ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏସିଆନ ଚମ୍ପିଆନ୍ସ ଟ୍ରଫି: ଜାପାନକୁ ୨-୦ ରେ ହରାଇ ଫାଇନାଲରେ ଭାରତ, ଚୀନ୍ ସହ ଟକ୍କର

Published By : Harapriya Biswal | November 19, 2024 8:02 PM

ନୂଆଦିଲ୍ଲୀ,୧୯।୧୧:  ଜାପାନକୁ ୨-୦ ଗୋଲ୍‌ରେ ହରାଇ ଭାରତୀୟ ମହିଳା ହକି ଟିମ୍  ଏସିଆନ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ଏବେ ଟିମ୍ ଇଣ୍ଡିଆର  ଫାଇନାଲରେ ଚୀନ୍‌ ସହ ହେବ ମୁକାବିଲା। ଚୀନ୍ ମଧ୍ୟ ଆଜି ପ୍ରଥମ ସେମିଫାଇନାଲରେ ମାଲେସିଆକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ଚମ୍ପିଆନ୍ସ ଟ୍ରଫିର ଏହି ଟୁର୍ଣ୍ଣାମେଣ୍ଟ ବିହାରର ରାଜଗୀର ଖେଳାଯାଉଛ। ଭାରତ-ବନାମ ଚୀନ୍ ଫାଇନାଲ ମ୍ୟାଚ୍‌ ୨୦ ନଭେମ୍ବରରେ ଖେଳାଯିବ। ଜାପାନ ବିରୋଧରେ ରୋମାଞ୍ଚକର ସେମିଫାଇନାଲ ମୁକାବିଲାରେ ଭାରତ ପାଇଁ ନଭନୀତ କୌର ଓ ଲାଲରେମାସିୟାମି ଶେଷ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ କରିଛନ୍ତି।

ଏହି ସେମିଫାଇନାଲ ମୁକାବିଲା ଏତେ ରୋମାଞ୍ଚକର ଥିଲା ଯେ, ଶେଷ ୧୫ ମିନିଟ୍‌ ଚୀନ୍ ଉପରେ ଚାପ ପକାଇଥିଲା। ଶେଷ କ୍ବାର୍ଟର ଆରମ୍ବ ହେବାର ୨ ମିନିଟ୍‌ ପରେ ଭାରତକୁ ପେନାଲ୍ଟି ଷ୍ଟେ୍ରାକ୍  ମିଳିଥିଲା। ଯାହାକୁ ନଭନୀତ ଗୋଲ୍‌ରେ ପରିବର୍ତ୍ତିତ କରିଥିଲେ। ଟିମ୍ ଇଣ୍ଡିଆ ୧-୦ ରେ ଆଗୁଆ ଥିଲା। ମୁକାବିଲା ଶେଷ ହେବାର ୪ ମିନିଟ୍‌ ଥିବା ବେଳେ ଲଲରେମାସିୟାମି ୫୬ ତମ ମିନିଟ୍‌ରେ ଜାପାନର ଗୋଲ୍‌ କିପରଙ୍କୁ ଚକମା ଦେଖାଇ ଆଉ ଏକ ଗୋଲ୍ ଦେଇଥିଲେ। ଫଳରେ ଭାରତ ୨-୦ ରେ ଜିତିନେଇଥିଲା ସେମିଫାଇନାଲ ମ୍ୟାଚ୍। 

ଫାଇନାଲରେ ଏବେ ଭାରତର ଚୀନ୍‌ ସହ ମୁକାବିଲା ରହିଛି। ମହିଳ ହକି ଚମ୍ପିଆନ୍ସ ଟ୍ରଫି ଇତିହାସରେ ଭାରତୀୟ ଟିମ୍‌ ମୋଟ ୫ ଥର ଫାଇନାଲରେ ପହଁଞ୍ଚିଛି। ସେଭଳି ଟିମ୍ ଇଣ୍ଡିଆ ୩ ଥର ଏହି ଟ୍ରଫି ଜିତିଛି।  ୨୦୨୩ରେ ହୋଇଥିବା ଚମ୍ପିଆନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଫାଇନାଲରେ ଜାପାନକୁ ହରାଇ ୪-୦ ରେ ଏହି ଟାଇଟଲ ଜିତିଥିଲା। ସେଭଳି ଚୀନ୍‌କୁ ଗତ ୩ ଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। କିନ୍ତୁ ଏଥର ସେ ଫାଇନାଲରେ ପ୍ରବେଶ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.