ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାକିସ୍ତାନ ପିଏମ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କଲା ଭାରତ, ପୂର୍ବରୁ ନିଷିଦ୍ଧ ହୋଇଥିଲା ୧୬ଟି ପ୍ରମୁଖ ୟୁଟ୍ୟୁବ୍ ଚ୍ୟାନେଲ…

Published By : Ladu Kishor | May 2, 2025 5:49 PM

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଏହି ସମୟରେ ଭାରତ ସରକାର ଦେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦେଇଛନ୍ତି। ଭାରତ ସରକାର ୧୬ଟି ପ୍ରମୁଖ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିବା ପରେ ଏବେ ଏହି ପଦକ୍ଷେପ ନିଆଯାଇଛି ।

ଏହି ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକ ଭାରତର ସେନା ଏବଂ ସୁରକ୍ଷା ଏଜେନ୍ସି ଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ରୂପରେ ସମ୍ବେଦନଶୀଳ ବିଷୟବସ୍ତୁ ସହିତ ମିଥ୍ୟା ଏବଂ ଭ୍ରାମକ ଭିଡିଓ ଦେଖାଉଥିଲେ । ପୂର୍ବରୁ, ଭାରତ ସରକାର ଅନେକ କ୍ରିକେଟରଙ୍କ ସମେତ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ମଧ୍ୟ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ଶୁକ୍ରବାର ଭାରତରେ ବାବର ଆଜମ, ମହମ୍ମଦ ଆମିର, ନସିମ ଶାହ, ଶାହିନ ଆଫ୍ରିଦି, ମହମ୍ମଦ ରିଜୱାନ, ହାରିସ ରୌଫ ଏବଂ ଇମାମ ଉଲ ହକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁଡ଼ିକୁ ବ୍ଲକ୍ କରାଯାଇଛି।

ଭାରତ ଦ୍ୱାରା ନିଷିଦ୍ଧ କରାଯାଇଥିବା ପ୍ଲାଟଫର୍ମ ଗୁଡ଼ିକ ମଧ୍ୟରେ ପ୍ରମୁଖ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଡନ୍, ସମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ର ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକ ସାମିଲ ରହିଛି । ଏହା ବ୍ୟତୀତ ପତ୍ରକାର ଇରଶାଦ ଭଟ୍ଟି, ଆସମା ଶିରାଜି, ଉମର ଚିମା ଏବଂ ମୁନିବ ଫାରୁକଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏଗୁଡ଼ିକ ବ୍ୟତୀତ ଦି ପାକିସ୍ତାନ ରେଫରେନ୍ସ, ସାମା ସ୍ପୋର୍ଟସ୍, ଉଜୈର କ୍ରିକେଟ୍ ଏବଂ ରାଜି ନାମା ଭଳି ୟୁଟ୍ୟୁବ୍ ହ୍ୟାଣ୍ଡେଲ ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକ ମାନଙ୍କୁ କଳ୍ପନା ଠାରୁ ବଡ଼ ଦଣ୍ଡ ଦିଆଯିବା ଉଚିତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରିବା ବିଷୟରେ କହିଛନ୍ତି।

ଗତକାଲି (ଗୁରୁବାର) ପାକିସ୍ତାନର ଏଫ୍ଏମ୍ ରେଡିଓ ଷ୍ଟେସନ ଗୁଡ଼ିକ ଭାରତୀୟ ଗୀତ ପ୍ରସାରଣ ବନ୍ଦ କରିଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.