ଯଦି କାହାକୁ ପୂର୍ବରୁ ଡେଙ୍ଗୁ ହୋଇଛି, କିମ୍ବା କାହାକୁ ହୋଇନାହିଁ ଉଭୟ ଏହି ଭ୍ୟାକ୍ସିନ ନେଇ ପାରିବେ । ଏହି ଭ୍ୟାକ୍ସିନ ପାଇଁ ବୟସ ୪ ରୁ ୬୦ ବର୍ଷ ହୋଇଥିବା ଦରକରା । ୩ ମାସ ଅନ୍ତରରେ ୨ଟି ଡୋଜ୍ ନେଇପାରିବେ ।

ଏହି ଟିକା ମଞ୍ଜୁରୀ ଗୁରୁତ୍ବପୂର୍ଣ୍ଣ କାହିଁକି ? ବିଶ୍ୱରେ ସର୍ବାଧିକ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଆକଳନ ଅନୁଯାୟୀ, ବିଶ୍ୱ ତୁଳନାରେ ଭାରତରେ ଏକ ତୃତୀୟାଂଶ ଡେଙ୍ଗୁ ରୋଗୀ ରହିଛି । ଗତ ୨୦ ବର୍ଷ ମଧ୍ୟରେ ଭାରତରେ ରିପୋର୍ଟ ହୋଇଥିବା ଡେଙ୍ଗୁ ମାମଲା ପ୍ରାୟ ୧୧ ଗୁଣ ବୃଦ୍ଧି ପାଇଛି । ୨୦୨୫ ମସିହାରେ, ଦେଶରେ ୧.୧୩ ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହୋଇଥିଲା । ତଥାପି ବିଶେଷଜ୍ଞଙ୍କ ଅନୁସାରେ ଏହି ସଂଖ୍ୟା ଅଧିକ ହୋଇଥିବା ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...monsoon havoc india : ଆସାମରୁ ଜାମ୍ମୁ କାଶ୍ମୀର... ବନ୍ୟା ବିତ୍ପାତ, ୪୩ ରୁ ଅଧିକ ଲୋକଙ୍କ ଗଲାଣି ଜୀବନ  

୪ ପ୍ରକାର ଡେଙ୍କୁ ବିରୋଧରେ ଲଢିବାକୁ ଡିଜାଇନ୍ ହୋଇଛି ଏହି ଟିକା । କମ୍ପାନୀ ଅନୁଯାୟୀ, QDENGA ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସ୍ତରରେ ଗବେଷଣା କରାଯାଇଛି । କମ୍ପାନୀ ଅନୁଯାୟୀ, ଏହି ଟିକା ଏପର୍ଯ୍ୟନ୍ତ ୨୮୦୦୦ରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କ୍ଲିନିକାଲ୍ ପରୀକ୍ଷଣରେ, ଦ୍ୱିତୀୟ ଡୋଜ୍ ପରେ 12 ମାସ ପରେ ଡେଙ୍ଗୁକୁ ରୋକିବାରେ ଏହା ୮୦.୨% ପ୍ରଭାବଶାଳୀ ବୋଲି ଜଣାପଡିଥିଲା। ଏହା ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ବିପଦରୁ ୯୦ ପ୍ରତିଶତ ହ୍ରାସ କରିବାରେ ସଫଳ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ QDENGAକୁ ସୁପାରିସ୍ କରିଥିଲା । ବିଶ୍ୱର ପ୍ରାୟ ୪୩ଟି ଦେଶ ଏହି ଟିକାକୁ ଅନୁମୋଦନ କରିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଡେଙ୍ଗୁ ବିରୋଧରେ ଟୀକାକରଣ ଏକ ଦୃଢ ପଦକ୍ଷେପ କିନ୍ତୁ ମଶା କମୁଡାରୁ ସୁରକ୍ଷିତ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।