ନୂଆଦିଲ୍ଲୀ,୨।୨: କ’ଣ ଆପଣ ମଧ୍ୟ ଇଣ୍ଟରନେଟ୍ ଚଳାଇବା ପାଇଁ ମୋଜିଲା ଫାୟାରଫକ୍ସ ବ୍ରାଉଜର ବ୍ୟବହାର କରନ୍ତି ?ଯଦି କରନ୍ତି, ତେବେ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସିCERT-Inଆପଣଙ୍କ ଭଳି ସବୁ ୟୁଜରଙ୍କ ପାଇଁ ଏକ ହାଇ ଭର୍ସନ ସିକ୍ୟୁରିଟି ଆର୍ଲଟ ଜାରି କରିଛି। ରିପୋର୍ଟ ଅନୁଯାୟୀ, ମୋଜିଲା ଫାୟାରଫକ୍ସ ବ୍ରାଉଜରର କିଛି ଭର୍ସନରେ ଗମ୍ଭୀର ତ୍ରୁଟି ମିଳିଛି, ଯାହାକୁ ହ୍ୟାକର୍ସ ଆପଣଙ୍କ କମ୍ପ୍ୟୁଟର କିମ୍ବା ଫୋନ୍ରେ ପ୍ରବେଶ କରିବା ପାଇଁ ବ୍ୟବହାର କରିପାରିବେ। ଏହି ସରକାରୀ ସଂସ୍ଥା କିଛି ସମୟ ପୂର୍ବରୁ ଆଣ୍ଡ୍ରଏଡ୍ ଏବଂ ଆପଲ ବ୍ୟବହାରକାରୀଙ୍କ ପାଇଁ ଏକ ଚେତାବନୀ ମଧ୍ୟ ଜାରି କରିଥିଲା। ଏବେ, ଆପଣଙ୍କ ଗୋପନୀୟତା ଏବଂ ତଥ୍ୟକୁ ସୁରକ୍ଷା ଦେବା ପାଇଁ, ସରକାର ଆପଣଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଏକ ଆଡଭାଇଜରୀ ଜାରି କରିଛନ୍ତି।
କ’ଣ ବିପଦ ଅଛି?
CERT-In ଅନୁଯାୟୀ, ମୋଜିଲା ପ୍ରଡକ୍ଟରେ ଅନେକ ଦୁର୍ବଳତା ଅଛି। ଏହି ଦୁର୍ବଳତାକୁ ବ୍ୟବହାର କରି, ହ୍ୟାକର୍ସ ଦୂରରୁ ଆପଣଙ୍କ ସିଷ୍ଟମରେ ପ୍ରବେଶ କରିପାରିବେ। ଏହା କରିବା ପାଇଁ, ହ୍ୟାକର୍ସ ମୋଜିଲା ଫାୟାରଫକ୍ସ ବ୍ୟବହାରକାରୀଙ୍କୁ ନିର୍ଦ୍ଦିଷ୍ଟ ୱେବ୍ ରିକ୍ବେଷ୍ଟ କିମ୍ବା ଲିଙ୍କ୍ ପଠାଇ ପାରିବେ। ଏହି ଲିଙ୍କ୍ ଉପରେ କ୍ଲିକ୍ କରିବା ଦ୍ୱାରା ୟୁଜରଙ୍କ ତଥ୍ୟ ଚୋରି ହୋଇପାରେ। ଚିନ୍ତାର ବିଷୟ ହେଉଛି, ଇମେଲ୍ କ୍ଲାଏଣ୍ଟ ‘ଥଣ୍ଡରବର୍ଡ’ ଉପରେ ମଧ୍ୟ ସମାନ ବିପଦ ରହିଛି, ଯେଉଁଠାରେ ହ୍ୟାକର୍ସ ଏନକ୍ରିପ୍ଟେଡ୍ ଇମେଲରୁ ମଧ୍ୟ ବିବରଣୀ ବାହାର କରିପାରିବେ। ତେଣୁ, ଯଦି ଆପଣଙ୍କର ବ୍ରାଉଜରକୁ ଅପଡେଟ୍ କରିନାହାଁନ୍ତି, ତେବେ ଆପଣଙ୍କର ବ୍ୟାଙ୍କ ବିବରଣୀ ଏବଂ ପାସୱାର୍ଡ ବିପଦରେ ପଡ଼ିପାରେ।
ବିପଦରେ କେଉଁ ଭର୍ସନ
ରିପୋର୍ଟ ଅନୁସାରେ, ସରକାର ସ୍ପଷ୍ଟ କରିଛନ୍ତି,ସବୁଠାରୁ ଅଧିକ ବିପଦ ସେହି ୟୁଜରଙ୍କୁ ରହିଛି ଯେଉଁମାନେ ‘ମୋଜିଲା ଫାୟାରଫକ୍ସ’ କିମ୍ବା ‘ଥଣ୍ଡରବର୍ଡ’ ର ପୁରୁଣା ଭର୍ସନ ବ୍ୟବହାର କରୁଥିଲେ। ଯଦି ଆପଣଙ୍କୁ କୌଣସି ଡିଭାଇସରେ ମୋଜିଲା ଫାୟାରଫକ୍ସର ୧୪୭.୦.୨ରୁ ପୁରୁଣା କୌଣସି ଭର୍ସନ ରହିଛି, ତେବେ ତାକୁ ତୁରନ୍ତ ଅପଡେଟ୍ କରି ନିଅନ୍ତୁ। ଏଭଳି କରି ଆପଣ ହ୍ୟାକର୍ସଙ୍କୁ ନିଜର ଡାଟା ଚୋରି କରିବାର ଖୋଲା ନିମନ୍ତ୍ରଣ ଦେଉଛନ୍ତି।
ଏଭଳି ଭାବରେ ମୋଜିଲା ଥଣ୍ଡରବର୍ଡ ଭର୍ସନ ୧୪୦.୭.୧ ଓ ୧୪୭.୦.୧ ରୁ ପୁରୁଣା ଭର୍ସନ ଚଳାଉଥିବା ୟୁଜର୍ସଙ୍କୁ ତୁରନ୍ତ ସତର୍କ ହେବା ଦରକାର। ସରକାର ଏହି ସବୁ ଭର୍ସନକୁ ହାଇ ରିସ୍କ କାଟାଗୋରୀରେ ରଖିଛନ୍ତି। ଉଲ୍ଲେଖନୀୟ ଯେ, ହ୍ୟାକର୍ସ ଆଣ୍ଟି-ଟ୍ରାକିଂ ଓ ଲେଆଉଟ୍ ସ୍କ୍ରଲିଂ ଭଳି କମ୍ପୋନେଟ୍ ବିଶେଷତ୍ବର ଲାଭ ଉଠାଇ ଆପଣଙ୍କ ସିଷ୍ଟମକୁ କ୍ରାସ କରିପାରନ୍ତି। ସରକାରଙ୍କ ମତରେ ନିଜେ କୌଣସି ପ୍ରକାର ହ୍ୟାକିଂ ବିପଦରୁ ସୁରକ୍ଷିତ ରିବା ପାଇଁ ନିଜର ବ୍ରାଉଜରକୁ ତୁରନ୍ତ ଅପଡେଟ୍ କରନ୍ତୁ। ମୋଜିଲା ପକ୍ଷରୁ ସବୁ ତ୍ରୁଟିକୁ ଠିକ୍ କରି ପୂର୍ବରୁ ହିଁ ଅପଡେଟ୍ ଜାରି କରାଯାଇ ସାରିଛି। ଏହି ଅପଡେଟ୍ ଇନଷ୍ଟଲ ନକରୁଥିଲେ ନିଜର ସୁରକ୍ଷାକୁ ବିପଦରେ ପକାଉଛନ୍ତି।
ଆହୁରି ପଢନ୍ତୁ: ଚୀନ୍ ଉପରେ ରାହୁଲଙ୍କ ମନ୍ତବ୍ୟ ପରେ ଲୋକସଭାରେ ପ୍ରବଳ ହଙ୍ଗାମା,ରାଜନାଥ ବି କଲେ ଚ୍ୟାଲେଞ୍ଜ