ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଖୋ ଖୋ ବିଶ୍ବକପ; ବ୍ରାଜିଲକୁ ହରାଇଲା ପୁରୁଷ ଦଳ, ମହିଳା ଟିମଠୁ ହାରିଲା ଦକ୍ଷିଣ କୋରିଆ

Published By : Ankita S | January 15, 2025 11:44 AM

ନୂଆଦିଲ୍ଲୀ,୧୫/୧: ଖୋ ଖୋ ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ ।  ଚଳିତ ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ ଭାରତୀୟ ପୁରୁଷ ଦଳ ବ୍ରାଜିଲକୁ ୬୪-୩୪ ପଏଣ୍ଟରେ ପରାସ୍ତ କରିଛି । ସେହପରି  ଭାରତୀୟ ମହିଳା ଦଳ ବୃହତ୍‌ ବିଜୟ ସହ ଅଭିଯାନ ଆରମ୍ଭ କରିଛି ।  ଦଳ ପ୍ରଥମ ମ୍ୟାଚ୍‌ରେ ୧୭୫-୧୮ ପଏଣ୍ଟରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି । 

ଖୋ ଖୋ ବିଶ୍ବକପରେ ଭାରତୀୟ ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦଳ ୬୪-୩୪ ପଏଣ୍ଟରେ ବ୍ରାଜିଲ୍‌କୁ ପରାଜିତ କରିଛି । ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳି ପବନି ଶବର ଶ୍ରେଷ୍ଠ ଆଟାକର ପୁରସ୍କାର ପାଇଥିଲେ । ଆରମ୍ଭରୁ ବ୍ରାଜିଲ ଆଟାକିଂ ଆରମ୍ଭ କରିଥିଲା । ୧୬ ପଏଣ୍ଟ ଯାଏ ଦଳ ଦମଦାର ପ୍ରଦର୍ଶନ କରିଥିଲା । ମାତ୍ର ଭାରତୀୟ ଦଳ ଜବରଦସ୍ତ କମବ୍ୟାକ କରିଥିଲା। ବ୍ରାଜିକୁ ହରାଇବା ସହ ପଏଣ୍ଟ ଟେବୁଲ ଉପରକୁ ଉଠିଛି ଭାରତ । ଟର୍ଣ୍ଣ ଟୁ ରେ ଭାରତର ପ୍ରଦର୍ଶନ ଭଲ ଥିଲା । ଫଳରେ ଦଳରୁ ୩୬ ପଏଣ୍ଟ ମିଳିଥିଲା ।

ବିଜୟ ପରେ ଭାରତୀୟ ଦଳର ଅଧିନାୟକ ପ୍ରତୀକ ୱାଇକାର କହିଛନ୍ତି, ବହୁତ ଖୁସି ଅଛି । ପ୍ଲାନ ଅନୁସାରେ ଫିଲ୍ଡରେ ପ୍ରଦର୍ଶନ କରିଥିଲୁ । ପଏଣ୍ଟ ଟେବୁଲରେ ଶୀର୍ଷ ରହିବାକୁ ଲକ୍ଷ୍ୟ ରଖିଛୁ । ଆଗକୁ ଏହିପରି ପ୍ରଦର୍ଶନ ଜାରି ରହିବ । ଖୋ ଖୋ ବହୁତ ଆଗକୁ ଯିବ ।

ଅନ୍ୟପଟେ ବିଜୟରୁ ଖୋ ଖୋ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ । ପ୍ରଥମ ମ୍ୟାଚ୍‌ରେ ୧୭୫-୧୮ ପଏଣ୍ଟରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି ।  ଦଳ ପକ୍ଷରୁ ନସରିନ୍‌ ଶୈଫ୍‌, ପ୍ରିୟଙ୍କା ଇଙ୍ଗଲେ ପ୍ରଭାବୀ ଖେଳ ପ୍ରଦର୍ଶନ କରିଥିଲେ । ଭାରତର ନିର୍ମଳା ଭାଟି ଶ୍ରେଷ୍ଠ ଆଟାକର, ନସରିନ୍‌ ଶ୍ରେଷ୍ଠ ଖେଳାଳି ଏବଂ ଦକ୍ଷିଣ କୋରିଆର ଇସ୍ଥର କିମ୍‌ ଶ୍ରେଷ୍ଠ ଡିଫେଣ୍ଡର ବିବେଚିତ ହୋଇଥିଲେ । ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ଶୁଭଶ୍ରୀ ସିଂହ ଓ ମାଗାଇ ମାଝୀ ସାମିଲ ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.