ନୂଆଦିଲ୍ଲୀ,୨।୨:  ରବିବାର ଭାରତ୨୦୨୬ ୟୁନିୟନ ବଜେଟ୍ ଆଗତ କରିଛି। ଏହା ସହ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି ଯେ,ଭାରତ ପ୍ରତିରକ୍ଷା କ୍ଷେତ୍ରରେ କେତେ ଓ କେଉଁଠି ଖର୍ଚ୍ଚ କରିବାକୁ ଯାଉଛି। ଭାରତର ପ୍ରତିରକ୍ଷା ବଜେଟରୁ ସବୁଠାରୁ ଅଧିକ ଚିନ୍ତାରେ ରହିଛି ପକିସ୍ତାନ। ସେଠାରେ ଏହାର ଖୁବ୍ ଚର୍ଚ୍ଚା ହେଉଛି। ପାକିସ୍ତାନ ବିଶେଷଜ୍ଞ କମର ଚିମା ପ୍ରଥମେ ଭାରତର ବଜେଟ୍ ଦେଖି ଆଶ୍ଚର୍ଯ୍ୟ ଚକିତ କରିଥିଲେ। ଏହାପରେ କହିଥିଲେ,ଯଦି ରୁଷର ହତିଆର ଭାରତ କିଣେ ତେବେ କ’ଣ ଆମେରିକା ତା ଉପରେ ସିଏଏଟିଏସ୍ ଆକ୍ଟ (କାଉଣ୍ଟରିଂ ଆମେରିକାଜ୍ ଆଡଭର୍ସରିଜ୍ ଥ୍ରୁ ସେକ୍ସନ ଆକ୍ଟ) ଲଗାଇବ ନାହିଁ।

କମର ଚିମା କହିଛନ୍ତି, ଯଦି ଭାରତ ଏସ୍ୟୁ-୫୭ କିଣେ ତେବେ ଏହାର ଅର୍ଥ ଆମେରିକାର ଚାପ ପରେ ଭାରତ ତାଙ୍କଠାରୁ ଏଫ୍-୩୫ କିଣୁନାହିଁ। ସେ କହିଛନ୍ତି,ଏସୟୁ-୫୭ କିଣିବାର ଗୋଟିଏ କାରଣ ଏହା ଯେ,ତାଙ୍କୁ ଖୁବ୍ ଶୀଘ୍ର ମିଳିପାରେ। କାରଣ ଏହାର ରୁଷ ସହିତ ସେହି କନଫର୍ଟ ଲେବଲ ରହିଛି,କିନ୍ତୁ ଏଥିରେ ମଧ୍ୟ କଥା ରହିଛି ଖୁବ୍ ଶୀଘ୍ର ଇଣ୍ଡିଆକୁ ଏସ୍-୪୦୦ ଦରକାର ଥିଲା, ତାହା ଆସିଲାନି।

ପାକିସ୍ତାନୀ ବିଶେଷଜ୍ଞ କହିଛନ୍ତି ଯେ ଏସୟୁ-୫୭ ଏକ ପଞ୍ଚମ ପିଢ଼ିର ଜେଟ୍। ଭାରତ ପାଖରେ ପୂର୍ବରୁ ୪.୫ ପିଢ଼ିର ଅସ୍ତ୍ରଶସ୍ତ୍ର ଅଛି। ଭାରତ ଉପରେ ଆମେରିକା CAATS ଆଇନ (କାଉଣ୍ଟରିଂ ଆମେରିକାଜ୍ ଆଡଭର୍ସରିଜ୍ ଥ୍ରୁ ସେକ୍ସନ ଆକ୍ଟ ) ଲାଗୁ କରିବ କି ନାହିଁ ତାହା ଦେଖିବା ବାକି ଅଛି। ସେ କହିଛନ୍ତି ଯେ ଶେଷ ଥର ପାଇଁ ଭାରତ ରୁଷଠାରୁ ଏସ୍-୪୦୦ କିଣିବା ସମୟରେ, ଆମେରିକା ସିଏଏଟିଏସ୍ ଆଇନ ଲାଗୁ କରିନଥିଲା। ସେମାନେ କହିଥିଲେ, ‘ଆମେ ତୁମକୁ ଛାଡ ଦେଉଛୁ,ଯାହା ସେମାନେ ତୁର୍କୀକୁ ଦେଇ ନଥିଲେ।’ କମର ଚିମା କହିଛନ୍ତି ଯେ ଭାରତ ମୂଳତଃ ଏସୟୁ-୫୭ କ୍ରୟ କରୁଛି। କାରଣ ତାକୁ ଲାଗୁଛି ସେ ଏହାର ଲୋକାଲ ଭର୍ସନ ତିଆରି କରିପାରେ ଓ ଆମେରିକା ଟେକ୍ନୋଲୋଜି ଟ୍ରାନ୍ସଫର କରେନି। ସିଏଏଟିଏସ୍ ଆଇନ ହେଉଛି ଏକ ଆମେରିକୀୟ ଆଇନ ଯାହା ରୁଷ, ଇରାନ ଏବଂ ଦକ୍ଷିଣ କୋରିଆ ସହିତ ଗୁରୁତ୍ୱପୂର୍ଣ୍ଣ କାରବାର କରୁଥିବା ଦେଶ କିମ୍ବା ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଏ। ରୁଷଠାରୁ ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବା ପାଇଁ ୨୦୨୦ରେ ତୁର୍କୀ ଉପରେ ଏହି ଆଇନ ଲାଗୁ କରାଯାଇଥିଲା।

ଆହୁରି ପଢନ୍ତୁ :ଭାରତ ସରକାରଙ୍କ ବଡ଼ ଚେତାବନୀ,ହ୍ୟାକର୍ସଙ୍କ ଟାର୍ଗେଟରେ କୋଟି କୋଟି ୟୁଜର୍ସ