ନୂଆଦିଲ୍ଲୀ,୧୯।୧୧:  ଜାପାନକୁ ୨-୦ ଗୋଲ୍‌ରେ ହରାଇ ଭାରତୀୟ ମହିଳା ହକି ଟିମ୍  ଏସିଆନ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ଏବେ ଟିମ୍ ଇଣ୍ଡିଆର  ଫାଇନାଲରେ ଚୀନ୍‌ ସହ ହେବ ମୁକାବିଲା। ଚୀନ୍ ମଧ୍ୟ ଆଜି ପ୍ରଥମ ସେମିଫାଇନାଲରେ ମାଲେସିଆକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ଚମ୍ପିଆନ୍ସ ଟ୍ରଫିର ଏହି ଟୁର୍ଣ୍ଣାମେଣ୍ଟ ବିହାରର ରାଜଗୀର ଖେଳାଯାଉଛ। ଭାରତ-ବନାମ ଚୀନ୍ ଫାଇନାଲ ମ୍ୟାଚ୍‌ ୨୦ ନଭେମ୍ବରରେ ଖେଳାଯିବ। ଜାପାନ ବିରୋଧରେ ରୋମାଞ୍ଚକର ସେମିଫାଇନାଲ ମୁକାବିଲାରେ ଭାରତ ପାଇଁ ନଭନୀତ କୌର ଓ ଲାଲରେମାସିୟାମି ଶେଷ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ କରିଛନ୍ତି।

ଏହି ସେମିଫାଇନାଲ ମୁକାବିଲା ଏତେ ରୋମାଞ୍ଚକର ଥିଲା ଯେ, ଶେଷ ୧୫ ମିନିଟ୍‌ ଚୀନ୍ ଉପରେ ଚାପ ପକାଇଥିଲା। ଶେଷ କ୍ବାର୍ଟର ଆରମ୍ବ ହେବାର ୨ ମିନିଟ୍‌ ପରେ ଭାରତକୁ ପେନାଲ୍ଟି ଷ୍ଟେ୍ରାକ୍  ମିଳିଥିଲା। ଯାହାକୁ ନଭନୀତ ଗୋଲ୍‌ରେ ପରିବର୍ତ୍ତିତ କରିଥିଲେ। ଟିମ୍ ଇଣ୍ଡିଆ ୧-୦ ରେ ଆଗୁଆ ଥିଲା। ମୁକାବିଲା ଶେଷ ହେବାର ୪ ମିନିଟ୍‌ ଥିବା ବେଳେ ଲଲରେମାସିୟାମି ୫୬ ତମ ମିନିଟ୍‌ରେ ଜାପାନର ଗୋଲ୍‌ କିପରଙ୍କୁ ଚକମା ଦେଖାଇ ଆଉ ଏକ ଗୋଲ୍ ଦେଇଥିଲେ। ଫଳରେ ଭାରତ ୨-୦ ରେ ଜିତିନେଇଥିଲା ସେମିଫାଇନାଲ ମ୍ୟାଚ୍। 

ଫାଇନାଲରେ ଏବେ ଭାରତର ଚୀନ୍‌ ସହ ମୁକାବିଲା ରହିଛି। ମହିଳ ହକି ଚମ୍ପିଆନ୍ସ ଟ୍ରଫି ଇତିହାସରେ ଭାରତୀୟ ଟିମ୍‌ ମୋଟ ୫ ଥର ଫାଇନାଲରେ ପହଁଞ୍ଚିଛି। ସେଭଳି ଟିମ୍ ଇଣ୍ଡିଆ ୩ ଥର ଏହି ଟ୍ରଫି ଜିତିଛି।  ୨୦୨୩ରେ ହୋଇଥିବା ଚମ୍ପିଆନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଫାଇନାଲରେ ଜାପାନକୁ ହରାଇ ୪-୦ ରେ ଏହି ଟାଇଟଲ ଜିତିଥିଲା। ସେଭଳି ଚୀନ୍‌କୁ ଗତ ୩ ଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। କିନ୍ତୁ ଏଥର ସେ ଫାଇନାଲରେ ପ୍ରବେଶ କରିଛି।