ପ୍ରମୂଖ ଖବର
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ; ଫତେହ-୧ ବାଲିଷ୍ଟିକ ମିସାଇଲକୁ ଆକାଶରେ ମାରି ଖସାଇଲା ବାରାକ-୮

Published By : Bijay Swain | May 10, 2025 6:25 AM

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଜାରି ଆଉ ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କଲା ବାୟୁ ପ୍ରତିରକ୍ଷା ପ୍ରଣାଳୀ। ଭାରତ ଉପରେ ପାକିସ୍ତାନ ଫତେହ-୧ ବାଲିଷ୍ଟିକ ମିସାଇଲ ଦ୍ୱାର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ସଫଳତାର ସହ ବାୟୁରେ ହିଁ ଧ୍ୱଂସ କରିଦେଇଛି। ସୂଚନା ଅନୁଯାୟୀ, ଏହି ଆକ୍ରମଣ ଦିଲ୍ଲୀକୁ ଟାର୍ଗେଟ କରି କରାଯାଇଥିଲା। କିନ୍ତୁ ହରିୟାଣାର ସିରସା ଉପରେ ଭାରତର ବାରାକ-୮ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଏହାକୁ ଅଟକାଯାଇଛି।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ଜାମ୍ମୁ ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣର ଉଦ୍ୟମ କରିଥିଲା। ଯାହାକୁ ଭାରତୀୟ ସେନା ସଫଳତାର ସହ ବିଫଳ କରିଦେଇଥିଲା। ଏହି ଘଟଣା ପାକିସ୍ତାନର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ବୋଲି ମନେ କରାଯାଉଛି। ଯାହା ଭାରତର ‘ଅପରେସନ ସିନ୍ଦୁର’ର ଜବାବ ସ୍ୱରୂପ ହୋଇପାରେ। ‘ଅପରେସନ ସିନ୍ଦୁର’ ଅଧୀନରେ ଭାରତ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ଏୟାର ଷ୍ଟ୍ରଇକ କରିଥିଲା।

ଭାରତୀୟ ବାୟୁସେନା ଏବଂ ସେନା ଏହି ଆକ୍ରମଣକୁ ନାକାମ କରିବା ପାଇଁ ଏସ-୪୦୦ ଏବଂ ବାରାକ-୮ ପରି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିଛି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ପକ୍ଷରୁ ୮ ଓ ୯ ମଇ ରାତିରେ ଜାମ୍ମୁ, ପଠାନକୋଟ, ଉଧମପୁର, ଜୟସଲମେର ଆଦି ସହରଗୁଡ଼ିକୁ ଡ୍ରୋନ ଓ ମିସାଇଲ ମାଧ୍ୟମରେ ଆକ୍ରମଣର ଚେଷ୍ଟା କରାଯାଇଥିଲା। ଯାହାକୁ ଭାରତୀୟ ସେନା ନିଷ୍କ୍ରିୟ କରିଦେଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.