ନୂଆଦିଲ୍ଲୀ,୨୭/୦୧: ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । "ମଦର ଅଫ୍ ଅଲ୍ ଡିଲ୍ "କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ । ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକା ସହ ଟାରିଫ୍କୁ ନେଇ ଭାରତର ସମ୍ପର୍କ ଖରାପ ଥିବା ବେଳେ ୟୁରୋପୀୟ ସଂଘ ସହ ଏହି ଚୁକ୍ତି ଟ୍ରମ୍ପଙ୍କ ପାଇଁ ଏକ ଝଟକା ହେବ ବୋଲି ବିବେଚନା କରାଯାଉଛି ।
ଐତିହାସିକ ବୁଝାମଣାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ । ବିଶ୍ବର ଦୁଇ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ଭଲ ପାର୍ଟନରସିପ୍ର ଉଦାହରଣ । ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ ତୃତୀୟାଂଶ । ଏହି ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ । ସର୍ଭିସ୍ ସେକ୍ଟରର ବି ଆହୁରି ବିସ୍ତାର ହେବ । ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପ୍ରତ୍ୟେକ ନିବେଶକ ଏବଂ ବ୍ୟବସୀଙ୍କ ଭିତରେ ଭାରତରେ ନିବେଶ କରିବା ପାଇଁ ଆତ୍ମବିଶ୍ବାସ ବଢ଼ାଇବ । ୟୁରୋପୀୟ ସଂଘ ସହିତ ଏହି ବାଣିଜ୍ୟ ଚୁକ୍ତିରୁ ଉତ୍ପାଦନକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ । ଏହି ଚୁକ୍ତିନାମା ଗଣତନ୍ତ୍ର ଏବଂ ଆଇନର ଶାସନ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାକୁ ସଶକ୍ତ କରିବ । ୟୁରୋପୀୟ ସଂଘ ସହିତ ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବ୍ରିଟେନ ଏବଂ ଇଏଫଟିଏ ଚୁକ୍ତିନାମାକୁ ମଧ୍ୟ ପରିପୂରକ କରିବ । ଏଥିପାଇଁ ମୁଁ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି । "
#WATCH | Prime Minister Narendra Modi says, "This agreement empowers our shared commitment towards democracy and rule of law. This Free Trade Agreement with the European Union will also complement Britain and EFTA's agreements...I congratulate the people of the nation for this"… pic.twitter.com/30d2fYMxAc
— ANI (@ANI) January 27, 2026
ଡିଲ୍ ଫାଇଦା ନେଇ ପ୍ରଧାମନ୍ତ୍ରୀ କହିଛନ୍ତି,'' ଗତକାଲି ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଲୋକମାନେ ଏହାକୁ ସମସ୍ତ ଚୁକ୍ତିନାମାର ଜନନୀ ବୋଲି କହୁଛନ୍ତି । ଏହି ଚୁକ୍ତିନାମା ଭାରତ ଏବଂ ୟୁରୋପରେ ଜନସାଧାରଣଙ୍କ ପାଇଁ ପ୍ରମୁଖ ସୁଯୋଗ ଆଣିବ । ଏହା ବିଶ୍ୱର ଦୁଇଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ସହଭାଗୀର ଏକ ଉତ୍କୃଷ୍ଟ ଉଦାହରଣ । ଏହି ଚୁକ୍ତିନାମା ବିଶ୍ୱ ଜିଡିପିର ୨୫ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ଏକ ତୃତୀୟାଶଂ ଭାଗ ରହିବ । "
#WATCH | Prime Minister Narendra Modi says, "...Manufacturing will get a huge boost from this trade deal with the EU, and the services sector will also expand. The Free Trade Agreement will boost the confidence of every investor and businessman to invest in India..."
— ANI (@ANI) January 27, 2026
Source: DD) pic.twitter.com/aBwnRpVZrR