ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପଛକୁ ହଟିଲେ ଉଭୟ ଦେଶର ସେନା , ସାମ୍ନାକୁ ଆସିଲା ସାଟେଲାଇଟ୍‌ ଚିତ୍ର

Published By : Anindita Ratha | October 26, 2024 10:08 AM

ନୂଆଦିଲ୍ଲୀ,୨୬/୧୦: ଭାରତ-ଚୀନ ଅନ୍ତର୍ଜାତୀୟ ସୀମା ‘ପ୍ରକୃତ ନିୟନ୍ତ୍ରଣ ରେଖା’ (LAC)ର ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି ଉଭୟ ଦେଶ । ‘ଏଲଏସି’ ନିକଟବର୍ତ୍ତୀ ଦୁଇ ଉତ୍ତେଜନାପୂର୍ଣ୍ଣ ଫରଓ୍ବାର୍ଡ ପୋଷ୍ଟ ଡେପସାଙ୍ଗ ଓ ଡେମଚୋକରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରୁଛନ୍ତି । ସେହିପରି ଗତାକାଲି ଠାରୁ  ଉଠାଯାଇଥିବା ଏହାର ଏକ ସାଟେଲାଇଟ୍‌ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଉଭୟ ଦେଶର ସେନା ସୀମା ନିକଟରେ ତିଆରି କରିଥିବା ଅସ୍ଥାୟୀ ନିର୍ମାଣ ହଟାଇଥିବା ଦେଖିବାକୁ ମିଳିଛି। ଉଭୟ ସେନା ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ପଏଣ୍ଟରେ ସେମାନଙ୍କର ଅସ୍ଥାୟୀ ତମ୍ବୁ ଏବଂ ସେଡ୍ ହଟାଇ ଦେଇଛନ୍ତି। ଯାନବାହାନ ଏବଂ ସାମରିକ ଉପକରଣ ମଧ୍ୟ ଫେରାଇ ନିଆଯାଉଛି।  

ସୂଚନା ମୁତାବକ, ଚଳିତ ମାସ ଅର୍ଥାତ୍ ଅକ୍ଟୋବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇପାରେ ସୈନ୍ୟ ଅପସାରଣ ପ୍ରକ୍ରିୟା। ତେବେ ଉଭୟ ଦେଶ ଏହି ଅଞ୍ଚଳ ଉପରେ ତୀକ୍ଷ୍ନ ନଜର ରଖିବେ ଏବଂ ପାଟ୍ରୋଲିଂକୁ ବାହାରିବା ପୂର୍ବରୁ ପ୍ରତିପକ୍ଷଙ୍କୁ ଏନେଇ ଅବଗତ କରିବେ ବୋଲି ନିଷ୍ପତ୍ତି ହୋଇଛି।  ତେବେ  ୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦରୁ ଗଲୱାନ୍ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା। କେଉଁ ଦେଶ LACର କେତେ ଭିତର ଯାଏଁ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ଉଗ୍ର ହୋଇଥିଲା। ଏହାପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମା ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଭାରତ ଓ ଚୀନ୍। ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ଏବଂ କୂଟନୈତିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ଉଭୟ ଦେଶ ମଧ୍ୟରେ। ତେବେ କିଛି ଦିନ ତଳେ ୪ ବର୍ଷ ଧରି LACରେ ପାଟ୍ରୋଲିଂକୁ ନେଇ ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି। ପୂର୍ବ ଲଦ୍ଦାଖରେ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.