ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭାରତ-ଚୀନ୍‌ ସୀମାରେ ଦୀପାବଳି ଉତ୍ସାହ, ପରସ୍ପରକୁ ମିଠା ଖୁଆଇବେ ଦୁଇ ଦେଶର ସୈନ୍ୟ

Published By : Prameya | October 31, 2024 9:17 AM

ନୂଆଦିଲ୍ଲୀ,୩୧/୧୦: ବହୁଦିନ ପରେ ଶାନ୍ତ ପଡ଼ିଛି ଭାରତ-ଚୀନ୍‌ ସୀମା । ଡେପସାଙ୍ଗ ଓ  ଡେମଚୋକରେ ଉଭୟ ଦେଶର ସୈନ୍ୟ ପଛକୁ ହଟିବା ପ୍ରକ୍ରିୟା ଶେଷ ହେବା ପରେ ସେଠାରେ  ଶାନ୍ତି ବିରାଜମାନ କରିଛି । ଏମିତି କି ଖୁସିର  ଝଲକ ବି ଦେଖିବାକୁ ମିଳିଲାଣି । 

ଗୁରୁବାର ଆଲୋକର ପର୍ବ ଦୀପାବଳି ପାଳନ ପରିପ୍ରେକ୍ଷୀରେ ଉଭୟ ଦେଶର ସୈନ୍ୟ ପରସ୍ପରକୁ  ମିଠା ଖୁଆଇବେ । ପରସ୍ପରକୁ ଶୁଭେଚ୍ଛା ଜଣାଇବେ । ସେନା ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ପାଟ୍ରୋଲିଂ ଆରମ୍ଭ ପାଇଁ ପଥ ପରିଷ୍କାର  ହୋଇଛି । ପାଟ୍ରୋଲିଂକୁ ନେଇ ଗ୍ରାଉଣ୍ଡ କମାଣ୍ଡରଙ୍କ  ମଧ୍ୟରେ ଔପଚାରିକ ଭାବେ ଆଲୋଚନା ହେବ ।  ଗ୍ରାଉଣ୍ଡ କମାଣ୍ଡର ଭାବେ ବ୍ରିଗେଡିୟର ବା  ତା’ଠାରୁ କମ୍‌ ର‌୍ୟାଙ୍କ୍‌ର ଅଧିକାରୀ ଦାୟିତ୍ୱ ନିର୍ବାହ  କରିଥାନ୍ତି । ସେମାନଙ୍କ ମଧ୍ୟରେ ଆଲୋଚନା ହେବା  ପରେ ଖୁବଶୀଘ୍ର ପାଟ୍ରୋଲିଂ ଆରମ୍ଭ ହେବ । ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ରେ ପାଟ୍ରୋଲିଂକୁ ନେଇ ହୋଇଥିବା ବୁଝାମଣା  ସଂକ୍ରାନ୍ତରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର  ଗତ ୨୭ ତାରିଖରେ କହିଥିଲେ କି ପ୍ରଥମ  ପର୍ଯ୍ୟାୟରେ ସେନା ଅପସାରଣକୁ ଗୁରୁତ୍ୱ  ଦିଆଯିବ । ଏହାପରେ ବିବାଦ କମାଇବା ଲାଗି  ଉଦ୍ୟମ ହେବ। ଚୀନ୍‌ ମଧ୍ୟ ଶାନ୍ତି ଚାହୁଁଥିବା  ନେଇ ଭାରତର ଯେତେବେଳେ ବିଶ୍ୱାସ ହେବ,  ସେତେବେଳେ ଯାଇ ବିବାଦ ଥମିବ । ବିବାଦ  ଶେଷ ହେବା ପରେ ସୀମାକୁ କିଭଳି ପରିଚାଳନା  କରାଯିବ, ତାହା ଉପରେ ଆଲୋଚନା ହେବ । 

ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଭାରତ  ଓ ଚୀନ୍‌ ମଧ୍ୟରେ ୪ ବର୍ଷ ହେଲା ସୀମା ବିବାଦ  ଲାଗିରହିଥିଲା । ଦୁଇବର୍ଷର ଲମ୍ବା ଆଲୋଚନା ପରେ  ନିକଟରେ ଆପୋସ ବୁଝାମଣା ହୋଇଛି । ଏହାଦ୍ୱାରା  ଉଭୟ ସେନା ବିବାଦୀୟ ପଏଣ୍ଟ ଡେପସାଙ୍ଗ ଓ  ଡେମଚୋକରୁ ପଛକୁ ହଟିଯାଇଛନ୍ତି । ୨୦୨୦ ପୂର୍ବର  ସ୍ଥିତି ଫେରିଆସିବା ନେଇ ଆଶା ଦେଖାଦେଇଛି ।  ଆଗକୁ କମାଣ୍ଡର ସ୍ତରୀୟ ବୈଠକ ଜାରି ରହିବ । ସୀମାରେ ଯାହା ବି ପରିସ୍ଥିତି ଉପୁଜିବ, ତାହାର  ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ । ଦୁଇଦେଶ ମଧ୍ୟରେ ସହମତି ହେବା ପରେ  ଅକ୍ଟୋବର ୨୫ରେ ପୂର୍ବ ଲଦାଖସ୍ଥିତ ସୀମାଞ୍ଚଳରୁ  ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  ବୁଧବାର ଏହା ଶେଷ ହୋଇଛି । ଏମିତି କି  ଡେମଚୋକ ଓ ଡେପସାଙ୍ଗରେ ଉଭୟ ସେନା  ଲଗାଇଥିବା ତମ୍ବୁଗୁଡ଼ିକୁ ବି ହଟାଇ ନେଇଛନ୍ତି ।  ଗାଡ଼ି ଓ ସେନା ଉପକରଣ ବି ପଛକୁ ସ୍ଥାନାନ୍ତର  କରାଯାଇଛି । ପାଟ୍ରୋଲିଂ ନିମନ୍ତେ ସୀମିତ ସୈନ୍ୟଙ୍କ  ସଂଖ୍ୟା ସ୍ଥିର ହୋଇଯାଇଛି । ଏହି ସଂଖ୍ୟା କେତେ  ହେବ, ତାହା ନେଇ କିଛି ଜଣାପଡ଼ି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.