ନୂଆଦିଲ୍ଲୀ,।୧୬।୯: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ବଡ଼ ନିଷ୍ପତ୍ତି। ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କ ନିର୍ଦ୍ଦେଶରେ ଉତ୍ତର ବଲଖ ପ୍ରଦେଶରେ ଓ୍ବାଇ-ଫାଇ ଇଣ୍ଟରନେଟ୍ ଉପରେ ସମ୍ପୂର୍ଣ୍ଣା କଟକଣା ଲଗାଇ ଦିଆଯାଇଛି। ଏହି କଟକଣା ‘ଅନୈତିକତାକୁ ରୋକିବା’ ପାଇଁ ଲାଗୁ କରାଯାଇଛି। ଅଗଷ୍ଟ ୨୦୨୧ ରେ ତାଲିବାନ କ୍ଷମତା ହାସଲ କରିବା ପରେ ଏହ ପ୍ରଥମ ଥର ଦେଖିବାକୁ ମିଳିଛି, ଯେତେବେଳେ ଏଭଳି କଟକଣା ଲଗାଯାଇଛି। ଏହି ନିଷ୍ପତ୍ତି କାରଣରୁ ବଲଖ୍ ପ୍ରଦେଶର ସରକାର କାର୍ଯ୍ୟାଳୟ, ଘରୋଇ କ୍ଷେତ୍ର, ସାର୍ବଜନୀନ ସଂସ୍ଥା ଓ ଘରେ ବ୍ୟବହାର ହେଉଥିବା ଓ୍ବାଇ-ଫାଇ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି।
ପ୍ରଶାସନର ଜଣେ ମୁଖପାତ୍ର ମଙ୍ଗଳବାର କହିଛନ୍ତି, ତାଲିବାନ ନେତା ‘ଅନୈତିକକୁ ରୋକିବା’ ପାଇଁ ଏକ ଅଫଗାନ ପ୍ରଦେଶରେ ଫାଇବର ଅପ୍ଟିକ ଉପରେ କଟକଣା ଲଗାଇଛନ୍ତି। ତେବେ ମୋବାଇଲ ଇଣ୍ଟରନେଟ୍ ଏବେ ବି ସକ୍ରିୟ ରହିଛି। ରାଜ୍ୟ ସରକାରଙ୍କ ମୁଖପାତ୍ର ହାଜି ଅତାଉଲ୍ଲାହ ଜୈଦ କହିଛନ୍ତି, ନେତା ହିବଜୁଲ୍ଲାହ ଅଖୁନ୍ଦଜାଦାଙ୍କ ‘ପୂର୍ଣ୍ଣ କଟକଣା’ର ଆଦେଶକୁ ଦେଖି ଏବେ କେବଲ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନାହିଁ।
ଜେଦ୍ ଆହୁରି କହିଛନ୍ତି, ଏହି ପଦକ୍ଷେପ ଅନୈତିକତାକୁ ରୋକିବା ପାଇଁ ଉଠାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶ ଭିତରେ ଏକ ବିକଳ୍ପ ବ୍ୟବସ୍ଥା ତିଆରି କରାଯିବ। ସେ ଏ ବିଷୟରେ ଅଧିକ କୌଣସି ସୂଚନା ଦେଇ ନାହାଁନ୍ତି। ଅଫଗାନ ଅଧିକାରୀ କେବେ କେବେ ସୁରକ୍ଷା କାରଣରୁ, ବିଶେଷ ଭାବରେ ଧାର୍ମିକ ପର୍ବ-ପର୍ବାଣୀ ବେଳେ, ବିସ୍ଫୋରକ ଉପକରଣ ବିସ୍ଫୋଟକୁ ରୋକିବା ପାଇଁ ମୋବାଇଲ ଫୋନ୍ ନେଟଓ୍ବର୍କକୁ କିଛି ସମୟ ପାଇଁ ବନ୍ଦ କରି ଦେଇଥାନ୍ତି।